Republic Day 2022: ନେତାଜୀ ଜୟନ୍ତୀରୁ ଆରମ୍ଭ ହେବ ସେଲିବ୍ରେସନ

author img

By

Published : Jan 15, 2022, 4:00 PM IST

Updated : Jan 15, 2022, 4:13 PM IST

Republic Day 2022: ନେତାଜୀ ଜୟନ୍ତୀରୁ ଆରମ୍ଭ ହେବ ସେଲିବ୍ରେସନ

ଜାନୁୟାରୀ 23ରୁ ଆରମ୍ଭ ହେବ ଗଣତନ୍ତ୍ର ଦିବସ ଉତ୍ସବ । ଅନ୍ତର୍ଭୂକ୍ତ ହେଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପରାକ୍ରମ ଦିବସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ କେବଳ ୨୬ ଜାନୁଆରୀ ନୁହେଁ, ୨୩ ଜାନୁଆରୀ ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ପାଳନ ହେବ । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ଇତିହାସ ଏବଂ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଦିବସ, ଘଟଣାବଳୀ ତଥା ମହାନ ଦେଶଭକ୍ତଙ୍କୁ ମନେ ପକାଇବା ପାଇଁ ଏପରି କିଛି ନିଷ୍ପତ୍ତି ନିଆଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । କେବଳ ଚଳିତ ବର୍ଷ ନୁହେଁ ବରଂ ପ୍ରତିବର୍ଷ ୨୩ ଜାନୁଆରୀ ପରାକ୍ରମ ଦିବସରୁ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ ।

ଦେଶର କିଛି ପ୍ରମୁଖ ଘଟଣାବଳୀ ତଥା ବୀର ଯୋଦ୍ଧାଙ୍କୁ ମନେ ପକାଇ କେନ୍ଦ୍ର ସରକାର କିଛି ନୂଆ ଜାତୀୟ ଦିବସ ପାଳନ ନିଷ୍ପତ୍ତି ନେଇଥିବା ସରକାରୀ ସୂତ୍ରରୁ କୁହାଯାଇଛି । ଚଳିତ ବର୍ଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀକୁ ଦେଶବ୍ୟାପୀ ପରାକ୍ରମ ଦିବସ ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଗସ୍ତ କରି ନେତାଜୀଙ୍କ ଜୟନ୍ତୀ ପାଳନ ସମାରୋହରେ ସାମିଲ ହୋଇଥିଲେ ।

ଚଳିତ ବର୍ଷ ସରକାର ଅନ୍ୟ କିଛି ଜାତୀୟ ଦିବସ ମଧ୍ୟ ପାଳନ କରିବା ନେଇ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ଅଗଷ୍ଟ 14 ରେ ଅଖଣ୍ଡ ଭାରତ ବିଭାଜିତ ହୋଇ ଦୁଇ ଦେଶ ଆତ୍ମପ୍ରକାଶ କରିଥିଲା । ଦେଶ ବିଭାଜନ ତାରିଖକୁ ପ୍ରତିବର୍ଷ ବିଭାଜନ ବିଭୀସିକା ଦିବସ ଭାବେ ପାଳନ କରାଯିବ ।

ସେହିପରି ଅକ୍ଟୋବର 31 ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀଙ୍କୁ ଜାତୀୟ ଏକତା ଦିବସ, ନଭେମ୍ବର ୧୫ ମହାନ ଜନଜାତି ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀଙ୍କୁ ଜାତୀୟ ଜନଜାତୀୟ ଦିବସ, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଓ ଡିସେମ୍ବର 26 ତାରିଖକୁ ଗୁରୁ ଗୋବିନ୍ଦ ସିଂଙ୍କ ପୁଅଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ବୀରବଲ୍ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ANI

Last Updated :Jan 15, 2022, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.