ହସ୍ପିଟାଲରେ ନିଆଁ ଲାଗି ଡାକ୍ତରଙ୍କ ସମେତ ଦୁଇ ପୁଅ ମୃତ

author img

By

Published : Sep 25, 2022, 10:16 AM IST

ହସ୍ପିଟାଲରେ ନିଆଁ ଲାଗି ଡାକ୍ତରଙ୍କ ସମେତ ଦୁଇ ପୁଅ ମୃତ

ଆନ୍ଧ୍ରପ୍ରଦେଶର ଏକ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲେ ଡାକ୍ତର ସମେତ ତାଙ୍କର ଦୁଇ ପୁଅ । ଅଧିକ ପଢନ୍ତୁ

ଅମରାବତୀ: ହସ୍ପିଟାଲରେ ଲାଗିଲା ନିଆଁ (fire broke out at Hospital) । ଅଗ୍ନିକାଣ୍ଡରେ ଜଳିଗଲେ ଡାକ୍ତରଙ୍କ ସମେତ ତାଙ୍କର ଦୁଇ ପୁଅ । ଶନିବାର ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲାରେ ଏହି ଅଭାବନୀୟ ଘଟଣା ପ୍ରକାଶ ପାଇଛି । ତିରୁପତି ଜିଲ୍ଲା ଭଗତ ସିଂହ କଲୋନୀରେ ଥିବା ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଜଣେ ଡାକ୍ତର ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଡାକ୍ତର ହେଉଛନ୍ତି ରବି ଶଙ୍କର ରେଡ୍ଡୀ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇ ଥିବାବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦୁଇ ଜଣ ପୁଅ ଆଖି ବୁଜିଛନ୍ତି । ତେବେ କିପରି ଏହି ଅଗ୍ନିକାଣ୍ଡ ଘଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁଯାୟୀ, ହସ୍ପିଟାଲରେ ନିଆଁ ଲାଗିବା ସମୟରେ ସେଠାରେ ଡାକ୍ତର ରବି ଶଙ୍କର ରେଡ୍ଡୀଙ୍କ ପରିବାର ଶୋଇଥିଲେ(doctor's family staying in the hospital) । ଅନ୍ୟ ଏକ ରୁମରେ ଡାକ୍ତର ନିଜେ ମଧ୍ୟ ବିଶ୍ରାମ ନେଉଥିଲେ । ଏତିକି ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ହସ୍ପିଟାଲ ବିଲ୍ଡିଂ ହୁ ହୁ ହୋଇ ଜଳିବାକୁ ଲାଗିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଅଗ୍ନିଶମ କର୍ମଚାରୀ ଡାକ୍ତରଙ୍କୁ ବଞ୍ଚାଇବାରେ ଅସଫଳ ହୋଇଥିଲେ । ସେମାନେ ପହଞ୍ଚିବା ବେଳକୁ ଡାକ୍ତର ରବି ଶଙ୍କର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ତାମିଲନାଡୁରେ RSS କାର୍ଯ୍ୟକର୍ତ୍ତାଙ୍କ ଘରକୁ ବୋମାମାଡ, କ୍ୟାମେରାରେ ଦୃଶ୍ୟ କଏଦ

ସେହିପରି ନିଆଁର ଧୂଆଁ ହସ୍ପିଟାଲ ସାରା ବ୍ୟାପୀ ଯାଇଥିଲା । ଯେଉଁ କାରଣରୁ ହସ୍ପିଟାଲ ରୁମରେ ଶୋଇଥିବା ଡାକ୍ତରଙ୍କ ପତ୍ନୀ, ମାଉସୀ ଏବଂ ଦୁଇ ପୁଅ କାର୍ତ୍ତିକ ଓ ଭରତ ଅସୁସ୍ଥ ହୋଇପଡିଥିଲେ । ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ପୁଅଙ୍କ ମୃତ୍ୟୁ ହୋଇଯାଇଛି । ତେବେ କିପରି ଏହି ନିଆଁ ଲାଗିଲା ତାହା ଏ ଯାଏଁ ଜଣାପଡିନାହିଁ । ଏହି ଅଭାବନୀୟ ଘଟଣା ଏବେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.