NIAର ଆକ୍ସନ ପରେ କେରଳରେ PFIର ହରତାଳ: ଗାଡି ଭଙ୍ଗାରୁଜା, 2 ପୋଲିସ ଆହତ

author img

By

Published : Sep 23, 2022, 10:21 AM IST

Updated : Sep 23, 2022, 11:05 AM IST

PFI hartal in Kerala today

ଆଜି (ଶୁକ୍ରବାର) କେରଳେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ପକ୍ଷରୁ 12 ଘଣ୍ଟିଆ ହରତାଳ ହୋଇଛି । ହରତାଳକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ଆତଙ୍କବାଦୀଙ୍କୁ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଗତକାଲି (ଗୁରୁବାର) 15 ରାଜ୍ୟରେ ଚଢାଉ କରିଥିଲା । ଏହା ସହ ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆର 100ରୁ ଅଧିକ ଜଣଙ୍କୁ ଗିରଫ କରିଥିଲା । କର୍ଣ୍ଣାଟକରୁ 22 ଜଣଙ୍କୁ ଗିରଫ କରାଯାଇଥିଲା । ଏନଆଇଏ ଓ ଇଡି ଚଢାଉ ପ୍ରତିବାଦରେ ଆଜି (ଶୁକ୍ରବାର) ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ପକ୍ଷରୁ କେରଳରେ 12 ଘଣ୍ଟିଆ ହରତାଳ ହୋଇଛି । ସକାଳ 6ରୁ ସନ୍ଧ୍ୟା 6 ଯାଏ ଏହି ଡାକରା ଦେଇଛି ପିଆଇଏଫ । ଜରୁରୀ ସେବାକୁ ହରତାଳରୁ ବାଦ ଦିଆଯାଇଛି । ହରତାଳକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଛକ ଛକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

12 ଘଣ୍ଟିଆ ହରତାଳ

ସକାଳୁ ସକାଳୁ ହରତାଳ ସମର୍ଥକ ରାଜରାସ୍ତା ଜାମ କରିଛନ୍ତି । କେଏସଆରଟିସି ବସକୁ (Kerala State Road Transport Corporation Buses) ଅଟକାଇଥିଲେ ଆନ୍ଦୋଳନ ସମର୍ଥକ । ଥିରୁଅନନ୍ତପୁରମ୍, କୋଲାମ, କୋଝିକୋଡ, ୱାୟାନାଡ ଏବଂ ଆଲାପୁଝା ସମେତ ବିଭିନ୍ନ ଜିଲ୍ଲାରେ କେତେକ ସ୍ଥାନରେ ବସକୁ ପଥର ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି । ଅନେକ ବସ ଓ ଅଟୋକୁ ପଥର ମାଡ ହୋଇଛି । ସମୟ ବଢିବା ସହ ହିଂସାତ୍ମକ ହେଉଛି କେରଳ ବନ୍ଦ ଡକରା । କୋଲାମରେ 2 ପୋଲିସ ଆହତ ହୋଇଛନ୍ତି । କେରଳ, କନ୍ନୁର, କାଲିକଟ ଏବଂ ଏମଜି ବିଶ୍ୱବିଦ୍ୟାଳୟ ଆଜି ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ପରୀକ୍ଷା ନେଇ ନୂଆ ତାରିଖ ଘୋଷଣା କରାଯିବ। ଏହାସହ ଆଜି ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀ ଇକ୍ୟୁଭାଲେଣ୍ଟ ପରୀକ୍ଷା ଆସନ୍ତାକାଲି (ଶନିବାର)କୁ ଘୁଞ୍ଚାଇ ଦିଆଯାଇଛି । ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଏହା ବି ପଢନ୍ତୁ... PFI ନେତାଙ୍କ ବିରୋଧରେ ଆକ୍ସନ: ଦେଶରେ ବିଭିନ୍ନ ସ୍ଥାନରେ NIAର ଛାପା, 100ରୁ ଊର୍ଦ୍ଧ୍ବ ଗିରଫ

ହରତାଳକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହରତାଳ ସମୟରେ ଯେଉଁମାନେ ହିଂସା ସହ ଜଡିତ ଥିବେ, ଯେଉଁମାନେ ନିୟମ ଭଙ୍ଗିବା ସହ ଜୋରଜବରଦସ୍ତ ଦୋକାନ ବନ୍ଦ କରିବେ ସେମାନଙ୍କୁ ଗିରଫ କରାଯାଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ସର୍ବସାଧାରଣ ସ୍ଥାନରେ ବିକ୍ଷୋଭକାରୀମାନେ ଏକାଠି ନହେବାକୁ ପୋଲିସ ନିଶ୍ଚିତ କରିଛି । ଏହାସହ ଯେଉଁମାନେ ହରତାଳକୁ ନେଇ ସୋସିଆଲ ମିଡିଆରେ ଭୁଲ ତଥ୍ୟ ପ୍ରକାଶ କଲେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହରତାଳକୁ ନେଇ ଯେପରି ଜନସାଧାରଣ ସମସ୍ୟା ନ ଭୋଗନ୍ତୁ ସେ ଦିଗରେ ପୋଲିସ ଆବଶ୍ୟକୀୟ ବ୍ୟବସ୍ଥା କରିଛି ।

ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର 100ରୁ ଅଧିକ ଜଣକୁ ଗିରଫ କରାଯାଇଥିଲା । ଚଢାଉରେ କେରଳରୁ ସର୍ବାଧିକ 22 ଜଣଙ୍କୁ ଗିରଫ କରାଯାଇଥିଲା । ଏହାବାଦ କର୍ଣ୍ଣାଟକରୁ 20, ତାମିଲନାଡୁରୁ 10, ଆସାମରୁ 9, ଉତ୍ତରପ୍ରଦେଶରୁ 8, ଆନ୍ଧ୍ରପ୍ରଦେଶରୁ 5, ମଧ୍ୟପ୍ରଦେଶରୁ 4, ପୁଡୁଚେରୀ ଏବଂ ଦିଲ୍ଲୀରୁ 3 ଜଣ ଲେଖାଏଁ ଓ ରାଜସ୍ଥାନରୁ 2ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ଦଙ୍ଗା, ନାଗରିକତ୍ବ ସଂଶୋଧନ ଆଇନକୁ ବିରୋଧ ଦିଗରେ ଆର୍ଥିକ ସମ୍ପୃକ୍ତି ଦିଗରେ ଇଡି ତଦନ୍ତ କରୁଛି । କେନ୍ଦ୍ରୀୟ ଏଜନ୍ସି ଗୁଡିକର କାର୍ଯ୍ୟକୁ ବିରