74 Republic Day: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

74 Republic Day: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ
ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆହ୍ବାନ । ଅଧିକ ପଢନ୍ତୁ
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉଡୁଛି ତ୍ରିରଙ୍ଗା । ଚଳିତ ବର୍ଷ ବିନା କୋଭିଡ କଟକଣାରେ ପାଳିତ ହେଉଛି ସାଧାରଣତନ୍ତ୍ର ଦିବସ । ଯାହାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଗଣତନ୍ତ୍ର ଦିବସ ଅବସରରେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟାପାଳ ।
-
गणतंत्र दिवस की ढेर सारी शुभकामनाएं। इस बार का यह अवसर इसलिए भी विशेष है, क्योंकि इसे हम आजादी के अमृत महोत्सव के दौरान मना रहे हैं। देश के महान स्वतंत्रता सेनानियों के सपनों को साकार करने के लिए हम एकजुट होकर आगे बढ़ें, यही कामना है।
— Narendra Modi (@narendramodi) January 26, 2023
Happy Republic Day to all fellow Indians!
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, "ଗଣସନ୍ତ୍ର ଦିବସ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା । ଚଳିତ ଥର ଗଣନ୍ତ୍ର ଦିବସ ସ୍ବତନ୍ତ୍ର, କାହିଁକିନା ଆମେ ଆଜାଦିକା ଅମୃତ ମହୋତ୍ସବ ସମୟରେ ପାଳନ କରୁଛେ । ଦେଶର ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆମେ ଏକଜୁଟ ହୋଇ ଆଗକୁ ବଢିବାକୁ ଚାହୁଁଛୁ । ''
-
Freedom in Mind, Faith in Words, Pride in our Heart, Memories in our soul, Let's salute the nation on #RepublicDay.
— Governor Odisha (@GovernorOdisha) January 26, 2023
ପଵିତ୍ର ସାଧାରଣତନ୍ତ୍ର ଦିବସ ୨୦୨୩ ପାଳନ ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। pic.twitter.com/aT1Mg2DVFY
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟ୍ବିଟ କରି କହିଛନ୍ତି ଯେ, ''ମନରେ ସ୍ବାଧୀନତା, ଶବ୍ଦରେ ବିଶ୍ବାସ ଓ ହୃଦରେ ଗର୍ବ ରଖି ଆସନ୍ତୁ ଗଣତନ୍ତ୍ର ଦିବସ ପାଳନ କରିବା । ସାଧାରଣତନ୍ତ୍ର ଦିବସ ୨୦୨୩ ପାଳନ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ''
-
Warm wishes on 74th #RepublicDay. On this auspicious day, let's remember the selfless sacrifices of freedom fighters for the nation and pledge to follow the ideals enshrined in the Constitution in letter and spirit. #JaiHind pic.twitter.com/QMJi8eTaPa
— Naveen Patnaik (@Naveen_Odisha) January 26, 2023
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ଯେ, ''୭୪ ତମ ଗଣତନ୍ତ୍ର ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ଏହି ଶୁଭ ଦିନରେ, ଆସନ୍ତୁ ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କ ନିଃସ୍ବାସ୍ୱାର୍ଥପର ବଳିଦାନକୁ ମନେ ପକାଇବା ଏବଂ ସମ୍ବିଧାନରେ ଦର୍ଶାଯାଇଥିବା ଆଦର୍ଶକୁ ପାଳନ କରିବାକୁ ଶପଥ ନେବା। ''
-
As we see our Tricolour 🇮🇳 fly high, May the glory of our motherland touch the sky!
— Dharmendra Pradhan (@dpradhanbjp) January 26, 2023
Happy #RepublicDay!
गणतंत्र दिवस की हार्दिक शुभकामनाएं।
जय हिंद॥ जय भारत ॥ pic.twitter.com/QwtlsNkXYq
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି ଯେ, ଆମର ତ୍ରିରଙ୍ଗା ବହୁ ଉଚ୍ଚରେ ଉଡୁଥିବା ଆମେ ଦେଖୁଛେ । ଆମ ମାତୃଭୂମିର ଗୌରବ ଆକାଶକୁ ସ୍ପର୍ଶ କରୁ । ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭକାମନା ।''
ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ବିଟ କରି କହିଛନ୍ତି ଯେ, ''୭୪ତମ ଗଣତନ୍ତ୍ର ଦିବସ ଆବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ଜେମିତି ଆମର ଗଣତନ୍ତ୍ର ପ୍ରଗତିଶୀଳ ଏବଂ ପରିପକ୍ୱ ହେଉଛି ଏହାର ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ କର୍ତ୍ତବ୍ୟ, ସୁଯୋଗ ଏବଂ ସମାନତାର ଭାବନା ସୃଷ୍ଟି କରୁଛି । ଆମର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପାଇଁ ଉତ୍ସର୍ଗୀକୃତ ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ମୁଁ ଶ୍ରଦ୍ଧାଞ୍ଚଳି ଜଣାଉଛି ।''
ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶକୁ ସମ୍ବୋଧିତ କରିଥିଲେ । ଭାରତର ଯାତ୍ରା ଏବେ ଅନ୍ୟ କିଛି ରାଷ୍ଟ୍ରଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି । ଭାରତ ବିଶ୍ବର ଏକ ଦୃତ ଗତିଶୀଳ ଅର୍ଥନୀତିରେ ପରିଣତ ହୋଇଛି । ଭାରତ ଏକ ପ୍ରାଚୀନତମ ସଭ୍ୟତାର ଦେଶ । କେବଳ ସଭ୍ୟତା ନୁହଁ ଭାରତକୁ ଗଣତନ୍ତ୍ରର ଜନନୀ ବୋଲି କୁହାଯାଏ । ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଭାରତ ଏବେ ଅଗ୍ରଣୀ । ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରିବାର ସମୟ ଆସିଛି ବୋଲି କହିଥିଲେ ରାଷ୍ଟ୍ରପତି ।
