ପଞ୍ଜାବରେ ପହଞ୍ଚିଲା ଭାରତ ଯୋଡ ଯାତ୍ରା, ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରାହୁଲ

author img

By

Published : Jan 11, 2023, 8:45 AM IST

ପଞ୍ଜାବରେ ପହଞ୍ଚିଲା ଭାରତ ଯୋଡ ଯାତ୍ରା

ପଞ୍ଜାବରେ ପ୍ରବେଶ କଲା କଂଗ୍ରେସର ଭାରତ ଯୋଡ ଯାତ୍ରା । ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ସ୍ବର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ଚଣ୍ଡିଗଡ: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ପଞ୍ଜାବରେ ପ୍ରବେଶ କରିଛି । ଆଜି(ବୁଧବାର) ସକାଳୁ କଂଗ୍ରେସ ପଞ୍ଜାବରେ ଏହି ବିଶାଳ ପଦଯାତ୍ରା ଆରମ୍ଭ କରିବ । ଏହାପୂର୍ବରୁ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ମଙ୍ଗଳବାର ଅମୃତସର ସ୍ଥିତ ବିଶ୍ବ ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି (Rahul Gandhi visits Golden Temple) । ସେଠାରେ ସେ ପୂଜାର୍ଚ୍ଚନା କରିବା ସହ ଦେଶର ସୁଖ-ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିବା ଦଳ ପକ୍ଷରୁ ଟ୍ବିଟ୍ କରାଯାଇଛି ।

ସୂଚନା ମୁତାବକ, ହରିୟାଣାରେ ଭାରତ ଯୋଡ ଯାତ୍ରା ସରିବା ପରେ ମଙ୍ଗଳବାର ଶମ୍ଭୁ ବର୍ଡର ଦେଇ ଏହା ପଞ୍ଜାବରେ ପହଞ୍ଚିଥିଲା (Bharat Jodo enters Punjab) । ଆଜି ସକାଳୁ ରାଜ୍ୟର ଫତେହଗଡ ସାହିବ ଠାରୁ କଂଗ୍ରେସ ଏହି ପଦଯାତ୍ରା ଆରମ୍ଭ କରିବ । ପ୍ରାୟ ୮ ଦିନ ଧରି ଏଠାରେ ଯାତ୍ରା ଚାଲିବ । ଏନେଇ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ''ଜାନୁୟାରୀ ୧୨ ଓ ୧୩ ତାରିଖରେ ପୂର୍ବାହ୍ନ ୧ଟା ପରେ ପଞ୍ଜାବରେ ପଦଯାତ୍ରା ବନ୍ଦ ରହିବ । ଲୋହରି ଉତ୍ସବ ଥିବାରୁ ଏହି ସମୟରେ ପଦଯାତ୍ରା କରାଯିବ ନାହିଁ । ଏହାପରେ ଜାନୁୟାରୀ ୧୪ରୁ ପୁଣିଥରେ ଯାତ୍ରା ଆରମ୍ଭ ହେବ ।''

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା (Bharat Jodo Yatra) । ତାମିଲନାଡୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାନୁୟାରୀ ୩୦ରେ କାଶ୍ମୀରରେ ଶେଷ ହେବ । ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ ଏହି ଯାତ୍ରା ଶେଷ ହୋଇ ଏବେ ପଞ୍ଜାବରେ ପହଞ୍ଚିଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ୧୫୦ ଦିନିଆ ବିଶାଳ ପଦଯାତ୍ରା ଜାରି ରଖିଛି । ଏହି ଯାତ୍ରାରେ ଦଳ ୩,୫୭୦ କି.ମି ପରିକ୍ରମା କରିବ । ଏଥିରେ କଂଗ୍ରେସ ସମୁଦାୟ ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.