ସଂସଦ ଭବନ ଉଦଘାଟନୀରେ ସାମିଲ ହେବେ ଅକାଳୀ ଦଳ, YSR କଂଗ୍ରେସ

author img

By

Published : May 25, 2023, 9:23 AM IST

ସଂସଦ ଭବନ ଉଦଘାଟନୀରେ ସାମିଲ ହେବ ୱାଇଏସଆର କଂଗ୍ରେସ

ନୂଆ ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ହେବେ ବିଜେଡି, ୱାଇଏସଆର କଂଗ୍ରେସ ଓ ଅକାଳୀ ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦଘାଟନକୁ ବିରୋଧ କରି କଂଗ୍ରେସ ସମେତ ୧୯ ବିରୋଧି ଦଳ ଉଦଘାଟନୀ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି । ରାଷ୍ଟ୍ରପତି ଏହାକୁ ଉଦଘାଟନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଏପରିସ୍ଥଳେ ବିଜେଡି ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ ଏବଂ ପଞ୍ଜାବର ଶିରୋମଣି ଅକାଳୀ ଦଳ ଉଦଘାଟନୀ ଉତ୍ସବରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି । ହେଲେ ତେଲୁଗ ଦେଶମ ପାର୍ଟି(TDP) ଏ ଯାଏଁ କୌଣସି ନିଷ୍ପତ୍ତି ନେଇନାହିଁ । ଆସନ୍ତା ୨୮ ତାରିଖରେ ସଂସଦର ନୂଆ ବିଲ୍ଡିଂର ଉଦଘାଟନୀ ଉତ୍ସବ ରହିଛି ।

  • I congratulate @narendramodi ji for dedicating the grand, majestic and spacious Parliament building to the nation. Parliament, being the temple of democracy, reflects our nation's soul and belongs to the people of our country and all the political parties. Boycotting such an…

    — YS Jagan Mohan Reddy (@ysjagan) May 24, 2023 " class="align-text-top noRightClick twitterSection" data=" ">

ନୂତନ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ଐତିହାସିକ କହି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏଥିରେ ଯୋଗ ଦେବେ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି । ଏକ ଭବ୍ୟ ଓ ବିଶାଳ ସଂସଦ ଭବନ ଦେଶକୁ ସମର୍ପିତ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଂସଦ ଆମ ଗଣତନ୍ତ୍ରର ମନ୍ଦିର । ଏହା ଦେଶର ଆତ୍ମାକୁ ପ୍ରତିଫଳିତ କରେ । ସଂସଦ ସମଗ୍ର ଦେଶବାସୀଙ୍କର ଓ ସବୁ ଦଳର । ଏପରି ସମାରୋହକୁ ବର୍ଜନ କରିବା ଗଣତନ୍ତ୍ରର ପ୍ରକୃତ ପରିଚାୟକ ନୁହେଁ ବୋଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି ।

ଅକାଳୀ ଦଳ ନେତା ଦଲଜିତ ସିଂହ କହିଛନ୍ତି, ସଂସଦର ନୂଆ ଭବନ ଉଦଘାଟନ ହେବା ଦେଶ ପାଇଁ ଗୌରବର ବିଷୟ । ବିରୋଧି ଦଳଗୁଡିକ ପକ୍ଷରୁ ଉଠାଯାଇଥିବା ପ୍ରସଙ୍ଗରେ ଆମେ ସହମତ ନୁହେଁ । ତେଣୁ ୨୮ରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ଆମେ ସାମିଲ ହେବାକୁ ନିଷ୍ପତ୍ତି ନେଇଛୁ । ସେହିପରି ବିଜେଡି ମଧ୍ୟ ସଂସଦ ଭବନ ଉଦଘାଟନରେ ସାମିଲ ହେବାକୁ ଘୋଷଣା କରିଛି ।

ଏହାମଧ୍ୟ ପଢନ୍ତୁ : ନୂଆ ସଂସଦ ଭବନରେ ସ୍ଥାପିତ ହେବ ପବିତ୍ର ‘ସେଙ୍ଗୋଲ’, ତାମିଲନାଡୁର ମଠାଧୀଶଙ୍କଠାରୁ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ପ୍ରକାଶଥାଉ କି, କଂଗ୍ରେସ ସମେତ ଆପ୍, ଟିଏମସି, ଉଦ୍ଧବ ଠାକରେଙ୍କ ଶିବସେନା, ଡିଏମକେ, ଜେଡିୟୁ, ଆରିଜେଡି, ରାଷ୍ଟ୍ରୀୟ ଲୋକ ଦଳ, ଏନସି, ସାମାଜବାଦୀ ପାର୍ଟି ପ୍ରମୁଖ ବିରୋଧି ଦଳ ମିଳିତ ବିବୃତ୍ତି ଜାରି କରି ସଂସଦ ଭବନର ଉଦଘାଟନୀ ସମାରୋହ ବୟକଟ କରିବାକୁ ଘୋଷଣା କରିଛନ୍ତି । ଯେତେବେଳେ ସଂସଦରୁ ଗଣତନ୍ତ୍ରର ଆତ୍ମା ଶୋଷି ନିଆଯାଇଛି ସେତେବେଳେ ନୂଆ ବିଲ୍ଡିଂର କୌଣସି ମୂଲ୍ୟ ନାହିଁ ବୋଲି ବିରୋଧି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.