ନୂଆ ସଂସଦ ଭବନରେ ସ୍ଥାପିତ ହେବ ପବିତ୍ର ‘ସେଙ୍ଗୋଲ’, ତାମିଲନାଡୁର ମଠାଧୀଶଙ୍କଠାରୁ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

author img

By

Published : May 24, 2023, 4:03 PM IST

ନୂଆ ସଂସଦ ଭବନରେ ସ୍ଥାପିତ ହେବ ପବିତ୍ର ସେଙ୍ଗୋଲ, ତାମିଲନାଡୁର ମଠାଧୀଶଙ୍କ ଠାରୁ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ନୂଆ ସଂସଦ ଭବନରେ ସ୍ଥାପିତ ହେବ ପବିତ୍ର ସେଙ୍ଗୋଲ । ତାମିଲନାଡୁର ମଠାଧୀଶଙ୍କଠାରୁ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟାୟ ଓ ନୀତି ପରାୟଣତାର ପ୍ରତୀକ ହେଉଛି ଏହି ପବିତ୍ର ସେଙ୍ଗୋଲ । 1947ରେ ସ୍ବୀକାର କରିଥିଲେ ପଣ୍ଡିତ ନେହେରୁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରବିବାର ଲୋକାର୍ପିତ ହେବ ନୂଆ ସଂସଦ ଭବନ । ଏହି ଭବ୍ୟ ନୂତନ ସଂସଦରେ ସ୍ଥାପିତ ହେବ ନ୍ୟାୟ ଓ ନିରପେକ୍ଷ ଶାସନର ପବିତ୍ର ପ୍ରତୀକ ‘ସେଙ୍ଗୋଲ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରବିତ୍ର ତଥା ଐତିହାସିକ ‘ସେଙ୍ଗୋଲ’କୁ ତାମିଲନାଡୁର ଏକ ପ୍ରତିଷ୍ଠିତ ମଠର ମଠାଧୀଶଙ୍କଠାରୁ ଗ୍ରହଣ କରି ନୂଆ ସଂସଦରେ ସ୍ଥାପିତ କରିବେ । ଏହି ପବିତ୍ର ସେଙ୍ଗୋଲକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ 1947 ମସିହା ଅଗଷ୍ଟ 14 ତାରିଖରେ ତାମିଲନାଡୁର ଜଣେ ମଠାଧୀଶଙ୍କଠାରୁ ସ୍ବୀକାର କରିଥିଲେ ।

କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ କହିଛନ୍ତି, "ଏହି ସମ୍ପର୍କରେ ଅନେକ ଲୋକଙ୍କର ଧାରଣା ନାହିଁ । ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ 1947 ଅଗଷ୍ଟ 14 ତାରିଖରେ ଏକ ବିଶେଷ ଅବସରରେ ତାମିଲନାଡୁର ଥୁରୁବଥୁରାଇ ମଠାଧୀଶଙ୍କ ଠାରୁ ଏହି ପବିତ୍ର ‘ସେଙ୍ଗୋଲ’କୁ ଗ୍ରହଣ କରିଥିଲେ । ଇଂରେଜ ମାନେ ଭାରତୀୟଙ୍କୁ ଶାସନ କ୍ଷମତା ହସ୍ତାନ୍ତର କରିବା ସମୟରେ ନେହେରୁ ଏହି ପବିତ୍ର ସେଙ୍ଗୋଲ ଗ୍ରହଣ କରିଥିଲେ । ଏହି ‘ସେଙ୍ଗୋଲ’ ନ୍ଯାୟ ନୀତିପରାୟଣ ଶାସନରେ ପବିତ୍ର ପ୍ରତୀକ । ଏବେ ଅମୃତକାଳରେ ଦେଶ ନୂତନ ସଂସଦ ଲୋକାର୍ପିତ କରିବାକୁ ଯାଉଛି । ଏହି ନୂତନ ସଂସଦରେ ଉକ୍ତ ପବିତ୍ର ‘ସେଙ୍ଗୋଲ’କୁ ସ୍ଥାପିତ କରିବାର ନିର୍ଣ୍ଣୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି । ତାମିଲନାଡୁର ସମ୍ପୃକ୍ତ ମଠର ମଠାଧୀଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ‘ସେଙ୍ଗୋଲ’ ହସ୍ତାନ୍ତର କରିବେ ।"

କ’ଣ ଏହି ସେଙ୍ଗୋଲ !

କେନ୍ଦ୍ର ଗୃହମନ୍ତ୍ରୀ ଶାହ ସେଙ୍ଗୋଲ ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ । ‘‘ସେଙ୍ଗୋଲ’’ ଶବ୍ଦ ତାମିଲ ଶବ୍ଦ "ସେମମାଇ" ରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ହେଉଛି ‘‘ନୀତି ପରାୟଣତା’’ । ତାମିଲନାଡୁର ପ୍ରତିଷ୍ଠିତ ଥୁରୁବଥୁରାଇ ମଠର ମଠାଧୀଶ ଏହାକୁ 1947ରେ ନିର୍ମାଣ କରିଥିଲେ । ଏହାକୁ ଗ୍ରହଣ କରୁଥିବା ବ୍ୟକ୍ତି ସର୍ବଦା ନ୍ୟାୟପୂର୍ଣ୍ଣ ଓ ନୀତି ନିଷ୍ଠତା ଭାବେ ଶାସନ କାର୍ଯ୍ୟ ତୁଲାଇବା ପାଇଁ ଇଶ୍ବରଙ୍କ ନିକଟରୁ ଆଦେଶ ପାଇଥାଏ ବୋଲି ତାମିଲ ସଂସ୍କୃତି ଅନୁସାରେ ବିଶ୍ବାସ ମଧ୍ୟ ରହିଛି । 1947ର ପବିତ୍ର ‘ସେଙ୍ଗୋଲ’କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ପୃକ୍ତ ମଠାଧୀଶଙ୍କ ଠାରୁ ଗ୍ରହଣ କରିବା ପରେ ଏହାକୁ ନୂତନ ସଂସଦ ଭବନରେ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ କରାଯିବା । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବ୍ୟ ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିିତ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.