ସୁପ୍ରିମକୋର୍ଟ ରାୟକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ପାଇଁ ପ୍ରଧାନ ବିଚାରପତିଙ୍କ ମତ, ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା

author img

By

Published : Jan 22, 2023, 10:03 PM IST

ସୁପ୍ରିମକୋର୍ଟ ରାୟକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ପାଇଁ ପ୍ରଧାନ ବିଚାରପତିଙ୍କ ମତ

ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ପାଇଁ ପ୍ରଧାନ ମତ ରଖିଲେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ । ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସୁପ୍ରିମକୋର୍ଟଙ୍କ ରାୟକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ପାଇଁ ପ୍ରଧାନ ବିଚାରପତି ରଖିଥିବା ପ୍ରସ୍ତାବିତ ବିଚାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥନ କରିବା ସହ ପ୍ରଶଂସା କରିଛନ୍ତି । ଏନେଇ ପ୍ରଧାନ ବିଚାରପତିଙ୍କ ଏହି ବକ୍ତବ୍ୟର ଉକ୍ତ ଭିଡିଓକୁ ନିଜେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍‌ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ସର୍ବୋଚ୍ଚ କୋର୍ଟରେ ପ୍ରକାଶ ପାଉଥିବା ବିଭିନ୍ନ ରାୟକୁ ଅନ୍ୟ ଭାରତୀୟ ଭାଷା ତଥା ସମସ୍ତ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବା ଉଚିତ ବୋଲି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ ମତ ରଖିଥିଲେ ।

  • At a recent function, the Hon’ble CJI Justice DY Chandrachud spoke of the need to work towards making SC judgments available in regional languages. He also suggested the use of technology for it. This is a laudatory thought, which will help many people, particularly youngsters. pic.twitter.com/JQTXCI9gw0

    — Narendra Modi (@narendramodi) January 22, 2023 " class="align-text-top noRightClick twitterSection" data=" ">

ମହାରାଷ୍ଟ୍ର ଓ ଗୋଆ ହାଇକୋର୍ଟର ବାର କାଉନସିଲ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ, ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ପ୍ରତ୍ୟେକ ଭାରତୀୟ ଭାଷାରେ ଅନୁବାଦିତ କରି ଉପଲବ୍ଧ କରଇବା ଆମର ପରବର୍ତ୍ତୀ ପଦକ୍ଷେପ ହେବ । ଏପରି କରିବା ଫଳରେ ଗ୍ରାମୀଣ ମକଦ୍ଦମା ପାଇଁ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେବ । ସମସ୍ତ ନାଗରିକ କୋର୍ଟ ନିର୍ଦ୍ଦେଶ ସମ୍ପର୍କରେ ବୁଝିପାରିବା ସହ ନ୍ୟାୟପାଳିକା ସମସ୍ତଙ୍କ ପାଖରେ ପହଞ୍ଚିପାରିବ ।

ସମସ୍ତେ ଇଂରାଜୀ ଭାଷା ବ୍ୟବହାର କରୁନାହାନ୍ତି । ସେମାନଙ୍କ ନିଜା ଭାଷା ମାଧ୍ୟମରେ ନ୍ୟାୟପାଳିକାକୁ ସେମାନଙ୍କ ପାଖରେ ପହଞ୍ଚିବାକୁ ହେବ । ଏଥିପାଇଁ ପ୍ରଧାନ ବିଚାରପତି ବୈଷୟିକ ଜ୍ଞାନକୌଶଳ ମଧ୍ୟ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ତେବେ ପ୍ରଧାନ ବିଚାରପତିଙ୍କ ଏହି ପ୍ରସ୍ତାବିତ ବିଚାରକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ସମ୍ବୋଧନର ଭିଡିଓ ଟ୍ବିଟ୍‌ କରି ଏହା ଏକ ପ୍ରଶଂସନୀୟ ବିଚାର, ଯାହା ଅନେକ ଲୋକଙ୍କୁ ବିଶେଷ କରି ଯୁବପିଢିକୁ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ପ୍ରଧାନ ବିଚାରପତିଙ୍କ ଏହି ସମ୍ବୋଧନ ଭିଡିଓକୁ ଟ୍ବିଟ୍‌ କରିବା ସହ ଲେଖିଛନ୍ତି, "ଭାରତରେ ଅସଂଖ୍ୟ ଭାଷା ରହିଛି, ଯାହା ଆମ ସାଂସ୍କୃତିକ ବିବିଧତାର ଏକ ପରିଚୟ । ଭାରତୀୟ ଭାଷାକୁ ପ୍ରତ୍ସାହିତ କରିବା ଦିଗରେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି ଦିଗରେ ଏକାଧିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ଏବଂ ଚିକିତ୍ସା ବିଜ୍ଞାନ ଭଳି ବିଷୟ ଅଧ୍ୟୟନରେ ନିଜ ନିଜ ମାତୃଭାଷାକୁ କିପରି ବିକଳ୍ପ ଭାବେ ପାଇପାରିବେ ସେନେଇ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.