Quad Summit2021; ସମ୍ମିଳନୀ ପୂର୍ବରୁ ହୋଇପାରେ ମୋଦି-ବାଇଡେନ ଭେଟଘାଟ

author img

By

Published : Sep 16, 2021, 11:11 AM IST

Quad Summit2021

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଖୁବ ଶୀଘ୍ର ପ୍ରତ୍ୟକ୍ଷ ଭାବେ ସିଧାସଳଖ ହେବ ଆଲୋଚନା । ଅଧିକ ପଢନ୍ତୁ ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଖୁବ ଶୀଘ୍ର ପ୍ରତ୍ୟକ୍ଷ ଭାବେ ସିଧାସଳଖ ହେବ ଆଲୋଚନା । ଆସନ୍ତା ୨୪ ରେ ହେବାକୁ ଥିବା କ୍ବାଡ ଦେଶର ସମ୍ମିଳନୀ ପୂର୍ବରୁ ହୋଇପାରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରଥମ ଭେଟଘାଟ। କାରଣ କ୍ବାଡ ବୈଠକରେ ସାମିଲ ହେବା ପାଇଁ ଚଳିତ ସପ୍ତାହ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଉଛନ୍ତି ।

ତେବେ ଆମେରିକା ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ହ୍ବାଇଟ ହାଉସରେ ହେବାକୁ ଥିବା କ୍ବାଡ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ ପୂର୍ବରୁ ମୋଦି-ବାଇଡେନ ସାକ୍ଷାତକୁ ସୁ-ନିଶ୍ଚିତ କରିବା ପାଇଁ ଉଦ୍ୟମ କରୁଛନ୍ତି ଉଭୟ ଦେଶର ଅଧିକାରୀ। ଖବର ସରାବରହ ସଂସ୍ଥା ଏଏନଆଇ ରିପୋର୍ଟ ଅନୁସାରେ ୨୩ ସେପ୍ଟେମ୍ବରରେ ମୋଦି ଅଷ୍ଟ୍ରେଲିଆ, ଜାପାନ ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ କରିବେ। ତଥା ଏହି ଦେଶ ମାନଙ୍କ ସହ ଦ୍ବିପାକ୍ଷିତ ବୈଠକ ସ୍ଥିର ହୋଇସାରିଛି । ତେବେ ଏହା ପୂର୍ବରୁ ବାଇଡେନ ମୋଦିଙ୍କ ବହୁ ପ୍ରତିକ୍ଷିତ ଭେଟଘାଟ ହୋଇପାରେ ।

ସେହିପରି ୨୪ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ସହ ଦ୍ବିପାକ୍ଷିକ ବୈଠକରେ ସାମିଲ ହେବେ । ଉଭୟ ନେତାଙ୍କ ମଧ୍ୟରେ ଏହା ହେବ ପ୍ରଥମ ସାକ୍ଷାତକାର । ଏହା ପରେ ସେହିଦିନ ଆୟୋଜିତ ହେବ କ୍ବାଡ ରାଷ୍ଟ୍ର ମୁଖ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ବିଶେଷକରି ଆଞ୍ଚଳିକ ସ୍ଥିରତା, ସାଇବର ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଓ ଆଫଗାନ ସ୍ଥିତିକୁ ନେଇ ଆଲୋଚନା ହେବ ।

ତେବେ କ୍ବାଡ ବୈଠକରେ ଗୁରୁତ୍ବପୂର୍ଣ୍ଣ ହିନ୍ଦ- ପ୍ରଶାନ୍ତ କ୍ଷେତ୍ରକୁ ନେଇ କୌଣସି ବଡ ନିଷ୍ପତ୍ତି ନିଆଯାଇ ପାରେ । ଏତଦ ବ୍ୟତୀତ କ୍ବାଡ ବୈଠକରେ ମହାମାରୀ କୋରୋନା ଓ ଟୀକାକରଣକୁ ନେଇ ମଧ୍ୟ ଆଲୋଚନା ହୋଇପାରେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.