PM in Himachal: ଉଦଘାଟିତ ହେଲା ବିଳାସପୁର ଏମସ

author img

By

Published : Oct 5, 2022, 7:27 PM IST

Etv Bharat

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ହିମାଚଳ ପ୍ରଦେଶ ସ୍ଥିତ ବିଳାସପୁର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS Bilaspur) କୁ ଉଦଘାଟିତ କରିଛନ୍ତି । ଅକ୍ଟୋବର 2017 ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ କରାଯାଇଥିବା ବିଳାସପୁର ଏମସ 5 ବର୍ଷ ମଧ୍ୟରେ ନିର୍ମାଣ ହୋଇଛି । ଅଧିକ ପଢନ୍ତୁ

ଶିମଲା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ହିମାଚଳ ପ୍ରଦେଶ ସ୍ଥିତ ବିଳାସପୁର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS Bilaspur) କୁ ଉଦଘାଟିତ କରିଛନ୍ତି । ଅକ୍ଟୋବର 2017 ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ କରାଯାଇଥିବା ବିଳାସପୁର ଏମସ 5 ବର୍ଷ ମଧ୍ୟରେ ନିର୍ମାଣ ହୋଇଛି । 1 ହଜାର 470 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏମସ ବିଲାଶପୁର ହେଉଛି ଏକ ଅତ୍ୟାଧୁନିକ ଡାକ୍ତରଖାନା । ଯାହାକି 18 ଟି ସ୍ପେସିଆଲିଟି ଏବଂ 17 ଟି ସୁପର ସ୍ପେସିଆଲିଟି ବିଭାଗ ରହିଛି । 18ଟି ମଡ୍ୟୁଲାର ଅପରେସନ ଥିଏଟର, 64 ଟି ଆଇସିୟୁ ବେଡ ସହିତ 750 ଶଯ୍ୟା ବିଶିଷ୍ଟ ରହିଛି । 247 ଏକରରୁ ଅଧିକ ସ୍ଥାନରେ ପରିବ୍ୟାପ୍ତ ଏହି ହସ୍ପିଟାଲରେ 24 ଘଣ୍ଟା ଜରୁରୀକାଳୀନ ଏବଂ ଡାଏଲିସିସ ସୁବିଧା ରହିବ । ଅଲଟ୍ରାସୋନୋଗ୍ରାଫି, ସିଟି ସ୍କାନ, ଏମଆରଆଇ ଇତ୍ୟାଦି ଆଧୁନିକ ଡାଇଗ୍ନୋଷ୍ଟିକ ମେସିନ, ଅମୃତ ଫାର୍ମାସି ଏବଂ ଜନ ଔଷଧୀ କେନ୍ଦ୍ର ଏବଂ 30 ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ ସହିତ ରହିଛି।

PM in Himachal: ଉଦଘାଟିତ ହେଲା ବିଳାସପୁର ଏମସ

ହିମାଚଳ ପ୍ରଦେଶର ଆଦିବାସୀ ତଥା ଅପହଞ୍ଚ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ହସପିଟାଲ ଡିଜିଟାଲ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ସ୍ଥାପନ କରିଛି । ଏଥିସହ କାଜା, ସାଲୁନି, ଏବଂ କେଲଙ୍ଗ ଭଳି ଦୁର୍ଗମ ଆଦିବାସୀ ତଥା ଉଚ୍ଚ ହିମାଳୟ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ହସପିଟାଲ ଦ୍ୱାରା ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ହସପିଟାଲ ପ୍ରତିବର୍ଷ ଏମବିବିଏସ ପାଠ୍ୟକ୍ରମ ପାଇଁ 100 ଛାତ୍ର ଏବଂ ନର୍ସିଂ ପାଠ୍ୟକ୍ରମ ପାଇଁ 60 ଜଣ ଛାତ୍ରଙ୍କୁ ସୁଯୋଗ ମିଳିବ ।

  • संकल्प से सिद्धि का जीवंत उदाहरण…AIIMS बिलासपुर

    3 अक्टूबर 2017-आधारशिला
    5 अक्टूबर 2022-उद्घाटन

    पीएम मोदी जी के कर कमलों से एम्स बिलासपुर का आधारशिला से उद्घाटन के बीच का इतना कम समयांतराल दिखाता है कि जनकल्याण ही उनकी प्राथमिकता है।

