Nalanda Suspicious death: ବିଷାକ୍ତ ମଦ ପିଇ ୮ ମୃତ, ୨ ଗୁରୁତର !

author img

By

Published : Jan 15, 2022, 6:48 PM IST

Nalanda Suspicious death: ବିଷାକ୍ତ ମଦ ପିଇ ୮ ମୃତ, ୨ ଗୁରୁତର !

ବିହାର ନାଳନ୍ଦାରେ ମଦ ମୃତ୍ୟୁ ଅଭିଯୋଗ । ପ୍ରାଣ ହରାଇଛନ୍ତି ୮, ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବା ନେଇ ପ୍ରଶାସନର ସୂଚନା । ଅଧିକ ପଢନ୍ତୁ

ପାଟନା: ବିହାରର ନାଳନ୍ଦାରେ ଅଭାବନୀୟ ଘଟଣା । ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଅସୁସ୍ଥଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗମ୍ଭୀର ମଧ୍ୟ ରହିଛି । ମୃତ୍ୟୁର କାରଣ ବର୍ତ୍ତମାନ ସୁଧା ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନଥିବା ବେଳେ ସମ୍ପର୍କୀୟଙ୍କ ପ୍ରତିକ୍ରିୟା ଅନୁସାରେ ଏହା ଏକ ବିଷାକ୍ତ ମଦ ମୃତ୍ୟୁ ବୋଲି ଅନୁମାନ କରାଯାଉଛି । ଘଟଣା ପରେ ତଦନ୍ତ ଆରମ୍ଭ କରିଛି ପ୍ରଶାସନ ।

ସୂଚନା ଅନୁସାରେ, ନାଳନ୍ଦାର ସୋହରସାଇ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଅଭବନୀୟ ଘଟଣା ସାମ୍ନାକୁ ଆସିଛି । ଛତି ପାହାଡି ଏବଂ ପାହର ତାଲି ମୋହଲ୍ଲାରେ ବିଷାକ୍ତ ତଥା ଦେଶୀ ମଦ ପିଇ ଏକାଧିକ ଅସୁସ୍ଥ ହୋଇଥିବା ବେଳେ ପ୍ରଥମେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସେହିପରି ଅନ୍ୟ ଦୁଇ ଗୁରୁତର ଏକ ଘରୋଇ କ୍ଲିନିକରେ ଚିକିତ୍ସିତ ହେଉଛନ୍ତି । ଖବର ପାଇବା ମାତ୍ରେ ସ୍ଥାନୀୟ DSP ଏବଂ SHO ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ସ୍ଥାନୀୟ SHO ସୁରେଶ ପ୍ରସାଦ ଓ ସଦର DSP ଡ.ଶିବଲି ନୋମାନି ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ସଦସ୍ୟଙ୍କ ଠାରୁ ସୂଚନା ସଂଗ୍ରହ କରିଛନ୍ତି । ଅବଶ୍ୟ ବର୍ତ୍ତମାନ ସୁଦ୍ଧା ଏହାକୁ ମଦ ମୃତ୍ୟୁ ବୋଲି ସ୍ଥାନୀୟ ପ୍ରଶାସନ କହି ନଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ସୂଚନା ଦେଇଛି ।

ସେହିପରି ନାଲନ୍ଦା ଜିଲ୍ଲାପାଳ ଶଶାଙ୍କ ଶୁଭଙ୍କର ଏବଂ ଏସପି ଅଶୋକ ମିଶ୍ରା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିଛନ୍ତି । ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲା ମାଜିଷ୍ଟ୍ରେଟ ଶଶାଙ୍କ ଶୁଭଙ୍କର କହିଛନ୍ତି, ବର୍ତ୍ତମାନ ତଦନ୍ତ ଜାରି ରହିଛି । ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.