BSF ଅଧୀନରେ ୩ ରାଜ୍ୟର ୫୦ କିମି ସୀମା, ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି

author img

By

Published : Oct 14, 2021, 12:30 PM IST

Updated : Oct 14, 2021, 12:52 PM IST

punjab-cm-urges-centre-to-roll-back-decision-to-extend-bsf-jurisdiction-along-indo-pak-border

ଅନ୍ତର୍ଜାତୀୟ ସୀମାରେ BSF ଅଧିକାରୀଙ୍କୁ 50 କିଲୋମିଟର କ୍ଷେତ୍ର ବୃଦ୍ଧି କରିବା ନିଷ୍ପତ୍ତିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିରୋଧ । ଅଧିକ ପଢନ୍ତୁ...

ଚଣ୍ଡୀଗଡ: କେନ୍ଦ୍ର ସରକାରଙ୍କ ବିଏସଏଫ କ୍ଷେତ୍ରାଧିକାର ପରିସୀମା ବୃଦ୍ଧିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଦୃଢ ବିରୋଧ । ଭାରତ-ପାକିସ୍ତାନ ଓ ଭାରତ-ବାଂଲାଦେଶ ସୀମାକୁ ଲାଗିଥିବା ପଞ୍ଜାବ, ଆସାମ ଓ ପଶ୍ଚିମବଙ୍ଗରେ ବିଏସ୍‌ଏଫକୁ ୫୦ କିମି ପରିଧି ଅଧିକ ମିଳିଛି । ଏହାଦ୍ବାରା ବିଏସ୍‌ଏଫ ଯବାନମାନେ ସୀମାର ୫୦ କିମି ପରିଧି ମଧ୍ୟରେ ନିଜ ଇଚ୍ଛା ଅନୁସାରେ ଗିରଫ, ସର୍ଚ୍ଚ ଅପରେସନ ଓ ଯେକୌଣସି ଜିନିଷକୁ ଜବତ କରିପାରିବେ ।

ସୀମାନ୍ତରେ ଡ୍ରୋନ ଦ୍ୱାରା ଅସ୍ତ୍ରଶସ୍ତ୍ର ଚାଲାଣା ହେଉଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏସ୍‌ଏଫର କ୍ଷମତା ବୃଦ୍ଧି କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି । ମାତ୍ର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏହାକୁ ଖୋଲା ବିରୋଧ କରିଛନ୍ତି । ସେ ଏନେଇ ଟ୍ବିଟ କରି କହିଛନ୍ତି ଯେ, 'ମୁଁ ଏହି ଏକପାଖିଆ ନିଷ୍ପତ୍ତିକୁ ଦୃଢ ବିରୋଧ କରୁଛି । ଅନ୍ତର୍ଜାତୀୟ ସୀମାରେ 50 କିଲୋମିଟର ପରିଧି ମଧ୍ୟରେ ବିଏସଏଫକୁ ଅତିରିକ୍ତ କ୍ଷମତା ଦିଆଯାଇଛି, ଭାରତ ସରକାରଙ୍କ ଏହି ଏକପାଖିଆ ନିଷ୍ପତ୍ତିକୁ ଦୃଢ ନିନ୍ଦା କରୁଛି, ଏହା ସଙ୍ଘୀୟତା ଗଠନ ଉପରେ ସିଧାସଳଖ ଆକ୍ରମଣ କରୁଛି ।' ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଏହି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି ଚରଣଜିତ ସିଂ ଚନ୍ନି ।

ତେବେ କେନ୍ଦ୍ର ସରକାର ପାକିସ୍ତାନ ସୀମାରେ ବିଏସଏଫର ଅଧିକାରୀଙ୍କୁ 50 କିଲୋମିଟର ସ୍ଥାନ ଦେବାପରେ ଏହି ଲାଇନ୍ ମଧ୍ୟରେ ଥିବା ସ୍ଥାନରେ ଯାଞ୍ଚ, ଡ୍ରଗ୍ସ କାରବାର ଓ ଗିରଫଦାରୀ ଉପରେ ନଜର ରଖିପାରିବ ବିଏସଏଫ । ଏଥିସହ ଏସବୁ କାରବାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବ ବିଏସଏଫ । ପୂର୍ବରୁ ଏହି ସୀମା ମାତ୍ର ୧୫ କିଲୋମିଟର ମଧ୍ୟରେ ସୀମିତ ଥିଲା । ସବୁଠୁ ବଡ କଥା ହେଉଛି କି ନୂଆ ବିଜ୍ଞପ୍ତିରେ ବିଏସ୍ଏଫର ଯେକୌଣସି ରାଙ୍କର ଅଧିକାରୀ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏଥିପାଇଁ କୌଣସି ୱାରେଣ୍ଟର ମଧ୍ୟ ଆବଶ୍ୟକତା ନାହିଁ । ଏହାକୁ ବିଭିନ୍ନ ରାଜନୈତିକ ଦଳ ସମେତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଦୃଢ ବିରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 14, 2021, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.