Firing In Assam Meghalaya Border: ଆସାମ-ମେଘାଳୟ ସୀମାରେ ଗୁଳିକାଣ୍ଡ, 6 ମୃତ

author img

By

Published : Nov 22, 2022, 4:17 PM IST

firing in assam meghalaya border: ଆସାମ-ମେଘାଳୟ ସୀମାରେ ଗୁଳିକାଣ୍ଡ, 6 ମୃତ

ଆସାମ-ମେଘାଳୟ ସୀମାରେ ଗୁଳିକାଣ୍ଡରେ 6ମୃତ । ଆସାମ ଫରେଷ୍ଟ ଗାର୍ଡ ଗୁଳି ଚଳାଇଥିବା ସୂଚନା । ଏତଲା ରୁଜୁ କରି ତଦନ୍ତ ଆରମ୍ଭ କଲା ମେଘାଳୟ ପୋଲିସ । ଅଧିକ ପଢନ୍ତୁ

ଗୌହାଟୀ: ଆସାମ-ମେଘାଳୟ ସୀମାରେ ଗୁଳିକାଣ୍ଡ ଘଟି 6ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଫରେଷ୍ଟଗାର୍ଡ ଓ ସାଧାରଣ ନାଗରିକ ମଧ୍ୟ ରହିଛନ୍ତି । ମୃତକଙ୍କ ମଧ୍ୟରେ 5ଜଣ ମେଘାଳୟରୁ ରହିଥିବା ବେଳେ ଜଣେ ଆସାମ ଫରେଷ୍ଟ ବିଭାଗର କର୍ମଚାରୀ ରହିଛନ୍ତି । ଆଜି (ମଙ୍ଗଳବାର) ପୂର୍ବାହ୍ନରେ ଏହି ଘଟଣା ଘଟିଛି । ଦୁଇ ରାଜ୍ୟର ସୀମାବର୍ତ୍ତୀ ଜଙ୍ଗଲରୁ କାଠ ଆଣୁଥିବା ବେଳେ ମେଘାଳୟର ଲୋକଙ୍କ ଉପରେ ଫରେଷ୍ଟ ଗାର୍ଡର ଯବାନ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି ।

  • Total six persons including five from Meghalaya and one Assam Forest Guard killed in the incident. The injured persons rushed to hospital. Inquest conducted FIR registered by Meghalaya police: Meghalaya CM Conrad Sangma pic.twitter.com/kYSgr9WzAI

    — ANI (@ANI) November 22, 2022 " class="align-text-top noRightClick twitterSection" data=" ">

ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗାମା ଘଟଣା ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଗୁଳିକାଣ୍ଡରେ ମେଘାଳୟର 5 ଜଣ ସାଧାରଣ ନାଗରିକ ଓ ଆସାମ ଫରେଷ୍ଟ ଗାର୍ଡର ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସାଙ୍ଗମା । ସେହିପରି ଏହି ଘଟଣାରେ ଏକ ମାମଲା ରୁଜୁ କରି ମେଘାଳୟ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଦୁଇ ରାଜ୍ୟର ସୀମାବର୍ତ୍ତୀ ତଥା ବିବାଦୀୟ ଅଞ୍ଚଳରେ ଉତ୍ତେଜନା ଓ ହିଂସା ଆଶଙ୍କାରେ ଇଣ୍ଟରନେଟ ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଘଟଣାସ୍ଥଳରେ ଉଭୟ ରାଜ୍ୟର ପୋଲିସ ପହଞ୍ଚିଛନ୍ତି ।

ପୂର୍ବରୁ ଦୁଇ ଉତ୍ତର-ପୂର୍ବ ରାଜ୍ୟରେ ଦୀର୍ଘ ବର୍ଷ ଧରି ସୀମା ବିବାଦ ଲାଗି ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପରେ ନିକଟରେ ଉଭୟ ରାଜ୍ୟ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଉଭୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ କନରାଡ ସାଙ୍ଗମାଙ୍କ ମଧ୍ୟରେ ସୀମା ବିବାଦ ସମ୍ପର୍କିତ ଏକାଧିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଯେଉଁଥରେ ଦୁଇ ରାଜ୍ୟର ସୀମାରେ ଥିବା ବିବାଦୀୟ ଅଞ୍ଚଳ ମଧ୍ୟରୁ 6ଟି ପଏଣ୍ଟରେ ସୀମା ସମାଧାନ ନେଇ ଦୁଇ ମୁଖ୍ୟମନ୍ତ୍ରୀ ସହମତି ହୋଇଥିଲେ । ଏବେ ପୁଣି ଏହି ଗୁଳିକାଣ୍ଡ ଉତ୍ତେଜନା ସୃଷ୍ଟି ହେବା ପରି ଆଶଙ୍କାକୁ ଜନ୍ମ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.