୨୭ରେ ମୋଦିଙ୍କ ଜାପାନ ଗସ୍ତ, ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ହେବେ ସାମିଲ

author img

By

Published : Sep 23, 2022, 2:25 PM IST

୨୭ରେ ମୋଦିଙ୍କ ଜାପାନ ଗସ୍ତ, ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ହେବେ ସାମିଲ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରରେ ସାମିଲ ହେବା ପାଇଁ ଆସନ୍ତା ୨୭ ତାରିଖରେ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ପୃଥକ ଭାବରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜୁଲାଇ ୮ ତାରିଖରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେବା ସମୟରେ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହନ୍ତକୁ ୨ ମାସ ବିତିଥିଲେ ମଧ୍ୟ ଏଯାଏଁ ତାଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇନାହିଁ । ସେପଟେ ଆବେଙ୍କ ଏହି ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି କ୍ରିୟାକୁ ବିରୋଧ କରି ବିବାଦ ଲାଗି ରହିଛି । ଦୁଇଦିନ ତଳେ ଆବେଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ ବିରୋଧ କରି ଜଣେ ବରିଷ୍ଠ ନାଗରିକ ନିଜକୁ ନିଆଁ ଲଗାଇ ଦେଇଥିଲେ । ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସରକାର ପାଖାପାଖି ୯୧୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବାରୁ ଲୋକ ଏହାକୁ ବିରୋଧ କରୁଛନ୍ତି ।

ଏହା ବି ପଢନ୍ତୁ...NIAର ଆକ୍ସନ ପରେ କେରଳରେ PFIର ହରତାଳ: ଗାଡି ଭଙ୍ଗାରୁଜା, 2 ପୋଲିସ ଆହତ

ଦେଶର ପ୍ରାୟ ୫୬ ପ୍ରତିଶତ ଲୋକ ଆବେଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଏତେ ଟଙ୍କା ଖର୍ଚ୍ଚକୁ ବିରୋଧ କରୁଛନ୍ତି । ଏପରିକି ଟୋକିଓରେ ଏକ କୋର୍ଟରେ ପିଟିସନ ଦାୟର ହୋଇଛି । ଜନତାଙ୍କ ଟଙ୍କାକୁ ନଷ୍ଟ ନ କରିବାକୁ ପିଟିସନରେ ଉଲ୍ଲେଖ ରହିଛି । ସିଞ୍ଜୋ ଆବେଙ୍କ ସହ ଭାରତର ଭଲ ସମ୍ପର୍କ ରହିଥିଲା । ସେ ଜାପାନର ସବୁଠୁ ଅଧିକ ସମୟ ଥିବା ଜଣେ ପ୍ରଧାନମନ୍ତ୍ରୀ ।

ଜୁଲାଇ ୮ ତାରିଖରେ ଜାପାନର ନାରା ସହରରେ ଭାଷଣ ଦେଉଥିବାବେଳେ, ସିଞ୍ଜୋଙ୍କୁ ଗୁଳିମାଡ଼ ହୋଇଥିଲା । ହଠାତ୍ ପଛପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚଳାଇଥିଲା । ୬୭ ବର୍ଷ ବୟସରେ ସିଞ୍ଜୋ ଆବେଙ୍କ ଦେହାନ୍ତ ହୋଇଥିଲା । ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଥିଲା । ଭାରତ ଓ ଜାପାନ ବନ୍ଧୁତାର ଚମ୍ପିଅନ ଥିଲେ ସିଞ୍ଜୋ ଆବେ । ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଥିବା କହି ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.