ସତ୍ୟ ଉପସ୍ଥାପିତ କରେ, ସମସ୍ତ ପକ୍ଷକୁ ସୁଯୋଗ ଦିଏ ପ୍ରକୃତ ସାମ୍ବାଦିକତା: ଅନୁରାଗ ଠାକୁର

author img

By

Published : Sep 21, 2022, 11:20 AM IST

ସତ୍ୟ ଉପସ୍ଥାପିତ କରେ, ସମସ୍ତ ପକ୍ଷକୁ ସୁଯୋଗ ଦିଏ ପ୍ରକୃତ ସାମ୍ବାଦିକତା: ଅନୁରାଗ ଠାକୁର

ପ୍ରକୃତ ସାମ୍ବାଦିକତା କଣ ଅଭିଭାଷଣରେ ମତ ରଖିଲେ ଅନୁରାଗ ଠାକୁର । କହିଲେ ସତ୍ୟ ଉପସ୍ଥାପିତ କରେ, ସମସ୍ତ ପକ୍ଷକୁ ସୁଯୋଗ ଦିଏ ପ୍ରକୃତ ସାମ୍ବାଦିକତା (Anurag Thakur on journalism)। କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥିମାନଙ୍କ ପ୍ରସଙ୍ଗକୁ ଧ୍ରୁବିକରଣ କରିବା ଗଣମାଧ୍ୟମ ସଂସ୍ଥାର ବିଶ୍ବସନୀୟତା ପ୍ରତି ବିପଦ । ଅଧିକ ପଢନ୍ତୁ

ନୂଆଦଲ୍ଲୀ: ପ୍ରକୃତ ସାମ୍ବାଦିକତା ସତ୍ୟର ଉପସ୍ଥାପନା କରେ । ତଥ୍ୟ ଉପରେ ଆଧାରିତ ଥାଏ । ଘଟଣା ବା ଖବର ସହ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ସେମାନଙ୍କ ମତ ରଖିବାର ସୁଯୋଗ ମଧ୍ୟ ଦେଇଥାଏ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । 20 ତମ ଏସିଆ ପାସିଫିକ ଇଣ୍ଟିଚ୍ୟୁଟ ଅଫ ବ୍ରୋଡକାଷ୍ଟିଂ ଡେଭଲ୍ପମେଣ୍ଟ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ମନ୍ତ୍ରୀ ଅନୁରାଗ (Anurag Thakur on journalism )।

ବର୍ତ୍ତମାନ ଗଣମାଧ୍ୟମ ଓ ଏହା ପ୍ରତି ଥିବା ଆହ୍ବାନ ସମ୍ପର୍କରେ ଅନୁରାଗ (union minister Anurag Thakur ) କହିଛନ୍ତି, ବର୍ତ୍ତମାନ ସମୟରେ ଡିଜିଟାଲ ପ୍ଲାଟଫର୍ମର ଉତ୍‌ଥାନ ମୁଖ୍ୟସ୍ରୋତ ଗଣମାଧ୍ୟମ ପାଇଁ ବିପଦ କିମ୍ବା ଆହ୍ବାନ ନୁହେଁ ବରଂ ମୁଖ୍ୟସ୍ରୋତ ଗଣମାଧ୍ୟମ ନିଜେ ହିଁ ନିଜ ପ୍ରତି ଆହ୍ବାନ ସୃଷ୍ଚି କରିଛି । ପ୍ରକୃତ ସାମ୍ବାଦିକତା କିପରି ହେବା ଉଚିତ ସେ ସମ୍ପର୍କରେ ସୂଚନା ଦେଇ ଅନୁରାଗ କହିଛନ୍ତି, ଗଣମାଧ୍ୟମରେ ପ୍ରସାରିତ ଖବର ତଥ୍ୟ ଉପରେ ଆଧାରିତ ହେବାର ଆବଶ୍ୟକତା ରହିଛି । ସେହିପରି ଗଣମାଧ୍ୟମକୁ ସତ୍ୟକୁ ଉପସ୍ଥାପନା କରିବାର ଆବଶ୍ୟକତା ରହିଛି । ଖବର ପ୍ରସାରଣ କରିବା ବେଳେ ସମସ୍ତ ଦିଗ ଓ ସମସ୍ତ ପକ୍ଷଙ୍କୁ ମଧ୍ୟ ସେମାନଙ୍କ ମତ ରଖିବାର ସୁଯୋଗ ପ୍ରକୃତ ସାମ୍ବାଦିକତା ହିଁ ଦେଇଥାଏ ।

ମନ୍ତ୍ରୀ କହିଛନ୍ତି ବିତର୍କ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇ ଆସୁଥିବା ଅତିଥି ଯେତେବେଳେ କୌଣସି ପ୍ରସଙ୍ଗକୁ ଧ୍ରୁବୀକରଣ କରିବାରେ ଲାଗନ୍ତି, ତାହା ସମ୍ପୃକ୍ତ ଗଣମାଧ୍ୟମର ବିଶ୍ବସନୀୟତା ପ୍ରତି ବାଧା ସୃଷ୍ଟି କରେ । ମିଥ୍ୟା ଓ ଭିତ୍ତିହୀନ ଖବର ପ୍ରଚାର କରିବା ବିଶ୍ୱସନୀୟତାକୁ ହ୍ରାସ କରେ । ସଂସ୍ଥାର ଖବର ପ୍ରସାରଣ ଶୈଳୀକୁ ଦର୍ଶକ ଦେଖୁଛନ୍ତି । ଏକ ନିର୍ଭରଯୋଗ୍ୟ ଉତ୍ସ ଏବଂ ସ୍ୱଚ୍ଛ ଭାବେ ଖବର ପ୍ରସାରିତ କଲେ ଲୋକେ ଅଧିକ ଗ୍ରହଣ କରିବେ ବୋଲି କହିଛନ୍ତି ଅନୁରାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.