ଯୁବକଙ୍କୁ ଗଣଦୁଷ୍କର୍ମ ଘଟଣା: ସେମିତି କିଛି ମାମଲା ସାମ୍ନାକୁ ଆସିନି କହିଲା ପୋଲିସ

author img

By

Published : Nov 25, 2022, 8:43 AM IST

ପଞ୍ଜାବରେ ଯୁବକଙ୍କୁ ଗଣଦୁଷ୍କର୍ମ ଘଟଣା: ସେମିତି କିଛି ମାମଲା ସାମ୍ନାକୁ ଆସିନି କହିଲା ପୋଲିସ

ପଞ୍ଜାବରେ ଯୁବକଙ୍କୁ ଗଣଦୁଷ୍କର୍ମ ଘଟଣା । ସେମିତି କିଛି ମାମଲା ସାମ୍ନାକୁ ଆସିନି କହିଲେ ଜଳନ୍ଧର ଡିସିପି । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବ ଜଳନ୍ଧରରେ ଜଣେ ଯୁବକ ଗଣଦୁଷ୍କର୍ମର ଶିକାର ହେବା ଘଟଣା ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବକ ଜଣକ ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ୪ ଜଣ ଯୁବତୀ ତାଙ୍କୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି(Man alleges gang raped by four girls) । ଏହି ଘଟଣା ସମ୍ପର୍କରେ ଜଳନ୍ଧର DCPଙ୍କୁ ପଚରାଯିବାରୁ ସେ ଏହି ଖବରକୁ ଖଣ୍ଡନ କରିଛନ୍ତି । ଏହିଭଳି କିଛି ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିନାହିଁ ବୋଲି ଡିସିପି ଜଗମୋହନ ସିଂହ(DCP Jagmohan Singh) କହିଛନ୍ତି ।

ETV ଭାରତ ପ୍ରତିନିଧି ଯୁବକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ନେଇ DCPଙ୍କ ସହ ଯୋଗାଯୋଗ କରିଥିଲେ । ଏନେଇ DCP କହିଛନ୍ତି, ଏହି ଘଟଣାର ସତ୍ୟାସତ୍ୟ ଜାଣିବାକୁ ସେ ଜଳନ୍ଧର ପୋଲିସ ସହ କଥା ହୋଇଥିଲେ । ହେଲେ ସେଭଳି କିଛି ଅଭିଯୋଗ ହୋଇନଥିବା ଏବଂ କୌଣସି ଥାନାରେ ଏତଲା ଦିଆଯାଇନଥିବା ଜଣାପଡିଛି । ତେବେ ଯଦି ଏପରି କିଛି ଅଭିଯୋଗ ମିଳେ ତାହାହେଲେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି DCP ଜଗମୋହନ ସିଂହ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ପଞ୍ଜାବରେ ଚାଞ୍ଚଲ୍ୟ: ଯୁବକଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କଲେ ୪ ଯୁବତୀ !

ପୁରା ଘଟଣା କ'ଣ ଥିଲା ?

ଜଳନ୍ଧରର ଜଣେ ଯୁବକ ଏକ ଭିଡିଓରେ ଅଭିଯୋଗ କରିଛନ୍ତି ଯେ, ସେ ଏକ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । କାରଖାନାରୁ କାମ ସାରି ଘରକୁ ଫେରୁଥିବା ସମୟରେ କପୁରତାଲା ରୋଡରେ ଚାରି ଜଣ ଯୁବତୀ କାରରେ ଆସି ତାଙ୍କ ନିକଟରେ ଅଟକିଥିଲେ ଓ ତାଙ୍କୁ ଏକ ଠକିଣା ପଚାରିଥିଲେ । ଏହାପରେ ତାଙ୍କ ଆଖିରେ କିଛି ରାସାୟନିକ ପଦାର୍ଥ ସ୍ପ୍ରେ କରି ଅପହରଣ କରିନେଇଥିଲେ ଓ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରି ରାସ୍ତାରେ ଛାଡି ଦେଇ ଚାଲିଯାଇଥିଲେ । ଦୁଷ୍କର୍ମ କରିଥିବା ସମସ୍ତ ଯୁବତୀଙ୍କ ବୟସ ୨୨ରୁ ୨୩ ବର୍ଷ ମଧ୍ୟରେ ହେବ ବୋଲି ପୀଡିତ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.