Morbi bridge collapse probe: ତଦନ୍ତ ତଦାରଖ ପାଇଁ ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Nov 21, 2022, 6:46 PM IST

Morbi bridge collapse probe: ତଦନ୍ତ ତଦାରଖ ପାଇଁ ଗୁଜୁରାଟ ହାଇକୋର୍ଟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଗୁଜୁରାଟ ମୋରବି ପୋଲ ଭାଙ୍ଗିବା ଘଟଣା ତଦନ୍ତର ତଦାରଖ କରିବ ଗୁଜୁରାଟ ହାଇକୋର୍ଟ (SC directs Gujarat HC on Morbi bridge collapse)। ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ । 130 ଜଣଙ୍କର ହୋଇଥିଲା ମୃତ୍ୟୁ । ଅଧିକ ପଢନ୍ତୁ

ଗାନ୍ଧୀନଗର: ବହୁଚର୍ଚ୍ଚିତ ଗୁଜୁରାଟ ମୋରବି ପୋଲ ଭୁଶୁଡିବା ଘଟଣାର ତଦନ୍ତ ତଦାରଖ କରିବ ଗୁଜୁରାଟ ହାଇକୋର୍ଟ । ଗୁଜୁରାଟ ହାଇକୋର୍ଟକୁ ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି (SC directs Gujarat HC on Morbi bridge collapse)। ଏହି ଅଘଟଣରେ 130ଜଣଙ୍କ ପ୍ରାଣହାନୀ ଘଟିଥିଲା । ନିର୍ଦ୍ଦେଶରେ ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି, ଏହି ଦୁର୍ଘଟଣା ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ।

ହାଇକୋର୍ଟ ନିଜଆଡୁ ଏହି ଦୁର୍ଘଟଣାର ତଦନ୍ତର ତଦାରଖ ଭାର ଗ୍ରହଣ କରନ୍ତୁ । ଦୁର୍ଘଟଣାର କାରଣ ସମ୍ପର୍କିତ ତଦନ୍ତ ଓ ଅନ୍ୟ ସମସ୍ତ ଦିଗକୁ ହାଇକୋର୍ଟ ନିଜ ତତ୍ବାବଧାନକୁ ନିଅନ୍ତୁ । ସେହିପରି ଏହି ଅଘଟଣରେ କ୍ଷତିଗ୍ରସ୍ତ ହୋଇଥିବା ପୀଡିତଙ୍କୁ ମଧ୍ୟ କିପରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇପାରିବ ସେ ନେଇ ମଧ୍ୟ ହାଇକୋର୍ଟ ଦାୟିତ୍ବ ଗ୍ରହଣ କରନ୍ତୁ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ, ହିମା କୋହଲିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଆଜି (ସୋମବାର) ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅଘଟଣରେ ଦୁଇଜଣ ସମ୍ପର୍କୀୟଙ୍କୁ ହରାଇଥିବା ପୀଡିତଙ୍କ ପାଇଁ ମଧ୍ୟ ଖଣ୍ଡପୀଠ ଏକ ଭିନ୍ନ ଆଶ୍ବସ୍ତିକର ନିର୍ଦ୍ଦେଶ ଜାରି କରିଛନ୍ତି । ସେମାନେ ଚାହିଁଲେ ମାମଲାର ନିରପେକ୍ଷ ତଦନ୍ତ ଓ ସଠିକ କ୍ଷତିପୂରଣ ପାଇଁ ଗୁଜୁରାଟ ହାଇକୋର୍ଟର ଦ୍ବାରସ୍ଥ ହୋଇପାରିବେ ବୋଲି ମଧ୍ୟ ଏହି ଖଣ୍ଡପୀଠ କହିଛନ୍ତି ।

ଅକ୍ଟୋବର 30 ତାରିଖରେ ଗୁଜୁରାଟର ମୋରବିର ମାଛୁ ନଦୀରେ ଥିବା ଝୁଲାପୋଲରେ ଏହି ଅଘଟଣ ଘଟିଥିଲା । ଏହି ପୁରୁଣା ପୋଲଟି ମାତ୍ରାଧିକ ଭିଡ କାରଣରୁ ଭାଙ୍ଗି ଯାଇଥିଲା । ଏଥିରେ ନଦୀ ମଧ୍ୟକୁ ଖସିପଡି 130 ଜଣଙ୍କ ପ୍ରାଣହାନୀ ଘଟିଥିଲା । ସାରା ଦେଶ ଏହି ଦୁର୍ଘଟଣାରେ ସ୍ତବ୍ଧ ହୋଇଯାଇଥିଲା । ଅଘଟଣ ପରେ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଏକାଧିକ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଦୁର୍ଘଟଣାର କାରଣ ସମ୍ପର୍କରେ ଜାଣିବା ପାଇଁ ଗୁଜୁରାଟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.