ଦୁର୍ଗାପୂଜା ମଣ୍ଡପରେ ଆଖିବୁଜା ଗୁଳିମାଡ: ଜଣେ ମୃତ, 3 ଗୁରୁତର

author img

By

Published : Oct 14, 2021, 9:54 AM IST

shooting-at-ayodhya-durga-puja-pandal-leaves-1-dead-3-injured

ଦୁର୍ଗାପୂଜା ମଣ୍ଡପରେ ଆଖିବୁଜା ଗୁଳିମାଡ । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସହ ୩ ଗୁୁରୁତର । ଅଧିକ ପଢନ୍ତୁ...

ଲକ୍ଷ୍ନୌ: ଦୁର୍ଗାପୂଜା ମଣ୍ଡପରେ ଆଖିବୁଜା ଗୁଳିମାଡ । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳିକା ଥିବାବେଳେ ଜଣେ ଯୁବକ ଅଛନ୍ତି ।

ଉତ୍ତର ପ୍ରଦେଶ ଅଯୋଧ୍ୟା ଅନ୍ତର୍ଗତ ଫଇଜାବାଦ କୋଟୱାଲି ଦୁର୍ଗାପୂଜା ଚାଲିଥିବା ସମୟରେ ଘଟିଛି ଏହି ଗୁଳିକାଣ୍ଡ । ଏସଏସପି ଶୈଲେଶ ପାଣ୍ଡେ ସୂଚନା ଅନୁସାରେ ଗତକାଲି(ବୁଧବାର) ରାତି ୧୦ଟା ସମୟରେ ୪ ଜଣ ଯୁବକ ବାଇକରେ ଆସି ପୂଜା ମଣ୍ଡପରେ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ପୂଜା ମଣ୍ଡପରେ ବସିଥିବା ମନଜିତ୍ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିସହ ତାଙ୍କ ନିକଟରେ ବସିଥିବା ଜଣେ ଯୁବକ ଏବଂ ୨ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି ।

ଏଥିରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ଗାଡି ଜବତ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଛି । ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି । ଏଥିପାଇଁ ୪ଟି ଟିମ୍ ଗଠନ କରି ତଦନ୍ତ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.