Parakram Diwas: ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

Parakram Diwas: ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି 126ତମ ଜନ୍ମଜୟନ୍ତୀ । ତାଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ
ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିତ୍ବଙ୍କ ନୀତି ଆଦର୍ଶରେ ଦେଶପ୍ରେମ ଭରି ରହିଥିଲା । ଯିଏ କହୁଥିଲେ ମୋତେ ରକ୍ତ ଦିଏ ମୁଁ ତୁମକୁ ସ୍ବାଧୀନତା ଦେବି । ଏହା କହି ଯିଏ ଯୁବପିଢିଙ୍କ ମନରେ ଦେଶପ୍ରେମର ବହ୍ନି ଭରିଥିଲେ ସେ ହେଉଛନ୍ତି ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଆଜି ଦିନରେ ଜନ୍ମ ନେଇଥିଲେ ନେତାଜୀ ।
ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି 126ତମ ଜନ୍ମଜୟନ୍ତୀ । ତାଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଏ । ନେତାଜୀଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
-
ପରାକ୍ରମ ଦିବସ ଅବସରରେ ସବୁ ଦେଶବାସୀ ଭାରତମାତାଙ୍କ ମହାନ୍ ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ନେତାଜୀ ଅସାଧାରଣ ସାହସ ଓ ଦେଶଭକ୍ତିର ପ୍ରତୀକ । ତାଙ୍କ ନେତୃତ୍ୱରେ ଲକ୍ଷ ଲକ୍ଷ ଲୋକ ଭାରତୀୟ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିଲେ । ସମସ୍ତ ଭାରତବାସୀ ସର୍ବଦା ତାଙ୍କ ଠାରେ ଋଣୀ ରହିବେ ।
— President of India (@rashtrapatibhvn) January 23, 2023
ଟ୍ବିଟ କରି ରାଷ୍ଟ୍ରପତି ଲେଖିଛନ୍ତି, ''ପରାକ୍ରମ ଦିବସ ଅବସରରେ ସବୁ ଦେଶବାସୀ ଭାରତମାତାଙ୍କ ମହାନ୍ ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ନେତାଜୀ ଅସାଧାରଣ ସାହସ ଓ ଦେଶଭକ୍ତିର ପ୍ରତୀକ । ତାଙ୍କ ନେତୃତ୍ୱରେ ଲକ୍ଷ ଲକ୍ଷ ଲୋକ ଭାରତୀୟ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିଲେ । ସମସ୍ତ ଭାରତବାସୀ ସର୍ବଦା ତାଙ୍କ ଠାରେ ଋଣୀ ରହିବେ ।''
-
Today, on Parakram Diwas, I pay homage to Netaji Subhas Chandra Bose and recall his unparalleled contribution to India’s history. He will be remembered for his fierce resistance to colonial rule. Deeply influenced by his thoughts, we are working to realise his vision for India.
— Narendra Modi (@narendramodi) January 23, 2023
ସେହିପରି ପ୍ରଧାନମନ୍ତ୍ରୀ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ''ପରାକ୍ରମ ଦିବସରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଭାରତ ଇତିହାସରେ ଦେଶ ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ଆଜି ମନେ ପକାଉଛି । ତାଙ୍କର ଚିନ୍ତାଧାରା ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇ ଆମେ ଭାରତ ପାଇଁ ଦୂରଦୃଷ୍ଟି ହାସଲ କରିବାକୁ କାର୍ଯ୍ୟ କରୁଛି ।''
-
ମହାନ ବୀର ସ୍ୱାଧୀନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ଦେଶ ପ୍ରତି ତାଙ୍କର ଅମାପ ସମର୍ପଣ ଭାବ, ଅନନ୍ୟ ବିଚାରଧାରା, ଦୃଢ଼ ଆତ୍ମବିଶ୍ବାସ ଓ ପରାକ୍ରମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।#NetajiSubhasChandraBose pic.twitter.com/GOEQvMJ7DK
— Naveen Patnaik (@Naveen_Odisha) January 23, 2023
ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, ''ମହାନ ବୀର ସ୍ୱାଧୀନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ଦେଶ ପ୍ରତି ତାଙ୍କର ଅମାପ ସମର୍ପଣ ଭାବ, ଅନନ୍ୟ ବିଚାରଧାରା, ଦୃଢ଼ ଆତ୍ମବିଶ୍ବାସ ଓ ପରାକ୍ରମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।''
