terrorist arrests in JK: ପୋଲିସ କବ୍ଜାରେ ୬ LeT ଆତଙ୍କୀ

author img

By

Published : Jan 15, 2022, 7:38 PM IST

Police arrests terrorist in JK: ପୋଲିସ କବ୍ଜାରେ ୬ LeT ଆତଙ୍କୀ

କାଶ୍ମୀରରେ ପୋଲିସକୁ ସଫଳତା । ୬ LeT ଆତଙ୍କୀ ଗିରଫ । ସମସ୍ତ ଆତଙ୍କୀ ଲସ୍କର ସଦସ୍ୟ ନେଇ ସୂଚନା । ଅଧିକ ପଢନ୍ତୁ

ଶ୍ରୀନଗର: ଘାଟିରେ ପୋଲିସକୁ ସଫଳତା । ସୋପୋର ଏବଂ ବାନ୍ଦିପୁରାରେ ୬ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ଠାରୁ ଆତଙ୍କୀ ପୋଷାକ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ଗୁଳିଗୋଳା ଜବତ କରାଯାଇଛି । ସମସ୍ତ ଆତଙ୍କୀ ଲସ୍କର-ଇ-ତୋଇବା (LET)ର ସକ୍ରିୟ ସଦସ୍ୟ ଭାବେ ଘାଟିରେ ଆତଙ୍କ ଜାରି ରଖିଥିଲେ ବୋଲି ପୋଲିସ କହିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି (ଶନିବାର) ପ୍ରାୟ ମଧ୍ୟାହ୍ନ ସମୟରେ ସୋପୋରରେ CRPF ର 22-RR ଏବଂ 179-BN ବାଟାଲିୟନ ଦ୍ବାରା ପ୍ରତିଷ୍ଠିତ ସମନ୍ବିତ ଚେକିଂ ପଏଣ୍ଟରେ ଏହି ଆତଙ୍କୀଙ୍କ ମଧ୍ୟରୁ ୩ ଜଣଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଠାବ କରାଯିବା ପରେ ଯାଞ୍ଚ ପାଇଁ ରୋକିବାକୁ ଚେଷ୍ଟା କରିଥିଲେ ସୁରକ୍ଷା ବାହିନୀର ଯବାନ । କିନ୍ତୁ ସେମାନେ ଘଟଣାସ୍ଥଳରୁ ଖସିବାକୁ ଉଦ୍ୟମ କଲା ବେଳେ ସେମାନଙ୍କୁ ଯବାନ କାବୁ କରିଥିଲେ ।

ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ 2ଟି ପିସ୍ତଲ, 2ଟି ମାଗାଜିନ ଏବଂ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ ସମେତ କିଛି ଗୁଳିଗୋଳା ଜବତ କରାଯାଇଛି । ଏମାନେ ସ୍ଥାନୀୟ ବାସିନ୍ଦା ଅରାଫତ୍ ମଜିଦ୍, ତାଉସେଫ୍ ଅହମ୍ମଦ ଦାର ଓ ମୋମିନ ନାଜିର ଖାନ ବୋଲି ସ୍ପଷ୍ଟ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ:-IED found in JK: ବନ୍ଦିପୋରାରୁ ବିପୁଳ ପରିମାଣ IED ଜବତ

ସେହିଭଳି ବାନ୍ଦିପୋରା ଏବଂ ଏହାର ଆଖପାଖ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ନିର୍ଦ୍ଦିଷ୍ଟ ଇନପୁଟ୍ ପାଇବା ପରେ ବାନ୍ଦିପୋରା ପୋଲିସ୍ ଅନ୍ୟ 3 ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଏମାନେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ନେଇ ଷଡଯନ୍ତ୍ର ଜାରି ରଖିଥିବା ପୋଲିସ କହିଛି । ଏମାନଙ୍କୁ ଜେରା କରିବା ସହ ଅଧିକ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.