Asia Cup 2023: ସୋଏବ କହିଲେ ଚୂଡାନ୍ତ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱରେ ରହୁଛି ପାକିସ୍ତାନ
Asia Cup 2023: ସୋଏବ କହିଲେ ଚୂଡାନ୍ତ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱରେ ରହୁଛି ପାକିସ୍ତାନ
ଏସିଆ କପ୍ ୨୦୨୩ରେ ଶ୍ରୀଲଙ୍କାଠାରୁ ହାରି ଫାଇନାଲ୍ ଟିକେଟ ହାତେଇ ପାରିନି ପାକିସ୍ତାନ । ଯାହାଫଳରେ ଏବେ ପାକିସ୍ତାନ ଟିମକୁ ବିଭିନ୍ନ ଦିଗରୁ ସମାଲୋଚନା ଶିକାର ହେବାକୁ ପଡୁଛି । ଏବେ ଏହି ଲିଷ୍ଟରେ ଯୋଡି ହୋଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖ୍ତର, ସେ ନିଜ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ପାକିସ୍ତାନ ଟିମକୁ କିଛିଟା ଟିପ୍ସ୍ ଦେଇଛନ୍ତି । ଅଧିକ ପଢ଼ନ୍ତୁ
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ରୁ ବାଦ ପଡିଛି ପାକିସ୍ତାନ । ଏସିଆ କପ୍ର ସୁପର 4 ପର୍ଯ୍ୟାୟର ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଶ୍ରୀଲଙ୍କା । ଏହି ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ୨ ୱିକେଟରେ ପରାଜୟ ହେବାକୁ ପଡିଥିଲା । ଯାହାଫଳରେ ଏବେ ପାକିସ୍ତାନ ଟିମକୁ ବିଭିନ୍ନ ଦିଗରୁ ସମାଲୋଚନା ଶିକାର ହେବାକୁ ପଡୁଛି । ଏବେ ଏହି ଲିଷ୍ଟରେ ଯୋଡି ହୋଇଛନ୍ତି ପାକିସ୍ତାନର ପୁର୍ବତନ କ୍ରିକେଟର ସୋଏବ ଅଖ୍ତର, ସେ ନିଜ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ପାକିସ୍ତାନ ଟିମକୁ ପରାମର୍ଶ ଦେବା ସହ ବିଶ୍ବକପ ପୂର୍ବରୁ ଦଳକୁ ମଜଭୁତ କରିବା ପାଇଁ କହିଛନ୍ତି ଏବଂ ଜମାନ ଖାନ୍ଙ୍କୁ ଭୁରିଭୁରି ପ୍ରଂଶସା କରିବା ସହ ଶ୍ରୀଲଙ୍କା ଟିମ୍କୁ ମଧ୍ୟ ପ୍ରଂଶସା କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
-
Embarrassing loss. Really disappointed .
— Shoaib Akhtar (@shoaib100mph) September 14, 2023
Wake up call guys!!! pic.twitter.com/qDtQWM7YJJ
ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର କହଛନ୍ତି, "ମ୍ୟାଚ୍ ଆପଣମନେ ଦେଖି ସାରିଛନ୍ତି , ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇସାରିଛି । ଆଉ ଯେଉଁ ମ୍ୟାଚରେ ପାକିସ୍ତାନ ବିଜୟ ଲାଭ କରିଥିଲା, ତାହା କେବଳ ଆଜମ ଦ୍ବାରା ହିଁ ସମ୍ଭବ ହୋଇପାରିଛି ଏବଂ ଶାହିନ୍ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଥଲେ କିନ୍ତୁ ସବୁ ଶ୍ରେୟ ଜମାନଙ୍କୁ ଯିବ । ପାକିସ୍ତାନ ଫାଇନାଲ ଖେଲିବା ପାଇଁ ଯୋଗ୍ୟ ଥିଲା କିନ୍ତୁ ପାକିସ୍ତାନ ଏହି ରେସ୍ରୁ ବାଦ ପଡି ଯାଇଛି । ପୂରା ଦୁନିଆ ଚାହୁଁଥିଲା ପାକିସ୍ତାନ ଫାଇନାଲ ଖେଳୁ ବୋଲି କିନ୍ତୁ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ପାକିସ୍ତାନ ଭାରତ ସହ ଫାଇନାଲ କେବେ ଖେଳି ନାହିଁ କିନ୍ତୁ ଏଥର ସୁଯୋଗ ଥିଲା । ଶ୍ରୀଲଙ୍କା ବହୁତ ଭଲ ଖେଳିଛି ଏହା ସେ ହକଦାର ଥିଲା । ଆହୁରି ମଧ୍ୟ ପାକିସ୍ତାନ ଦଳକୁ ପରାମର୍ଶ ଦେଇ କହିଛନ୍ତି ଦ୍ବନ୍ଦ୍ବରେ ନରହି ଏକାଦଶ ଖୋଳାଳିକୁ ଚୟନ କରିନ୍ତୁ । ଟିମ୍ର ସ୍ପିନରଙ୍କ ପାଖରେ ସେହି ଦକ୍ଷତା ନାହିଁ । ଦଳ ପାଖରେ ବିଶ୍ୱକପ ପୂର୍ବରୁ ମଜଭୁତ ହେବାକୁ ଏକ ସୁଯୋଗ ରହିଛି ।"
ଏହା ମଧ୍ୟ ପଢନ୍ତୁ...ସଚିନଙ୍କ ପ୍ରଶଂସାରେ ଶ୍ରୀଲଙ୍କା ଲିଜେଣ୍ଡ ମୁରଲୀଧରନ, କହିଲେ ସେ ଜଣେ ଜିନିୟସ ତାଙ୍କ ପରି ହେବା ଅସମ୍ଭବ
ପୂର୍ବରୁ ଏସିଆ କପ୍ର ସୁପର 4 ପର୍ଯ୍ୟାୟର ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଶ୍ରୀଲଙ୍କା । ପୂର୍ବ କିଛିଟା ମ୍ୟାଚ୍ ଭଳି ଆଜିର ମ୍ୟାଚ୍ ମଧ୍ୟ ବର୍ଷା ଧୋଇ ନେବା ଆଶଙ୍କା କରାଯାଉଥିଲା । ବର୍ଷା ଯୋଗୁଁ ଟସ୍ ମଧ୍ୟ ବିଳମ୍ବ ହୋଇଥିଲା । ସମୟ ଅତିକ୍ରମ କରିଯିବାରୁ ଏହି ମ୍ୟାଚ୍କୁ ୫୦ ଓଭରରୁ ୪୫ ଓଭରକୁ କମାଇ ଦିଆଯାଇଥିଲା । ଏହି ମ୍ୟାଚ୍ରେ ପ୍ରଥମ ଟସ୍ ଜିତି ବ୍ୟାଟିଂ ନଷ୍ପତ୍ତି ନେଇଥିଲା ପାକିସ୍ତାନ୍ । ଏହି ମ୍ୟାଚରେ ପାକିସ୍ତାନକୁ ୨ ୱିକେଟରେ ମାତ ଦେଇଥିଲା ଶ୍ରୀଲଙ୍କା । ଫାଇନାଲରେ ଭାରତକୁ ଭେଟିବ ଶ୍ରୀଲଙ୍କା ।
ଆରମ୍ଭରୁ ପାକିସ୍ତାନର ୱିକେଟ୍ ପତନ ଆରମ୍ଭ ହୋଇଥିଲା । ଓପେନିଂ ଯୋଡ଼ି ମାତ୍ର ୯ ରନ୍ କରିପାରିଥିଲେ । ପରେ ଅଧିନାୟକ ବାବର ଆଜମ ଓ ସାଫିକ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ । ବାବର ମାତ୍ର ୨୯ ରନ୍ କି ପାଭେଲିୟନ ଫେରିଥିଲେ । ପୁନଃ ବର୍ଷା ଆରମ୍ଭ ହେବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା । ତେଣୁ ମ୍ୟାଚ୍କୁ ପୁଣି ୪୨ ଓଭରକୁ କମାଇ ଦିଆଯାଇଥିଲା । ଏହାପରେ ରିଜୱାନ୍ ଓ ଇଫ୍ତିକାର ଅହମ୍ମଦ ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କୁ ଧରାଶାୟୀ କରିଥିଲେ । ପାକିସ୍ତାନ ମାତ୍ର ୨୫୨ କରିବାରେ ସଫଳ ହୋଇଥିଲା । ଶ୍ରୀଲଙ୍କା ୨୫୩ ରନ ବିଜୟ ଲକ୍ଷ୍ୟ ପିଛା କରି ମ୍ୟାଚକୁ ହାତେଇ ନେଇଥିଲା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ
