Anti Terror Operations: ବର୍ଷ ଆରମ୍ଭରୁ ସୁରକ୍ଷା ବଳକୁ ସଫଳତା, ଟଳିଲେଣି ୧୪ ଆତଙ୍କୀ

author img

By

Published : Jan 13, 2022, 5:27 PM IST

Anti terror Operations: ବର୍ଷ ଆରମ୍ଭରୁ ସଫା ହେଲେଣି ୧୪ ଆତଙ୍କୀ

ବର୍ଷ ଆରମ୍ଭରୁ ଘାଟିରେ ସୁରକ୍ଷା ବଳକୁ ସଫଳତା । ୮ ଏନକାଉଣ୍ଟରରେ ଟଳିଲେଣି ୧୪ ଆତଙ୍କୀ । ସୂଚନା ଦେଲେ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ । ଅଧିକ ପଢନ୍ତୁ

ଶ୍ରୀନଗର: ଘାଟିରେ ଆତଙ୍କୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ହ୍ରାସ କରିବା ପାଇଁ ନିୟମିତ ଅପରେସନ ଜାରି ରଖିଛି ଭାରତୀୟ ସୁରକ୍ଷା ବଳ । ଗତବର୍ଷ ପରି ଆତଙ୍କୀ ବିରୋଧୀ ଅପରେସନରେ ବର୍ଷ ଆରମ୍ଭରୁ ମିଳିଛି ସଫଳତା । ଚଳିତ ବର୍ଷ ୮ଟି ଏନକାଉଣ୍ଟରରେ ୧୪ ଆତଙ୍କୀଙ୍କୁ ସଫା କରିବାରେ ସୁରକ୍ଷା ବାହିନୀ ସଫଳ ହୋଇଛି । ଏହି ଆତଙ୍କୀଙ୍କ ମଧ୍ୟରେ ୭ ଜଣ ପାକିସ୍ତାନୀ ଆତଙ୍କୀ ଥିବାବେଳେ ଅନ୍ୟମାନେ ସ୍ଥାନୀୟ ଆତଙ୍କୀ ବୋଲି ସୂଚନା ଦେଇଛନ୍ତି କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ।

ସୁରକ୍ଷା ବଳର ଆତଙ୍କୀ ନିରୋଧି ଅଭିଯାନ ସମ୍ପର୍କରେ ସବିଶେଷ ସୂଚନା ଦେଇ ଡିଜିପି ସିଂ କହିଛନ୍ତି, ଚଳିତ ବର୍ଷ ଆରମ୍ଭରୁ ଘାଟିରେ 8 ଟି ଅପରେସନରେ ଅଂଶଗ୍ରହଣ କରିଛି ସୁରକ୍ଷା ବାହିନୀ । ପ୍ରତ୍ୟେକ ଅପରେସନରେ ସୁରକ୍ଷା ବଳକୁ ସଫଳତା ମିଳିଛି । ବର୍ତ୍ତମାନ ସୁଦ୍ଧା ୭ ସୀମାପାର ଆତଙ୍କୀଙ୍କ ସମେତ ମୋଟ ୧୪ ଆତଙ୍କୀଙ୍କୁ ସଫା କରିବାରେ ସୁରକ୍ଷା ବଳ ସକ୍ଷମ ହୋଇଛି ।

ଆଗାମୀ ଦିନରେ ମଧ୍ୟ ଏହି ଆତଙ୍କବାଦୀ ନିରୋଧୀ ଅଭିଯାନ ନିୟମିତ ଜାରି ରହିବ । ସେହିପରି ଗତକାଲି (ବୁଧବାର) କୁଲଗାମରେ ହୋଇଥିବା ଏନକାଉଣ୍ଟରେ ସମ୍ପର୍କରେ ଡିଜିପି ସୂଚନା ଦେଇ କହିଛନ୍ତି, ଗତକାଲି ଜଣେ ଯବାନ ଶହୀଦ ହୋଇଥିବାବେଳେ ଜଣେ ଆତଙ୍କୀ ମଧ୍ୟ ନିପାତ ହୋଇଥିଲା । ସେହିପରି ଅନ୍ୟ କିଛି ଯବାନ ଓ ସ୍ଥାନୀୟ ବାସିନ୍ଦା ମଧ୍ୟ ଏନକାଉଣ୍ଟରରେ ଆହତ ହୋଇଥିଲେ ।

ପୋଲିସର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷାକର୍ମୀ କୁଲଗାମ ଜିଲ୍ଲାର ହାସନପୁରା ଗ୍ରାମରେ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ଏହା ପରେ ସୁରକ୍ଷା ବଳ ମଧ୍ୟ ଜବାବି ହମଲା କରିଥିଲା । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇ ନଥିବା କହିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.