ଏହା ବି ପଢନ୍ତୁ...ଆଜି ନେତାଜୀ ଜୟନ୍ତୀ, ସ୍ୱତନ୍ତ୍ର କାର୍ଯକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
-
अपनी अद्वितीय नेतृत्व क्षमता से नेताजी ने लोगों को संगठित किया और ‘आजाद हिन्द फौज’ बनाकर आजादी के लिए सशस्त्र आंदोलन किया।
— Amit Shah (@AmitShah) January 23, 2023
उनके साहस और संघर्ष को पूरा देश नमन करता है।
आज नेताजी की 126वीं जयंती पर उनका स्मरण कर देशवासियों को ‘पराक्रम दिवस’ की बधाई देता हूँ। #NationSalutesNetaji pic.twitter.com/zvsv6wwtTv
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ''ନିଜର ଅଦ୍ବିତୀୟ ନେତୃତ୍ବ କ୍ଷମତାରେ ନେତାଜୀ ଲୋକଙ୍କୁ ସଂଗଠିତ କରିଥିଲେ । ଆଜାଦ ହିନ୍ଦ ଫୌଜ ଗଠନ କରି ସ୍ବାଧୀନତା ପାଇଁ ସ୍ବତନ୍ତ୍ର ଆନ୍ଦୋଳନ କରିଥିଲେ । ତାଙ୍କ ସାହସ ଏବଂ ସଂଘର୍ଷକୁ ସମଗ୍ର ଦେଶ ପ୍ରଣାମ କରୁଛି । ଆଜି ତାଙ୍କ 126 ତମ ଜୟନ୍ତୀରେ ତାଙ୍କୁ ସ୍ମରଣ କରି ଦେଶବାସୀଙ୍କୁ ପରାକ୍ରମ ଦିବସର ଶୁଭେଚ୍ଛା ଜଣାଉଛି । ''
ଏହା ବି ପଢନ୍ତୁ...Netaji Subash Chandra Bose Jayanti: ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ
-
स्वतंत्रता संग्राम के महानायक, हम सभी के आदर्श, नेताजी सुभाष चंद्र बोस जी की जयंती पर उन्हें श्रद्धापूर्वक नमन व पराक्रम दिवस की सभी को हार्दिक शुभकामनाएं।
— Dharmendra Pradhan (@dpradhanbjp) January 23, 2023
उनका असाधारण देशप्रेम, शौर्य और भारत माँ के लिए उनका त्याग युगों-युगों तक आने वाली पीढ़ियों को प्रेरित करता रहेगा। pic.twitter.com/CtVS0B6QBd
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି,'' ସ୍ବାଧୀନତା ସଂଗ୍ରାମର ମହାନାୟକ ଆମ ସଭିଙ୍କ ଆଦର୍ଶ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି । ଏହା ସହ ପରାକ୍ରମ ଦିବସରେ ଦେଶବାସୀଙ୍କୁ ଶୁଭକାମନା । ନେତାଜୀଙ୍କ ଆସାଧାରଣ ଦେଶପ୍ରେମ, ସୌର୍ଯ୍ୟ ଏବଂ ଭାରତମାତା ପାଇଁ ତାଙ୍କ ତ୍ୟାଗ ଯୁଗ ଯୁଗ ପାଇଁ ଆଗାମୀ ପିଢିଙ୍କୁ ପ୍ରେରିତ କରିବ ।''
-
नेताजी सुभाष चंद्र बोस की जयंती पर मैं उन्हें स्मरण एवं नमन करता हूँ। वे भारतीय स्वाधीनता संग्राम के ऐसे महानायक हैं जिन्होंने भारत माता को ग़ुलामी से मुक्त कराने के लिए शौर्य और पराक्रम की पराकाष्ठा का परिचय दिया । भारत की भावी पीढ़ियाँ भी नेताजी से प्रेरणा प्राप्त करती रहेंगी।
— Rajnath Singh (@rajnathsingh) January 23, 2023
କେନ୍ଦ୍ର ପ୍ରତିରକ୍ଷୀ ମନ୍ତ୍ରୀ ରାଜନାଥ ସିଂ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, '' ନେତାଜୀଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ସ୍ମରଣ କରି କୋଟି କୋଟି ପ୍ରଣାମ କରୁଛି । ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାନାୟକ ଯିଏ ଭାରତମାତାକୁ ଗୁଲାମିରୁ ମୁକ୍ତ କରିବା ପାଇଁ ସୌର୍ଯ୍ୟ ଏବଂ ପରାକାଷ୍ଠାର ପରିଚୟ ଦେଇଥିଲେ । ଭାରତର ଭବିଷ୍ୟତ ପିଢି ନେତାଜୀଙ୍କଠୁ ପ୍ରେରଣା ପାଇବେ ।''
ନେତାଜୀ 1897 ମସିହା ଜାନୁଆରୀ 23 ତାରିଖରେ ବିଶିଷ୍ଟ ଆଇନଜୀବୀ ଜାନକୀନାଥ ବୋଷ ଏବଂ ପ୍ରଭାବତୀ ଦେବୀଙ୍କ ଘରେ ଜନ୍ମ ଗ୍ରହଣ କରୁଥିଲେ । କଟକ ପାଣି ପବନରେ ବଢି ମାଟ୍ରିକ ଶିକ୍ଷା ଶେଷ କରିଥିଲେ । ପରେ କଲିକତା ଯାଇ ଉଚ୍ଚଶିକ୍ଷା କରିବା ସହ ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ସାଜିବା ପରେ ସେ ହୋଇ ଯାଇଥିଲେ ଏ ଜାତିର ସଂପତ୍ତି । 1945 ମସିହା ଅଗଷ୍ଟ 18 ତାରିଖରେ ନେତାଜୀଙ୍କ ଏକ ବିମାନ ଦୁର୍ଘଟଣା ହୋଇଥିଲା । ଏହାପରେ ସେ ନିଖୋଜ ହୋଇଥଲେ । ଯାଞ୍ଚ ପରେ ଏଥିରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଇଥିଲା ।
