ଅର୍ଥନୀତିକୁ ନୂଆ ଗତି ଦେବ 'ଗତିଶକ୍ତି': ପ୍ରଧାନମନ୍ତ୍ରୀ

author img

By

Published : Oct 13, 2021, 1:29 PM IST

ଅର୍ଥନୀତିକୁ ନୂଆ ଗତି ଦେବ 'ଗତିଶକ୍ତି'

ପ୍ରଗତି ମଇଦାନରୁ ଆଜି(ବୁଧବାର) ପିଏମ ଗତିଶକ୍ତିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମାଷ୍ଟର ପ୍ଲାନର ଶୁଭାରମ୍ଭ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଦେଶର ଅର୍ଥନୀତିକୁ ଆଗକୁ ନେବ ଗତିଶକ୍ତି । ଏହା ସହିତ ଅଗ୍ରଗତି ପାଇଁ କାମ, ଯୋଜନା କରିବାକୁ ମନ୍ତ୍ର ଦେଇଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ରାଜଧାନୀର ପ୍ରଗତି ମଇଦାନରୁ ଆଜି(ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତିଶକ୍ତିର ଶୁଭାରମ୍ଭ କରିଛନ୍ତି । ଏହି ମାଷ୍ଟର ପ୍ଲାନର ଶୁଭାରମ୍ଭ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଦେଶର ଅର୍ଥନୀତିକୁ ଆଗକୁ ନେବ ଗତିଶକ୍ତି । ଏହା ସହିତ ଅଗ୍ରଗତି ପାଇଁ କାମ, ଯୋଜନା କରିବାକୁ ସେ ମନ୍ତ୍ର ଦେଇଛନ୍ତି ।

ଗତିଶକ୍ତି ମଲ୍ଟି ମଡେଲ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଟେ । ଚଳିତ ବର୍ଷ ଅଗଷ୍ଟ ୧୫ ସ୍ବାଧିନତା ଦିବସରେ ଲାଲକିଲାରୁ 'ଗତି ଶକ୍ତି ଯୋଜନା'ର ଘୋଷଣା କରିଥିଲେ ମୋଦି । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନାକୁ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନା ଦେଶରେ ନିଯୁକ୍ତି ଅବସର ସୃଷ୍ଟି କରିବାରେ ସହାୟକ ହେବ । ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକ ପାଇଁ ହିତାଧିକାରୀଙ୍କ ପାଇଁ ସାମଗ୍ରିକ ଯୋଜନା ସଂସ୍ଥାପନ କରି ପିଏମ ଗତିଶକ୍ତି ଭବିଷ୍ୟତ ସମସ୍ୟାର ସମାଧାନ କରିବ | ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଦେଇଛି ମହାମାରୀ କୋରୋନା । ତେବେ ବର୍ତ୍ତମାନ ଧିରେ ଧିରେ ଏହି ଅର୍ଥନୀତି ଟ୍ରାକକୁ ଫେରୁଛି । ଏହାକୁ ଆହୁରି ଗତି ଦେବା ପାଇଁ ନୂଆ ନୂଆ ଯୋଜନାର ହେଉଛି ଶୁଭାରମ୍ଭ । ସେଥିମଧ୍ୟରୁ ଗତିଶକ୍ତି ଯୋଜନା ଗୋଟିଏ ।

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ମାଧ୍ୟମରେ ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ । ଏହି ଯୋଜନା ମାଧ୍ୟମରେ ସ୍ଥାନୀୟ ଉତ୍ପାଦକମାନେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀ ହୋଇପାରିବେ । ଏହାଦ୍ବାରା ଶିଳ୍ପଗୁଡ଼ିକର ବିକାଶ ହେବ । ଏଥିରେ ରେଳ, ସଡକ ଏବଂ ରାଜପଥ, ପେଟ୍ରୋଲିୟମ ଏବଂ ଗ୍ୟାସ, ବିଦ୍ୟୁତ୍, ଟେଲିକମ୍, ପରିବହନ, ବିମାନ ଚଳାଚଳ ଏବଂ ଶିଳ୍ପ ପାର୍କ ବିଭାଗ ସହିତ କେନ୍ଦ୍ର ସରକାରଙ୍କ 16ଟି ବିଭାଗ ଅନ୍ତର୍ଭୂକ୍ତ କରାଯିବ। କେନ୍ଦ୍ରର ସମସ୍ତ 16 ବିଭାଗର ଉଚ୍ଚ ପଦାଧିକାରୀଙ୍କ ଏକ ନେଟୱାର୍କ ଯୋଜନା ଗ୍ରୁପ ଗଠନ କରାଯିବ ।

ଏହା ସହିତ ନୂତନ ପ୍ରଦର୍ଶନୀ କମ୍ପ୍ଲେକ୍ସ (ପ୍ରଦର୍ଶନୀ ହଲ୍ 2 ରୁ 5) ର ଉଦଘାଟନ କରିଛନ୍ତି ମୋଦି । ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ଫ୍ଲାଗସିପ୍ ଇଭେଣ୍ଟ, ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF) 2021 ମଧ୍ୟ ନୂତନ ପ୍ରଦର୍ଶନୀ ହଲରେ ନଭେମ୍ବର 14ରୁ 27 ମଧ୍ୟରେ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.