ଆମେରିକାରେ ମୋଦିଙ୍କୁ ଭେଟିଲେ ୫ ଟପ୍‌ CEO, 5G ସହ ପାର୍ଟନରସିପ ଉପରେ ଆଲୋଚନା

author img

By

Published : Sep 23, 2021, 10:53 PM IST

ଆମେରିକାରେ ମୋଦିଙ୍କୁ ଭେଟିଲେ ୫ ଟପ୍‌ CEO, 5G ସହ ପାର୍ଟନରସିପ ଉପରେ ହେଲା ଆଲୋଚନା

୫ ପ୍ରମୁଖ କମ୍ପାନୀର CEOଙ୍କୁ ଭେଟିଛନ୍ତି ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ଗ୍ଲୋବାଲ ସିଇଓଙ୍କର ହୋଇଥିବା ବୈଠକରେ ଟେକ୍ନୋଲୋଜୀ, ଭବିଷ୍ୟତରେ ଭାରତରେ ନିବେଶ ସମେତ ବିଭିନ୍ନ ବିଷୟ ଉପରେ ହୋଇଛି ବ୍ୟାପକ ଆଲୋଚନା । ଅଧିକ ପଢନ୍ତୁ...

ୱାଶିଂଟନ: ବିଶ୍ବର ୫ ପ୍ରମୁଖ କମ୍ପାନୀର ମୁଖ୍ୟଙ୍କୁ ଭେଟିଛନ୍ତି ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗ୍ଲୋବାଲ ସିଇଓଙ୍କର ହୋଇଥିବା ବୈଠକରେ ଟେକ୍ନୋଲୋଜୀ, ଭବିଷ୍ୟତରେ ଭାରତରେ ନିବେଶ ସମେତ ବିଭିନ୍ନ ବିଷୟ ଉପରେ ହୋଇଛି ବ୍ୟାପକ ଆଲୋଚନା ।

  • #WATCH These are very laudable policies, prescriptions & reforms that the PM and govt have taken. I think that will certainly catalyze a lot of interest & investments in India: Vivek Lall, CEO of General Atomics on India's new Drone Policy, after meeting PM Modi in Washington DC pic.twitter.com/hNuJRV8XqN

    — ANI (@ANI) September 23, 2021 " class="align-text-top noRightClick twitterSection" data=" ">

ଜେନେରାଲ ଆଟୋମିକ୍ସ ସିଇଓଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଲୋଚନା

ୱାଶିଂଟନ ଡିସିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଜେନେରାଲ ଆଟୋମିକ୍ସ ସିଇଓ ବିବେକ ଲାଲ କହିଛନ୍ତି ଯେ ଏହା ଏକ ଉତ୍କୃଷ୍ଟ ବୈଠକ ଥିଲା । ନିବେଶ ଏବଂ ଭାରତରେ ଆସିବାକୁ ଥିବା ଟେକ୍ନୋଲୋଜି ଏବଂ ନୀତି ସଂସ୍କାର ଉପରେ ବିଶ୍ବାସ ଦୃଷ୍ଟିରୁ ଆମେ ଭାରତର ଅପାର ସମ୍ଭାବନା ବିଷୟରେ ଆଲୋଚନା କରିଛୁ ବୋଲି କହିଛନ୍ତି ବିବେକ ଲାଲ ।

  • #WATCH His (PM Modi) commitment to ensuring domestic capabilities&ensuring long-term climate goals with focus on energy independence&security,the alignment of what he's trying to achieve couldn't be better for companies looking to manufacture in India: Mark Widmar,CEO,First Solar pic.twitter.com/HY7rW3ofoU

    — ANI (@ANI) September 23, 2021 " class="align-text-top noRightClick twitterSection" data=" ">

ଭାରତ ସହ ପାର୍ଟନରସିପ ଗର୍ବର ବିଷୟ: କ୍ବାଲକମ CEO

ପିଏମ ମୋଦfଙ୍କ ସହ ସାକ୍ଷାତ ପରେ କ୍ବାଲକମ ସିଇଓ କ୍ରିଷ୍ଟିଆନୋ କହିଛନ୍ତି ଯେ ଭାରତ ସହ ଆମର ସହଭାଗିତା ପାଇଁ ଆମେ ଗର୍ବିତ। ଆମେ ଭାରତ ସହ ମିଶି ଯାହା କରୁଛୁ ସେଥିରେ ଆମେ ଖୁସି ବୋଲି ସେ କହିଛନ୍ତି। କ୍ବାଲକମ ସିଇଓ କହିଛନ୍ତି ଯେ ପିଏମ ମୋଦି ଭାରତର ଅବିଶ୍ବସନୀୟ ସୁଯୋଗ ବିଷୟରେ କହିଥିଲେ । ଭାରତ ଏକ ବଡ ବଜାର, କିନ୍ତୁ ଆମେ ମଧ୍ୟ ଭାରତକୁ ଏକ ବଡ ରପ୍ତାନି ବଜାର ଭାବରେ ଦେଖୁ । କେବଳ ଭାରତୀୟ ବଜାର ପାଇଁ ଉତ୍ପାଦନ ନୁହେଁ ବରଂ ଅନ୍ୟ ଦେଶର ଆବଶ୍ୟକତା ମଧ୍ୟ ପୂରଣ କରିବାକୁ ଭାରତ ଯୋଜନା କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ସେମି କଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଭାରତ ସହ ସହଭାଗୀ ହେବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି କ୍ବାଲକମକୁ ଆଶ୍ବାସନା ଦେଇଛନ୍ତି ଯେ ଭାରତ ସେମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକ ଉପରେ ସକ୍ରିୟ ଭାବେ କାର୍ଯ୍ୟ କରିବ ।

ଫାଷ୍ଟ ସୋଲାର ସିଇଓଙ୍କ ସହ ମୋଦିଙ୍କ ବୈଠକ

ପିଏମ ମୋଦି ଫାଷ୍ଟ ସୋଲାର ସିଇଓ ମାର୍କ ୱିଡମାରଙ୍କ ସହ ଭାରତର ଅକ୍ଷୟ ଶକ୍ତି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟରେ ସିଇଓ ମାର୍କ ମଧ୍ୟ ସୌଶକ୍ତି ସମ୍ବନ୍ଧରେ କିଛି ଯୋଜନା ଆଦାନ ପ୍ରଦାନ କରିଥିଲେ ।

ଆଡୋବ ଚିଫ୍‌ ସାନ୍ତନୁ ନାରାୟଣଙ୍କୁ ଭେଟିଲେ ମୋଦି

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡୋବ ଚେୟାରମ୍ୟାନ୍ ଶାନ୍ତନୁ ନାରାୟଣଙ୍କୁ ଭେଟିଛନ୍ତି। ଭାରତ ପାଇଁ ପିଏମ ମୋଦିଙ୍କ ଭିଜନ ଶୁଣିବା ସର୍ବଦା ଖୁସି ଦେଇଥାଏ ବୋଲି କହିଛନ୍ତି ଆଡୋବ ସିଇଓ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.