Council Meeting of NITI Aayog: ଆଜି ନୀତି ଆୟୋଗଙ୍କ ସପ୍ତମ ପରିଚାଳନା ପରିଷଦ ବୈଠକ

author img

By

Published : Aug 6, 2022, 10:27 PM IST

Updated : Aug 7, 2022, 8:15 AM IST

Etv Bharat

ଆଜି (ରବିବାର) ନୀତି ଆୟୋଗଙ୍କ ସପ୍ତମ ପରିଚାଳନା ପରିଷଦ ବୈଠକ ଆୟୋଜିତ (Seventh Governing Council meeting of NITI Aayog) ହେବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି (ରବିବାର) ନୀତି ଆୟୋଗଙ୍କ ସପ୍ତମ ପରିଚାଳନା ପରିଷଦ ବୈଠକ ଆୟୋଜିତ (Seventh Governing Council meeting of NITI Aayog) ହେବ । ବୈଠକରେ କେନ୍ଦ୍ର ଏବଂ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଭାଗିଦାରୀ ଓ ସହଯୋଗର ନୂଆ ଅଧ୍ୟାୟ ସୃଷ୍ଟି ପାଇଁ ପଥପ୍ରଶସ୍ତ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର( Rashtrapati Bhawan Cultural Centre) ରେ ପରିଚାଳନା ପରିଷଦର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ଅନ୍ୟ ପ୍ରସଙ୍ଗ ସମେତ ଶସ୍ୟ ବିବିଧତା ଓ ତୈଳବୀଜ, ଡାଲି ଓ କୃଷି ସମ୍ପ୍ରଦାୟ ମଧ୍ୟରେ ଆତ୍ମନିର୍ଭରଶୀଳତା ହାସଲ, ଜାତୀୟ ଶିକ୍ଷା ନୀତି- ସ୍କୁଲ ଶିକ୍ଷାର କାର୍ଯ୍ୟାନ୍ୱୟନ, ଜାତୀୟ ଶିକ୍ଷା ନୀତି- ଉଚ୍ଚଶିକ୍ଷାର କାର୍ଯ୍ୟାନ୍ୱୟନ ଓ ପୌର ପ୍ରଶାସନ ଆଦି ବିଷୟବସ୍ତୁ ରହିଛି ।

ନୀତି ଆୟୋଗ (NITI Aayog ) ଙ୍କ ସପ୍ତମ ପରିଚାଳନା ପରିଷଦ ବୈଠକ ଗତ ଜୁନ ମାସରେ ହିମାଚଳ ଧର୍ମଶାଳା ଠାରେ ମୁଖ୍ୟ ଶାସନ ସଚିବମାନଙ୍କ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ମୁଖ୍ୟ ଶାସନ ସଚିବମାନଙ୍କ ସହ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ । ସପ୍ତମ ପରିଚାଳନା ପରିଷଦ ବୈଠକରେ ଉପରୋକ୍ତ ପ୍ରତ୍ୟେକ ବିଷୟର ରୋଡମ୍ୟାପ ଏବଂ ଫଳାଫଳ ଭିତ୍ତିକ କାର୍ଯ୍ୟଯୋଜନା ପ୍ରସ୍ତୁତ ପାଇଁ ଉଦ୍ୟମ କରାଯିବ ।

ଜୁଲାଇ ୨୦୧୯ ପରେ ଏହା ପରିଚାଳନା ପରିଷଦର ପ୍ରଥମ ପ୍ରତ୍ୟକ୍ଷ ବୈଠକ । କୋଭିଡ- ୧୯ ମହାମାରୀ ପରେ ପରେ ଆୟୋଜିତ ହେଉଛି । ବର୍ତ୍ତମାନ ଦେଶ ଆଜାଦୀ କା ଅମୃତ କାଳରେ ପ୍ରବେଶ କରୁଥିବାରୁ ଏହାସହ ଆଗାମୀ ବର୍ଷ ଜି-୨୦ ଅଧ୍ୟକ୍ଷତା ଓ ଶିଖର ସମ୍ମିଳନୀ ଆୟୋଜନ କରୁଥିବାରୁ ଏହି ବୈଠକର ବେଶ ଗୁରୁତ୍ୱ ରହିଛି । ଏହି ବୈଠକରେ ସଙ୍ଘୀୟ ବ୍ୟବସ୍ଥାରେ ଭାରତର ଅଧ୍ୟକ୍ଷତାର ଆବଶ୍ୟକତା ଓ ଜି- ୨୦ ମଞ୍ଚରେ ନିଜ ପ୍ରଗତିକୁ ଉପସ୍ଥାପିତ କରିବା ପାଇଁ ରାଜ୍ୟଗୁଡିକର ଭୂମିକା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯିବ ।

ନୀତି ଆୟୋଗଙ୍କ ପରିଚାଳନା ପରିଷଦ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ସକ୍ରିୟ ଭାଗିଦାରୀ ସହ ଜାତୀୟ ପ୍ରାଥମିକତା ଓ ରଣନୀତି ସମ୍ପର୍କରେ ସମନ୍ୱିତ ଦୃଷ୍ଟିକୋଣ ପୋଷଣ କରୁଥିବା ପ୍ରମୁଖ ସଂସ୍ଥା । ନୀତି ଆୟୋଗ ପରିଚାଳନା ପରିଷଦ ଆନ୍ତଃକ୍ଷେତ୍ରୀୟ, ଆନ୍ତଃବିଭାଗୀୟ ଓ ସଙ୍ଘୀୟ ସମସ୍ୟା ଆଲୋଚନା ପାଇଁ ସମସ୍ତ ରାଜ୍ୟକୁ ସଯୋଗ ଦେଉଛି । ବୈଠକରେ ପ୍ରଧାନମନ୍ତ୍ରୀ, ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଏକ୍ସ-ଅଫିସିଓ ସଦସ୍ୟ, ଉପାଧ୍ୟକ୍ଷ, ନୀତି ଆୟୋଗ, ପୂର୍ଣ୍ଣକାଳୀନ ସଦସ୍ୟ, ନୀତି ଆୟୋଗଙ୍କ ଦ୍ବାରା ଆମନ୍ତ୍ରିତ କେନ୍ଦ୍ରମନ୍ତ୍ରୀ ମାନେ ସାମିଲ ହେବେ ।

Last Updated :Aug 7, 2022, 8:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.