ଆଜିଠୁ ଦେବଭୂମିରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By

Published : May 25, 2023, 8:04 AM IST

Dehradun Delhi Vande Bharat Express

ଆଜିଠୁ ଉତ୍ତରାଖଣ୍ଡରେ ଦୌଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଭିସି ଯୋଗେ ଉଦଘାଟନ କରିବେ ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡକୁ ମିଳିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡେରାଡୁନ ଓ ଦିଲ୍ଲୀ ମଧ୍ୟରେ ଚଳାଚଳ କରିବ ଏହି ଅତ୍ୟାଧୁନିକ ଟ୍ରେନ । ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ । ପୂର୍ବରୁ କେରଳ, ଓଡିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା, ରାଜସ୍ଥାନ, ବିହାର ଓ ଝାଡଖଣ୍ଡରେ ଏହି ଅତ୍ୟାଧୁନିକ ଟ୍ରେନର ଶୁଭାରମ୍ଭ କରିଥିଲେ ମୋଦି । ଆଜି ଉତ୍ତରାଖଣ୍ଡରେ ଏହି ଟ୍ରେନର ଶୁଭାରମ୍ଭ ହେବାକୁ ଥିବା ବେଳେ ଯାତ୍ରୀ ମାନେ ବେଶ ଉତ୍ସାହିତ ଅଛନ୍ତି ।

ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ବିଶ୍ବ ସ୍ତରୀୟ ସୁବିଧା ସହିତ ଆରାମଦାୟକ ଯାତ୍ରାର ଅଭିଜ୍ଞତା ପାଇବେ ଉତ୍ତରାଖଣ୍ଡବାସୀ । ଏହି ଟ୍ରେନ ଯାତାୟତ କରିବା ପରେ ପର୍ଯ୍ୟଟକ ମାନେ ବିଶେଷ ଭାବରେ ଉପକୃତ ହେବେ । ସ୍ୱଦେଶୀ ଭାବରେ ନିର୍ମିତ ହୋଇଥିବା ଏହି ଟ୍ରେନରେ ଯାତ୍ରୀ ମାନେ ସୁରକ୍ଷିତ ଭାବେ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଯାତାୟତ କରିପାରିବେ ।

  • Uttarakhand’s connectivity is all set to get a big boost. At 11 AM today, I will be flagging off the Vande Bharat Express between Delhi and Dehradun. Making the occasion even more special is the feat of 100% electrification of Uttarakhand’s rail tracks. Do join the programme.

    — Narendra Modi (@narendramodi) May 25, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ,''ଉତ୍ତରାଖଣ୍ଡରେ ଯୋଗାଯୋଗ କ୍ଷେତ୍ରରେ ଏକ ବଡ ବୃଦ୍ଧି ହେବାକୁ ଯାଉଛି । ଆଜି ଦିନ 11ଟା ସମୟରେ ମୁଁ ଦିଲ୍ଲୀ ଏବଂ ଡେରାଡୁନ ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବି ।''

ଏହା ମଧ୍ୟ ପଢନ୍ତୁ-ସ୍କାମ୍ ମାଷ୍ଟରମାଇଣ୍ଡ ଫିନାଇଲ ବ୍ୟବସାୟୀ, କ୍ଲାଉଡ୍ ଫଟ୍ ଆପ୍‌ର ୫୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫ୍ରିଜ୍

ବନ୍ଦେ ଭାରତ ଏକ୍ସପ୍ରେସ ହାଇରାଇଡ ଓଭର ହେଡ ଅଞ୍ଚଳରେ ଯାତାୟତ କରୁଥିବା ବିଶ୍ବର ପ୍ରଥମ ସେମି ହାଇସ୍ପିଡ ପାସେଞ୍ଜର ଟ୍ରେନ ଅଟେ । ଯାହାକି ଯାତ୍ରୀମାନଙ୍କୁ କମ ସମୟରେ ଏବଂ ଆରାମଦାୟକ ସେବା ପ୍ରଦାନ କରି ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ । ଏହି ଏକ୍ସପ୍ରେସ ସ୍ବଦେଶୀ ନିର୍ମିତ ହାଇସ୍ପିଡ ସ୍ବୟଂଚାଳିତ ଟ୍ରେନ ଅଟେ । ଉତ୍ତରାଖଣ୍ଡରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଥିବା ବେଳେ ଏହା ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବ ।

ଏହା ମଧ୍ୟ ପଢନ୍ତୁ-ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗତ ମେ 18 ତାରିଖ ଦିନ ଓଡିଶାରେ ଗଡିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫେରସିଂ ଯୋଗେ ପ୍ରଧାନମନ୍ତ୍ରୀ ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିଥିଲେ । ପ୍ରଥମ ଥର ପାଇଁ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡିଥିବାରୁ ଯାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.