    हर्षित देवभूमि#DoubleEngine4Himachal pic.twitter.com/ScOl6ShcmX

    — Anurag Thakur (@ianuragthakur) October 5, 2022 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ NH- 105 ରେ ପିଞ୍ଜୋରରୁ ନାଲାଗଡ ପର୍ଯ୍ୟନ୍ତ ଜାତୀୟ ରାଜପଥର ଚାରି ଲେନ ପାଇଁ ପ୍ରାୟ 31 କିଲୋମିଟର ଲମ୍ବା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । 1690 କୋଟି ପ୍ରକଳ୍ପ ରାସ୍ତା ହେଉଛି ଅମ୍ବାଲା, ଚଣ୍ଡିଗଡ, ପଞ୍ଚକୁଲା ଏବଂ ସୋଲାନ / ଶିମଲା ଠାରୁ ବିଲାସପୁର, ମଣ୍ଡି ଏବଂ ମନାଲି ପଟକୁ ଯାଉଥିବା ଟ୍ରାଫିକ ପାଇଁ ଏକ ପ୍ରମୁଖ ସଂଯୋଗକାରୀ ଲିଙ୍କ । ଏହି ଚାରି ଲେନ ବିଶିଷ୍ଟ ଜାତୀୟ ରାଜପଥର ପ୍ରାୟ 18 କିଲୋମିଟର ହିମାଚଳ ପ୍ରଦେଶ ଅଧୀନରେ ଏବଂ ଅବଶିଷ୍ଟ ଅଂଶ ହରିୟାନାରେ ରହିଛି । ଏହି ରାଜପଥ ହିମାଚଳ ପ୍ରଦେଶର ଇଣ୍ଡଷ୍ଟ୍ରିଆଲ ହବ ନାଲାଗଡ-ବାଡିରେ ଉନ୍ନତ ପରିବହନ ସୁବିଧା ସୁନିଶ୍ଚିତ କରିବ । ଏହି ଅଞ୍ଚଳର ଶିଳ୍ପ ବିକାଶ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ମଧ୍ୟ ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବ ।

  • Elated to be in Devbhoomi Himachal Pradesh. Speaking at launch of development works in Bilaspur. https://t.co/RwjA4KcM0Y

    — Narendra Modi (@narendramodi) October 5, 2022 " class="align-text-top noRightClick twitterSection" data=" ">

ଏତତ ବ୍ୟତୀତ ପ୍ରଧାନମନ୍ତ୍ରୀ ନାଲାଗଡରେ ମେଡିକାଲ ଡିଭାଇସ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଯାହା ପ୍ରାୟ 350 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ଏହି ମେଡିକାଲ ଡିଭାଇସ ପାର୍କରେ 800 କୋଟିରୁ ଅଧିକ ମୂଲ୍ୟର ଏମଓୟୁ ଶିଳ୍ପ ପ୍ରତିଷ୍ଠା ପାଇଁ ପୂର୍ବରୁ ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିବ। ପ୍ରଧାନମନ୍ତ୍ରୀ ବନ୍ଦଲାରେ ସରକାରୀ ହାଇଡ୍ରୋ ଇଞ୍ଜିନିୟରିଂ କଲେଜକୁ (Government Hydro Engineering College at Bandla) ମଧ୍ୟ ଉଦଘାଟନ କରିଛନ୍ତି । ପ୍ରାୟ 140 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି କଲେଜ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ତାଲିମପ୍ରାପ୍ତ ମାନବ ସମ୍ବଳ ଉପଲବ୍ଧ କରାଇବାରେ ସାହାଯ୍ୟ କରିବ ।

  • Himachal Pradesh plays a crucial role in 'Rashtra Raksha' and now with the newly inaugurated AIIMS at Bilaspur, it will also play pivotal role in 'Jeevan Raksha'. pic.twitter.com/eZWcVzumY7

    — PMO India (@PMOIndia) October 5, 2022 " class="align-text-top noRightClick twitterSection" data=" ">

ହିମାଚଳ ପ୍ରଦେଶ ଗସ୍ତର ଶେଷ କାର୍ଯ୍ୟକ୍ରମ ଭାବେ ପ୍ରଧାନମନ୍ତ୍ରୀ ମୋଦି ଆନ୍ତର୍ଜାତୀୟ କୁଲୁ ଦଶହରା ମହୋତ୍ସବ (International Kullu Dussehra Festival ) ଯାହା ଆଜି ଠାରୁ ଆସନ୍ତା11 ଅକ୍ଟୋବର ଯାଏଁ କୁଲୁର ଧଲପୁର ଗ୍ରାଉଣ୍ଡ ( Dhalpur Ground of Kullu) ରେ ପାଳନ ହେଉଛି ସେଥିରେ ସାମିଲ ହୋଇଛନ୍ତି । ଏହି ପର୍ବ ଏକ ଅନନ୍ୟ ପର୍ବ ଅଟେ । କାରଣ ଏଥିରେ ଏହା ହିମାଚଳର ଉପତ୍ୟକାର 300 ରୁ ଅଧିକ ଦେବାଦେବୀଙ୍କ ସମାଗମ ହୋଇଥାଏ । ଆଜି ଉତ୍ସବର ପ୍ରଥମ ଦିନରେ, ଦେବତାମାନେ ସେମାନଙ୍କର ସୁସଜ୍ଜିତ ପାଲିଙ୍କିରେ ମୁଖ୍ୟ ଦେବତା ଭଗବାନ ରଘୁନାଥ ଜୀଙ୍କ ମନ୍ଦିରରେ ପ୍ରଣାମକୁ ଆସିଥିଲେ । ପରେ ଶୋଭାଯାତ୍ରାରେ ଧଲପୁର ପଡିଆକୁ ଯାଉଛନ୍ତି । ଏହି ଐତିହାସିକ କୁଲୁ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହେବା ସହ ଭଗବାନଙ୍କ ଶୋଭାଯାତ୍ରା ଦେଖିଛନ୍ତି । ପ୍ରଥମ ଥର ପାଇଁ ଦେଶର କୌଣସି ପ୍ରଧାନମନ୍ତ୍ରୀ କୁଲୁ ଦଶହରା ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.