ISRO ମୁଖ୍ୟ ହେଲେ ରକେଟ ଇଂଜିନିୟରିଂ ଏକ୍ସପର୍ଟ S Somanath

author img

By

Published : Jan 14, 2022, 6:01 PM IST

Updated : Jan 14, 2022, 6:53 PM IST

ISRO ନୂଆ ମୁଖ୍ୟ ହେଲେ ରକେଟ ବୈଜ୍ଞାନିକ ଏସ ସୋମନାଥ

ନୂଆ ISRO ମୁଖ୍ୟ ଭାବେ ନିଯୁକ୍ତ ହେଲେ ରକେଟ ବୈଜ୍ଞାନିକ ଏସ ସୋମନାଥ । ପୂର୍ବତନ ଇସ୍ରୋ ମୁଖ୍ୟ କେ. ଶିବମଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସୋମନାଥ ତାଙ୍କ ସ୍ଥାନ ନେଇଛନ୍ତି । ପୂର୍ବରୁ ବୈଜ୍ଞାନିକ ସୋମନାଥ ତିରୁଅନନ୍ତପୁରମର ବିକ୍ରମ ସରାଭାଇ ସ୍ପେଶ ସେଣ୍ଟର(VSSC)ର ନିର୍ଦ୍ଦେଶକ ଦାୟିତ୍ବରେ ରହିଥିଲେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସରକାର ଏସ ସୋମନାଥଙ୍କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO)ର ନୂତନ ଚେୟାରମ୍ୟାନ୍ (S Somanath as the new chairman of ISRO) ଭାବରେ ନିଯୁକ୍ତ କରିଛନ୍ତି । ଆଜି ପୂର୍ବତନ ଇସ୍ରୋ ମୁଖ୍ୟ କେ. ଶିବମଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସୋମନାଥ ତାଙ୍କ ସ୍ଥାନ ନେଇଛନ୍ତି । ପୂର୍ବରୁ ବୈଜ୍ଞାନିକ ସୋମନାଥ ତିରୁଅନନ୍ତପୁରମର ବିକ୍ରମ ସରାଭାଇ ସ୍ପେଶ ସେଣ୍ଟର(VSSC)ର ନିର୍ଦ୍ଦେଶକ ଦାୟିତ୍ବରେ ରହିଥିଲେ । ଏଠାରେ ସେ ଚାରି ବର୍ଷ କାର୍ଯ୍ୟ କରିବା ପରେ ସୋମନାଥ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଅଢେଇ ବର୍ଷ ଧରି ଲିକ୍ବିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର (LPSC) ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଲଞ୍ଚ ଯାନର ସିଷ୍ଟମ ଇଞ୍ଜିନିୟରିଂ କ୍ଷେତ୍ରର ଜଣେ ବିଶେଷଜ୍ଞ ହେଉଛନ୍ତି ସୋମନାଥ । PSLV ଏବଂ GSLV MkIIIର ସାମଗ୍ରିକ ସ୍ଥାପତ୍ୟ, ଡିଜାଇନ୍, ଗଠନ, ଗତିଶୀଳ ଡିଜାଇନ୍, ବିଚ୍ଛିନ୍ନତା ପ୍ରଣାଳୀ, ଯାନ ଏକୀକରଣ ପ୍ରକ୍ରିୟା ବିକାଶରେ ସାମିଲ ହୋଇଥିଲେ ।

କିଏ ଏସ ସୋମନାଥ ?

ଏସ ସୋମନାଥ ଜଣେ ଜଣାଶୁଣା ଏରୋସ୍ପେଶ୍ ଇଞ୍ଜିନିୟର ଏବଂ ରକେଟ୍ ବୈଜ୍ଞାନିକ । ତାଙ୍କର ପାରଦର୍ଶିତା ମଧ୍ୟରେ ଲଞ୍ଚ ଯାନର ଡିଜାଇନ୍, ପିରୋଟେକନିକ୍ସ, ଯାନ୍ତ୍ରିକ ଡିଜାଇନ୍ ଏବଂ ଷ୍ଟ୍ରକଚରାଲ୍ ଡିଜାଇନ୍ ଅନ୍ତର୍ଭୁକ୍ତ । ବର୍ତ୍ତମାନ, ସୋମନାଥ ବିକ୍ରମ ସାରଭାଇ ସ୍ପେଶ୍ ସେଣ୍ଟର (VSSC) ର ନିର୍ଦ୍ଦେଶକ ରହିଛନ୍ତି । ସେ ପୂର୍ବରୁ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (PSLV) ର ଏକୀକରଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ 1963 ମସିହା ଜୁଲାଇ ମାସରେ ଜନ୍ମଗ୍ରହଣ କରିଥିଲେ ।

ସୋମନାଥଙ୍କ ପାଠ୍ୟକ୍ରମ ଓ ପ୍ରାରମ୍ଭିକ ବୃତ୍ତି:-

ସୋମନାଥ ଏର୍ଣ୍ଣାକୁଲମର ମହାରାଜା କଲେଜରେ ପାଠ ପଢୁଥିଲେ ଏବଂ ତା’ପରେ କେରଳ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ TKM କଲେଜ ଅଫ୍ ଇଞ୍ଜିନିୟରିଂରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ଏହାପରେ ବାଙ୍ଗାଲୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଅନୁଷ୍ଠାନରେ ଏରୋସ୍ପେଶ୍ ଇଞ୍ଜିନିୟରିଂରୁ ସେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏଠାରେ ସେ ଡାଇନାମିକ୍ସ ଓ କଣ୍ଟ୍ରୋଲରେ ବିଶେଷଜ୍ଞ ଥିଲେ।

ସେ ପ୍ରଥମେ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରେ 1985 ମସିହାରେ ଯୋଗ ଦେଇଥିଲେ ଏବଂ ପରେ VSSCର ଆସୋସିଏଟ୍ ଡାଇରେକ୍ଟର (ପ୍ରୋଜେକ୍ଟ) ହୋଇଥିଲେ । 2010 ମସିହାରେ, ସେ GSLV Mk-III ଲଞ୍ଚ ଯାନର ପ୍ରୋଜେକ୍ଟ ନିର୍ଦ୍ଦେଶକ ମଧ୍ୟ ଥିଲେ । ସେ 2014 ପର୍ଯ୍ୟନ୍ତ ପ୍ରୋପୁଲସନ୍ ଏବଂ ସ୍ପେଶ୍ ଅର୍ଡିନାନ୍ସ ଏଣ୍ଟିଟି(Director of Propulsion and Space Ordinance)ର ଡେପୁଟି ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । 2015ରୁ 2018 ପର୍ଯ୍ୟନ୍ତ ସେ ଭାଲିଆମାଲାରେ ଲିକ୍ବିଡ୍ ପ୍ରୋପୁଲସନ୍ ସିଷ୍ଟମ୍ ସେଣ୍ଟର (LPSC)ର ନିର୍ଦ୍ଦେଶକ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 14, 2022, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.