ଗିରଫ ପାକ୍ ଆତଙ୍କବାଦୀର ଚାଞ୍ଚଲ୍ୟକର ବୟାନ: ଦିଲ୍ଲୀରେ ରହୁଥିଲା, ସ୍କାନରରେ ଥିଲା କାଶ୍ମୀର

author img

By

Published : Oct 13, 2021, 1:04 PM IST

ଗିରଫ ଆତଙ୍କବାଦୀ ଅଶରଫକୁ ପଚରାଉଚରା କରିବେ କମିଶନରେଟ ପୋଲିସ

ଗିରଫ ପାକିସ୍ତାନ ଆତଙ୍କବାଦୀ ଅଶରଫକୁ ଆଜି ପଚରାଉଚରା କରିବ ଦିଲ୍ଲୀ କମିଶନରେଟ ପୋଲିସ । ସାମ୍ନାକୁ ଆସିବ ଆହୁରି ଅନେକ ଆତଙ୍କବାଦୀଙ୍କ ଗୁମର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଗିରଫ ପାକିସ୍ତାନ ଆତଙ୍କବାଦୀ ଅଶରଫକୁ ଆଜି ପଚରାଉଚରା କରିବେ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା । ଲୋଧୀ କଲୋନୀ କାର୍ଯ୍ୟାଳୟକୁ ଯାଇ ପୋଲିସ କମିଶନର ତାକୁ ପଚରାଉଚରା କରିବେ ବୋଲି ଜଣାପଡିଛି । ପୋଲିସ କମିଶନର ରାକେଶ ଆସ୍ଥାନା ନିଜେ ଏହି ଲିଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛନ୍ତି ଯାହା ଦ୍ବାରା ଆଗାମୀ ପାର୍ବଣରେ ଦିଲ୍ଲୀ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିବ ।

ସୂତ୍ରରୁ ପ୍ରକାଶ ଯେ, ଭାରତର ଅନେକ ବିସ୍ଫୋରଣ ଘଟଣାରେ ଆତଙ୍କବାଦୀଙ୍କୁ ଅଶରଫ ସାହାଯ୍ୟ କରିଛି। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଜମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଅଶରଫକୁ ଗିରଫ କରାଯାଇଥିଲା । ଆଜି ଦିଲ୍ଲୀର ଲକ୍ଷ୍ମୀନଗରରୁ ଆତଙ୍କୀ ଅଶରଫକୁ ଗିରଫ କରିଥିଲା ପୋଲିସ । ଆଶ୍ଚର୍ଯ୍ୟର ବିଷୟ କି ଦୀର୍ଘଦିନରୁ ଦିଲ୍ଲୀରେ ସପରିବାର ରହିଆସୁଥିଲା ଅଶରଫ ।

କେଉଁ କେଉଁ ବିସ୍ଫୋରଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ସେନେଇ ପୋଲିସ ତା ଠାରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି । ପ୍ରାୟ 3 ବର୍ଷ ପୂର୍ବେ ଜମ୍ମୁ ବସଷ୍ଟାଣ୍ଡ ବିସ୍ଫୋରଣରେ ତା ଭୂମିକା ନେଇ ସ୍ପେଶାଲ୍ ସେଲ୍ ଟିମ୍ ମଧ୍ୟ ପଚରାଉଚରା କରୁଛି । ଅଶରଫ ପୋଲିସକୁ କହିଛି ଯେ, ସେ ଦୀର୍ଘ ଦିନ ଧରି ଜମ୍ମୁ କାଶ୍ମୀରରେ ମଧ୍ୟ ରହିଆସୁଥିଲା । ଏଠାରେ ସେ ଭାରତୀୟ ସେନା ଏବଂ ଯାନବାହନ ଉପରେ ନଜର ରଖି ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କୁ ସୂଚନା ଦେଉଥିଲା ।

ସେ ଆହୁରି ମଧ୍ୟ ପୋଲିସକୁ କହିଛି ଯେ, ସେ ପ୍ରତି ଛଅ ମାସରେ ମୋବାଇଲ ନମ୍ବର ବଦଳାଉଥିଲା ଯାହା ଦ୍ବାରା ତଦନ୍ତକାରୀ ସଂସ୍ଥା ତାକୁ ଧରିପାରୁନଥିଲା । ଏଥିସହ ଅଶରଫ ମଧ୍ୟ ପାକିସ୍ତାନରେ ଥିବା ଆଇଏସଆଇ ଏଜେଣ୍ଟ ନାସିରକୁ ଫଟୋ ପଠାଇ ସ୍ଥାନ ଏବଂ ଟାର୍ଗେଟ ବିଷୟରେ କହୁଥିଲା । କେଉଁ ସବୁ ତଥ୍ୟ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚାଇବାକୁ ପଡିବ ସେଥିରେ ସାହାଯ୍ୟ କରୁଥିଲା ଅଶରଫ । ତେବେ ପୋଲିସ ଅଶରଫ ଠାରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.