ହୃଦଘାତରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ କମଲ ଖାନ

author img

By

Published : Jan 14, 2022, 1:11 PM IST

ଆଉ ନାହାନ୍ତି ସାମ୍ବାଦିକ କମଲ ଖାନ

ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ କମଲ ଖାନ । ଜାତୀୟ ଗଣାମାଧ୍ୟମରେ ସାମ୍ବାଦିକତା କାର୍ଯ୍ୟ ତୁଲାଇଥିବା କମଲ ଖାନଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ସାମ୍ବାଦିକ ଜଗତ ପାଇଁ ଦୁଃଖ ଖବର । ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ କମଲ ଖାନ । ଜାତୀୟ ଗଣାମାଧ୍ୟମରେ ସାମ୍ବାଦିକତା କାର୍ଯ୍ୟ ତୁଲାଇଥିବା କମଲ ଖାନଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତ ଖବରରେ ସାମ୍ବାଦିକତା ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

  • एनडीटीवी से जुड़े प्रतिष्ठित व जाने-माने टीवी पत्रकार कमाल ख़ान की अचानक ही निधन के ख़बर अति-दुःखद तथा पत्रकारिता जगत की अपूर्णीय क्षति। उनके परिवार व उनके सभी चाहने वालों के प्रति मेरी गहरी संवेदना। कुदरत सबको इस दुःख को सहन करने की शक्ति दे, ऐसी कुदरत से कामना।

    — Mayawati (@Mayawati) January 14, 2022 " class="align-text-top noRightClick twitterSection" data=" ">

ଜାତୀୟ ଗଣମାଧ୍ୟମରେ କାର୍ଯ୍ୟରତ ଥିଲେ କମଲ । ରାଜନୈତିକ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଉପସ୍ଥାପନା ଥିଲା ବେଶ ଉଚ୍ଚକୋଟୀର । ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ପ୍ରୟାସ ଥିଲା ବେଶ ଚମତ୍କାର । କମଲ ଜଣେ ଭଲ ବ୍ୟକ୍ତିତ୍ବ ସହ ମିଷ୍ଟଭାଷୀ ସ୍ବଭାବର ଥିଲେ। ଏହା ଏକ ବଡ କ୍ଷତି ବୋଲି କହିଛନ୍ତି ତାଙ୍କ ସହକର୍ମୀ ।

  • बेहद दुखद। मशहूर पत्रकार कमाल ख़ान जी का आकस्मिक निधन पत्रकारिता जगत के लिए एक बड़ी क्षति है। ईश्वर से प्रार्थना करता हूँ कि उनके परिवार को ये दुख सहने की शक्ति दें।
    विनम्र श्रद्धांजलि 🙏 https://t.co/Gv79wZftAd

    — Arvind Kejriwal (@ArvindKejriwal) January 14, 2022 " class="align-text-top noRightClick twitterSection" data=" ">

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗତକାଲି ସେ ଏକ ପିଟୁସି ଦେଇଥିଲେ । ଯାହାର ବିଷୟବସ୍ତୁ ଥିଲା ଭାଜପାରୁ ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ଦେବା । କାଲି କ୍ୟାମେରା ଆଗରେ ଥିବା ଲୋକଟି ଆଜି ଖବର ପାଲଟି ଯାଇଛି ତାହା କେହି ବିଶ୍ବାସ କରି ପାରୁନାହାନ୍ତି । ସେହି ଶେଷ ପିଟୁସିକୁ ସେୟାର କରି ଅମନ ଶର୍ମା କହିଛନ୍ତି ଏହା କମଲଙ୍କ ଶେଷ ଖବର ପ୍ରସାରଣ । ଜୀବନ ସତରେ କ୍ଷଣସ୍ଥାୟୀ । ଭଗବାନ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ।

ତାଙ୍କ ବିୟୋଗରେ ବିଏସପି ନେତ୍ରୀ ମାୟାବତୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରଆଦିତ୍ୟ ସିନ୍ଧିଆ ଓ ହରଦୀପ ସିଂ ପୁରୀ ଶୋକପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.