Assam flood: 24 ଘଣ୍ଟାରେ 7 ମୃତ, 107 ଛୁଇଁଲା ମୋଟ ମୃତ୍ୟୁ ସଂଖ୍ୟା

author img

By

Published : Jun 23, 2022, 10:43 PM IST

Assam flood: 24 ଘଣ୍ଟାରେ 7 ମୃତ, 137 ଛୁଇଁଲା ମୋଟ ମୃତ୍ୟୁ ସଂଖ୍ୟା

ଆସାମରେ କମୁଛି ବନ୍ୟା, ବଢୁଛି ଦୁର୍ଦ୍ଦଶା । ଗତ 24 ଘଣ୍ଟାରେ 7 ମୃତ । ମୋଟ ମୃତ୍ୟୁ ସଂଖ୍ୟା 107ରେ ପହଞ୍ଚିଲା । ମାସେ ମଧ୍ୟରେ ଦୁଇଟି ବିଶାଳ ବନ୍ୟା ସାମ୍ନା କରିସାରିଲାଣି ରାଜ୍ୟ । ଅଧିକ ପଢନ୍ତୁ

ଗୌହାଟୀ: ଆସାମରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ସୁଦ୍ଧା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କିନ୍ତୁ ବଢିବାରେ ଲାଗିଛି । ଦୁର୍ଦ୍ଦଶା ସାଙ୍ଗକୁ ମୃତ୍ୟୁ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । କେବଳ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପୃଥକ ପୃଥକ ସ୍ଥାନରେ 7ଜଣଙ୍କ ପ୍ରାଣହାନୀ ଘଟିଛି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା 107 ରେ ପହଞ୍ଚିଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ପକ୍ଷରୁ କୁହାଯାଇଛି ।

Assam flood: 24 ଘଣ୍ଟାରେ 7 ମୃତ, 107 ଛୁଇଁଲା ମୋଟ ମୃତ୍ୟୁ ସଂଖ୍ୟା
Assam flood: 24 ଘଣ୍ଟାରେ 7 ମୃତ, 107 ଛୁଇଁଲା ମୋଟ ମୃତ୍ୟୁ ସଂଖ୍ୟା
  • #AssamFloods2022 | Seven people lost their lives in the last 24 hours. Till now, 107 people have lost their lives (90 in flood & 17 in landslide): Assam State Disaster Management Authority

    — ANI (@ANI) June 23, 2022 " class="align-text-top noRightClick twitterSection" data=" ">

ବିସ୍ତୃତ ତଥ୍ୟ ଅନୁସାରେ, କେବଳ ବନ୍ୟା ଜଳରେ ଭାସିଯାଇ 90 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୂସ୍ଖଳନରେ ଅବଶିଷ୍ଟ 17 ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ହେବା ଫଳରେ ରାଜ୍ୟର ଏକାଧିକ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଯୋଗାଯୋଗ, ବିଜୁଳି ଯୋଗାଣ ମଧ୍ୟ ପ୍ରଭାବିତ । ଏବେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି । ରାଜ୍ୟରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।

NDRF ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ସାଙ୍ଗକୁ ଅନ୍ୟ ସଂସ୍ଥା ମଧ୍ୟ ଉଦ୍ଧାର ଅପରେସନରେ ଲାଗିଛନ୍ତି । ଗତ ମାସରେ ମଧ୍ୟ ଭୀଷଣ ବନ୍ୟାର କରାଳ ରୂପ ଦେଖିଥିଲା ଉତ୍ତର-ପୂର୍ବ ରାଜ୍ୟ ଆସାମ । ଭୌଗୋଳିକ ଅବସ୍ଥିତି ଯୋଗୁ ପ୍ରତିବର୍ଷ ପ୍ରାୟ ବନ୍ୟାର ସାମ୍ନା କରିଥାଏ ଆସାମ । ଗତ ମାସରେ ମଧ୍ୟ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆବଶ୍ୟକତା ଠାରୁ ଅଧିକ ପରିମାଣର ବର୍ଷା ହେବା ଫଳରେ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି ସୃଷ୍ଟି ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.