Indian Army Day 2022: ବୀର ଯବାନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

author img

By

Published : Jan 15, 2022, 10:23 AM IST

Updated : Jan 15, 2022, 12:37 PM IST

ଆଜି ୭୪ତମ ଆର୍ମି ଡେ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ଦେଶ ପାଳୁଛି ୭୪ ତମ ସ୍ଥଳସେନା ଦିବସ ବା ଆର୍ମି ଡେ (Army Day2022) । ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ବିଶିଷ୍ଟ ବ୍ୟକ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ ତମ ସ୍ଥଳସେନା ଦିବସ ବା 'ଆର୍ମି ଡେ' (Army Day2022) । ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ଉତ୍ସର୍ଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଏନେଇ ଆଜି ସ୍ଥଳସେନାକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଟ୍ବିଟ କରି ଲେଖିଛନ୍ତି ଯେ ଆମର ସାହାସୀ ସୈନିକ ଓ ସେମାନଙ୍କ ପରିବାରର୍ଗଙ୍କୁ ସେନା ଦିବସ ଅବସରରେ ମୋର ଶୁଭେଚ୍ଛା ଓ ଶୁଭକାମନା ।

  • Best wishes on the occasion of Army Day, especially to our courageous soldiers, respected veterans and their families. The Indian Army is known for its bravery and professionalism. Words cannot do justice to the invaluable contribution of the Indian Army towards national safety. pic.twitter.com/UwvmbVD1hq

    — Narendra Modi (@narendramodi) January 15, 2022 " class="align-text-top noRightClick twitterSection" data=" ">

ଭାରତୀୟ ସେନା ନିଜର ସାହସିକତା ଓ ନିଜର ବୃତ୍ତିକୁ ନେଇ ଜଣାଶୁଣା । ଜାତୀୟ ନିରାପତ୍ତା ଦିଗରେ ଭାରତୀୟ ସେନାର ଅମୂଲ୍ୟ ଅବଦାନ ରହିଛି । ଯାହା ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ ଅଟେ । ସେନା ଦିବସ ଅବସରରେ ଅନେକ ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ପ୍ରାକୃତିକ ବିପର୍ଯ୍ୟୟ ସମେତ ମାନବିକ ସଙ୍କଟ ସମୟରେ ମଧ୍ୟ ସାହାଯ୍ୟ କରିବାରେ ଆଗରେ ରହିଥାନ୍ତି । ଭାରତୀୟ ସେନାର ଏଭଳି କାର୍ଯ୍ୟ ପାଇଁ ଆଜି ଦେଶ ଗର୍ବିତ ।

  • Greetings and best wishes to all Indian Army personnel and their families on the special occasion of Army Day.

    Our Army has distinguished itself as a courageous and professional force, unwavering in their commitment to defend the country. The nation is proud of the Indian Army.

    — Rajnath Singh (@rajnathsingh) January 15, 2022 " class="align-text-top noRightClick twitterSection" data=" ">

ସେହିପରି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭାରତୀୟ ସେନା ପାଇଁ ଆମ ଦେଶ ଗର୍ବିତ ବୋଲି ରାଜନାଥ ଟ୍ବିଟ କରିଛନ୍ତି ।

  • भारतीय सेना के बहादुर जवानों, पूर्व सैनिकों व उनके परिवारों को थल सेना दिवस की शुभकामनाएं।

    मातृभूमि की रक्षा में सदैव तत्पर वीर सैनिकों के अदम्य साहस, शौर्य व सर्वोच्च बलिदान को नमन करता हूँ।

    देश के प्रति आपकी निःस्वार्थ सेवा,समर्पण व प्रतिबद्धता हर भारतीय हेतु प्रेरणास्रोत है। pic.twitter.com/p7cuRE0BuR

    — Amit Shah (@AmitShah) January 15, 2022 " class="align-text-top noRightClick twitterSection" data=" ">

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟ୍ବିଟ କରି ବୀର ସୈନ୍ୟ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶ ସୁରକ୍ଷାରେ ସୈନିକଙ୍କ ନିଃସ୍ବାର୍ଥପର ସେବା ଓ ପ୍ରତିବଦ୍ଧତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା ବୋଲି ଟ୍ବିଟ କରି କହିଛନ୍ତି ଗୃହମନ୍ତ୍ରୀ ।

  • Greetings to Army personnel and veterans on Army Day. Indian Army has been pivotal in ensuring national security. Our soldiers have displayed professionalism, sacrifice and valour in defending borders and maintaining peace. The nation is grateful for your service. Jai Hind!

    — President of India (@rashtrapatibhvn) January 15, 2022 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସ୍ଥଳସେନାର କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସେନାର ମହାନ କାର୍ଯ୍ୟ ପାଇଁ ଆଜି ଦେଶ ଗର୍ବିତ ବୋଲି କହିଛନ୍ତି ରାଷ୍ଟ୍ରପତି ।

  • Warm tributes to the veterans, brave soldiers and their families on #ArmyDay. Salute to the indomitable spirit and selfless sacrifice of these bravehearts who put national interest ahead of everything to ensure sovereignty & integrity of our nation. pic.twitter.com/HpQV06Pw7R

    — Naveen Patnaik (@Naveen_Odisha) January 15, 2022 " class="align-text-top noRightClick twitterSection" data=" ">

ଆଜି ସ୍ଥଳସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ପାଇଁ ଜୀବନ ଦେଇଥିବା ସାହାସୀ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Last Updated :Jan 15, 2022, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.