Rozgar Mela: ଆଜି ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Nov 22, 2022, 8:20 AM IST

PM Modi to distribute appointment letters to 71000 recruits today

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ରୋଜଗାର ମେଳା କାର୍ଯ୍ୟକ୍ରମ(Rozgar Mela ) ଅଧିନରେ ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତି ସୁଯୋଗ ଦେବା ସହ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ନେଇ ରୋଜଗାର ମେଳା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ଅନେକ ବ୍ୟକ୍ତି ରୋଜଗାର ପାଇବା ସହ ଦେଶର ବିକାଶରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି । ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର୍ ମେଳା ଏକ ପଦକ୍ଷେପ ।

ଅକ୍ଟୋବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ୭୫ ହଜାର ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ । ନୂତନ ନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ରରକପି ଦେଶର ୪୫ଟି ସ୍ଥାନରେ ବଣ୍ଟନ କରାଯାଇଥିଲା । ଶିକ୍ଷକ, ଅଧ୍ୟାପକ, ନର୍ସ, ନର୍ସିଂ ଅଫିସର, ଡାକ୍ତର, ଫାର୍ମାସିଷ୍ଟ, ରେଡିଓଗ୍ରାଫର ଏବଂ ଅନ୍ୟାନ୍ୟ ବୈଷୟିକ ଏବଂ ପାରାମେଡିକାଲ୍ ପୋଷ୍ଟଗୁଡିକ ମଧ୍ୟ ପୂରଣ କରାଯାଉଛି । ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ରେ ଗୃହ ବିଭାଗ ମନ୍ତ୍ରଣାଳୟ ଦ୍ୱାରା ବହୁ ସଂଖ୍ୟକ ପଦବୀ ପୂରଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-କତାରରେ ଫିଫା ବିଶ୍ବକପ୍‌, ତାମିଲନାଡୁରୁ ଗଲା ଦେଢ କୋଟି ଅଣ୍ଡା

ପ୍ରଧାନମନ୍ତ୍ରୀ Karmayogi Prarambh moduleମଧ୍ୟ ଲଞ୍ଚ କରିବେ ବୋଲି ପିଏମଓ ବିବୃତ୍ତିରେ କୁହାଯାଇଛି । ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତଙ୍କ ପାଇଁ ଏହି ମଡ୍ୟୁଲ୍ ହେଉଛି ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ । ଏଥିରେ ସରକାରୀ କର୍ମଚାରୀଙ୍କ ପାଇଁ ଆଚରଣ ସଂହିତା, କର୍ମକ୍ଷେତ୍ରର ନୈତିକତା ଏବଂ ଅଖଣ୍ଡତା, ମାନବ ସଂସୋଧନ ନୀତି ଏବଂ ଅନ୍ୟାନ୍ୟ ସୁବିଧା ଏବଂ ଆଲାଉସେନ୍ସ ଅନ୍ତର୍ଭୂକ୍ତ ହେବ । ଯାହା ସେମାନଙ୍କୁ ଆଗକୁ ନେବାରେ ସହାୟକ ହେବ । ସେମାନେ ସେମାନଙ୍କର ଜ୍ଞାନ, କୌଶଳ ଏବଂ ଦକ୍ଷତା ବୃଦ୍ଧି ପାଇଁ igotkarmayogi.gov.in ପ୍ଲାଟଫର୍ମରେ ଅନ୍ୟାନ୍ୟ ପାଠ୍ୟକ୍ରମର ଅନୁସନ୍ଧାନ କରିବାର ସୁଯୋଗ ପାଇବେ ବୋଲି ପିଏମଓ ବିବୃତ୍ତିରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.