PM CARES Fund ର ଟ୍ରଷ୍ଟି ହେଲେ ରତନ ଟାଟା

author img

By

Published : Sep 21, 2022, 4:53 PM IST

PM CARES Fund ର ଟ୍ରଷ୍ଟି ହେଲେ ରତନ ଟାଟା

ପ୍ରଧାନମନ୍ତ୍ରୀ କେୟାର ଫଣ୍ଡର ଟ୍ରଷ୍ଟି ଭାବେ ସ୍ଥାନ ପାଇଲେ ରତନ ଟାଟା (Ratan Tata in PM CARES Fund)। ଟାଟାଙ୍କ ସହ ଅନ୍ୟ ଦୁଇ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ପାଇଲେ ସ୍ଥାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡର ଟ୍ରଷ୍ଟି ଭାବେ ସ୍ଥାନ ପାଇଲେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା (Ratan Tata in PM CARES Fund)। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତା ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ରତନ ଟାଟାଙ୍କୁ ଟ୍ରଷ୍ଟି ଭାବେ ମନୋନୀତ କରାଯାଇଛି । ମଙ୍ଗଳବାର ଦିନ ହୋଇଥିବା ବୈଠକରେ ଟାଟାଙ୍କ ସମେତ ମୋଟ 3 ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଟ୍ରଷ୍ଟର ନୂତନ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି (Ratan Tata appointed as trustee of PM CARES Fund )। ସର୍ବୋଚ୍ଚ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କେ.ଟି ଥୋମାସ, ପୂର୍ବତନ ଉପ ବାଚସ୍ପତି କାରିଆ ମୁଣ୍ଡା ମଧ୍ୟ ଟ୍ରଷ୍ଟି ଭାବେ ଟ୍ରଷ୍ଟରେ ସ୍ଥାନ ପାଇଛନ୍ତି ।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ପି.ଏମ କେୟାର ଟ୍ରଷ୍ଟ (PM CARES Fund) ବୈଠକ ଅନୁଷ୍ଠିତ ହୋଇଥିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏହି ଟ୍ରଷ୍ଟର ସଦସ୍ୟ ରହିଛନ୍ତି । ଗତକାଲି ବୈଠକରେ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ । ଟାଟାଙ୍କୁ ଟ୍ରଷ୍ଟି ଭାବେ ମନୋନୀତ କରାଯାଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ବୈଠକରେ ଏହି ପିଏମ କେୟାର ଫଣ୍ଡ ଅଧୀନରେ ଜାରି ରହିଥିବା ଏକାଧିକ କାର୍ଯ୍ୟକ୍ରମ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଥିଲା । ଟ୍ରଷ୍ଟର ସଦସ୍ୟମାନେ କୋଭିଡ ସଂକ୍ରମଣ ପରି ଅହ୍ବାନପୂର୍ଣ୍ଣ ସ୍ଥିତିରେ ପିଏମ କେୟାର୍ସ ଫଣ୍ଡ ମାଧ୍ୟମରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୂତନ ଭାବେ ପିଏମ କେୟାର୍ସ ଫଣ୍ଡ ଟ୍ରଷ୍ଟରେ ଟ୍ରଷ୍ଟି ଭାବେ ମନୋନୀତ ହୋଇଥିବା ସଦସ୍ୟଙ୍କୁ ସ୍ବାଗତ କରିଥିଲେ ।

ପିଏମ କେୟାର୍ସ ଫଣ୍ଡକୁ ନେଇ କୋଭିଡ ସମୟରେ ବିବାଦ ଦେଖିବାକୁ ମିଳିଥିଲା । କୋଭିଡ ବିରୋଧୀ ଲଢେଇରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ସାରା ଦେଶରୁ ଅର୍ଥ ରାଶିର ସହୟତା ଆସିଥିଲା । ପରେ ଏହି ସହାୟତା ରାଶି ଖର୍ଚ୍ଚରେ ଅନିୟମିତା ଅଭିଯୋଗ କରିଥିଲେ ବିରୋଧୀ । କୋଭିଡ ସମୟରେ ବିପୁଳ ପରିମାଣର ସହୟତା ରାଶି ଜମା ହୋଇଥିବା ବେଳେ କେନ୍ଦ୍ର ସରକାର ସେଥିରେ ପାରଦର୍ଶିତା ଅବଲମ୍ବନ କରିନଥିବା ଅଭିଯୋଗ କରିଥିଲେ ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.