ତିହାର ଜେଲ୍‌ରେ ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ ଦେଉଥିଲା ଦୁଷ୍କର୍ମ ଅଭିଯୁକ୍ତ

author img

By

Published : Nov 22, 2022, 1:23 PM IST

ଫିଜିଓଥେରାପିଷ୍ଟ ନୁହେଁ, ଜେଲ୍‌ରେ ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ ଦେଉଥିଲା ଦୁଷ୍କର୍ମ ଅଭିଯୁକ୍ତ

ତିହାର ଜେଲ୍‌ରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ ଦେଉଥିବା ବ୍ୟକ୍ତି ଫିଜିଓଥେରାପିଷ୍ଟ ନୁହେଁ ବରଂ ଦୁଷ୍କର୍ମ ଅଭିଯୁକ୍ତ । ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେଜ୍ରିୱାଲଙ୍କ ମନ୍ତ୍ରୀଙ୍କୁ ଜେଲ୍‌ରେ ମସାଜ ଦେଉଛନ୍ତି ଦୁଷ୍କର୍ମୀ ଅଭିଯୁକ୍ତ । ଦିଲ୍ଲୀ ଲଣ୍ଡନ ବନିଗଲା, ତିହାର ଜେଲ୍‌ ଥାଇଲାଣ୍ଡ ବନିଗଲା ଏପରି କିଛି କହି ଆମ ଆଦମୀ ପାର୍ଟିକୁ କଡା ସମାଲୋଚନା କରିଛି ବିଜେପି । କିଛି ଦିନ ତଳେ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ ଦିଆଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଭିଡିଓରେ ମସାଜ କରୁଥିବା ବ୍ୟକ୍ତି ଜଣକ ଫିଜିଓଥେରାପିଷ୍ଟ ବୋଲି ଆପ୍ ପକ୍ଷରୁ କୁହାଯାଇଥିଲା । ମାତ୍ର ସେହି ବ୍ୟକ୍ତି ଜଣକ କୌଣସି ଫିଜିଓଥେରାପିଷ୍ଟ ନୁହେଁ, ବରଂ ଜଣେ ଦୁଷ୍କର୍ମ ଅଭିଯୁକ୍ତ(Rapist giving massage to Satendra Jain) ବୋଲି ଜଣାପଡିଥିଲା । ଏହାପରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେପି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶେହଜାଦ ପୁନାୱଲା । ମସାଜ ଦେଉଥିବା ବ୍ୟକ୍ତି ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛି ବୋଲି ଆଜି ସାଂଘାତିକ ଅଭିଯୋଗ ଆଣିଛି ବିଜେପି ।

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶେହଜାଦ ପୁନାୱଲା(Shehzad Poonawala) ଏକ ଭିଡିଓ ଜାରି କରି କହିଛନ୍ତି, ''ସତ୍ୟେନ୍ଦ୍ର ଜୈନକୁ ମସାଜ ଦେଉଥିବା ବ୍ୟକ୍ତି, ଯାହାକୁ ଅରବିନ୍ଦ କେଜ୍ରିୱାଲଙ୍କ ଫିଜିଓ ଥେରାପିଷ୍ଟ କୁହାଯାଉଥିଲା ସେ ଜଣେ ଦୁଷ୍କର୍ମକାରୀ । ଆଇପିସିର ୩୭୬ ଧାରାରେ ସେ ଗିରଫ ହୋଇଛି । ଏଭଳି ଜଣେ ବ୍ୟକ୍ତି ଠାରୁ ମସାଜ ନେବାକୁ ଅରବିନ୍ଦ କେଜ୍ରିୱାଲ ଫିଜିଓଥେରାପି ବୋଲି କହୁଛନ୍ତି ।''

ଏହାମଧ୍ୟ ପଢନ୍ତୁ: ଜେଲ୍ ଭିତରେ ମସାଜ ନେଉଛନ୍ତି ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଦେଖନ୍ତୁ ଭିଡିଓ

ମନ୍ତ୍ରୀଙ୍କୁ କୌଣସି ଫିଜିଓଥେରାପି ନୁହେଁ ବରଂ ତେଲ ମାଲିସ କରାଯାଉଥିବା ପୂର୍ବରୁ ଭାରତୀୟ ଫିଜିଓଥେରାପି ସଂଘ ସ୍ପଷ୍ଟ କରିସାରିଛି । ଗତ ୫ ମାସ ହେଲା ତିହାର ଜେଲରେ ବନ୍ଦ ଥିବା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ବାରମ୍ବାର ଖାରଜ ହେଉଥିବାବେଳେ, ତାଙ୍କୁ ତିହାର ଜେଲ୍‌ରେ ଭିଆଇପି ସୁବିଧା ମିଳୁଛି । ଏହାପରେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କୁ ଘଣ୍ଟ ଘୋଡାଉଛନ୍ତି । ପୁରା ଘଟଣାର ସତ ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.