ଥାର୍ଡ ପାର୍ଟି ଏଜେଣ୍ଟ ଜରିଆରେ ଋଣ ଆଦାୟ କରିପାରିବନି ମହିନ୍ଦ୍ରା ଫାଇନାନ୍ସ

author img

By

Published : Sep 23, 2022, 5:38 PM IST

ଥାର୍ଡ ପାର୍ଟି ଏଜେଣ୍ଟ ଜରିଆରେ ଋଣ ଆଦାୟ କରିପାରିବନି ମହିନ୍ଦ୍ରା ଫାଇନାନ୍ସ

ଋଣ ଆଦାୟ ପାଇଁ ଥାର୍ଡ ପାର୍ଟି ଏଜେଣ୍ଟ ନିଯୁକ୍ତ କରିପାରିବନି ମହିନ୍ଦ୍ରା ଫାଇନାନ୍ସ । ହଜାରିବାଗ ଗର୍ଭବତୀ ହତ୍ୟାକାଣ୍ଡ ମାମଲାକୁ କେନ୍ଦ୍ର କରି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ

ମୁମ୍ବାଇ: ଥାର୍ଡ ପାର୍ଟି ଏଜେଣ୍ଟ(third-party agents) ମାଧ୍ୟମରେ ଋଣ ଆଦାୟ କରିପାରିବନି ମହିନ୍ଦ୍ରା ଫାଇନାନ୍ସ । ମହିନ୍ଦ୍ର ଆଣ୍ଡ ମହିନ୍ଦ୍ରା ଫାଇନାନସିଆଲ ସର୍ଭିସ ଲିମିଟେଡ(M&M Financial Service)ର ଋଣ ଆଦାୟ ପାଇଁ ଥାର୍ଡ ପାର୍ଟି ଏଜେଣ୍ଟ ବା ଋଣ ଆଦାୟକାରୀ କର୍ମଚାରୀ ନିଯୁକ୍ତି ଉପରେ ରୋକ ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) । ଗୁରୁବାର ଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବାବେଳେ, ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଏହା ଲାଗୁ ରହିବ । ଝାଡଖଣ୍ଡରେ ୨୭ ବର୍ଷୀୟା ଗର୍ଭବତୀଙ୍କୁ ଟ୍ରାକ୍ଟର ଚଢାଇ ଫାଇନାନ୍ସ କମ୍ପାନୀ ଏଜେଣ୍ଟ କରିବା ମାମଲାରେ ଆରବିଆଇ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏଠାରେ ପ୍ରକାଶଥାଉ କି, ହଜାରିବାଗ ବରିୟାଥ ଗାଁର ମିଥିଲେଶ ମେହତା ନାମକ କୃଷକ ମହିନ୍ଦ୍ରା ଫାଇନାନ୍ସରୁ ଲୋନ୍‌ ନେଇ ଟ୍ରାକ୍ଟର କିଣିଥିଲେ । ହେଲେ ଠିକ୍ ସମୟରେ କିସ୍ତି ପରିଶୋଧ କରିପାରି ନଥିଲେ । ତେଣୁ ଟଙ୍କା ଆଦାୟ କରିବାକୁ ଅଚାନକ ତାଙ୍କ ଘରେ ପହଞ୍ଚିଥିଲେ ଫାଇନାନ୍ସ କମ୍ପାନୀର ଲୋନ ଆଦାୟକାରୀ ଏଜେଣ୍ଟ । କିସ୍ତି ନ ଶୁଝିବା ଯୋଗୁଁ କର୍ମଚାରୀମାନେ କୃଷକଙ୍କ ଟ୍ରାକ୍ଟର ଜବତ କରିଥିଲେ । ଏହାକୁ ନେଇ କୃଷକଙ୍କ ଝିଅ ଓ ଫାଇନାନ୍ସ କର୍ମଚାରୀଙ୍କ ମଧ୍ୟରେ ଖୁବ୍ ପାଟିତୁଣ୍ଡ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ବାପା ନେଇଥିଲେ ଲୋନ୍‌, ଗର୍ଭବତୀ ଝିଅ ଉପରେ ଟ୍ରାକ୍ଟର ଚଢାଇଦେଲେ ଫାଇନାନ୍ସ କର୍ମଚାରୀ

ଏହାପରେ କର୍ମଚାରୀମାନେ ଜୋର ଜବରଦସ୍ତ ଟ୍ରାକ୍ଟର ନେଇ ଯାଉଥିବା ସମୟରେ ହଠାତ୍ ଗର୍ଭବତୀଜଣକ ତାଙ୍କ ସାମ୍ନାକୁ ଚାଲି ଆସିଥିଲେ । କିନ୍ତୁ କର୍ମଚାରୀମାନେ ଏହାକୁ ଖାତିର ନ କରି ତାଙ୍କ ଉପରେ ଟ୍ରାକ୍ଟର ମଡାଇ ଦେଇଥିବା ପୀଡିତାଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ଏହାପରେ ଗର୍ଭବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମୃତ ମହିଳା ୩ ମାସରେ ଗର୍ଭବତୀ ଥିଲେ ।

ଏହି ଘଟଣାରେ ଫାଇନାନ୍ସ କମ୍ପାନୀର ମ୍ୟାନେଜରଙ୍କ ସମେତ ମୋଟ ୪ ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହାପରେ ଜଣଙ୍କୁ ଗିରଫ କରାଯାଇଥିବା ମଧ୍ୟ ସୂଚନା ମିଳିଛି । ମହିନ୍ଦ୍ରା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ(MD) ତଥା CEO ଅନିଶ ଶାହ(Anish Shah) ଏହି ଅଭାବନୀୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ କମ୍ପାନୀ ପୁରା ମାମଲାର ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତଦନ୍ତ ସମୟରେ ଅଧିକାରୀଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.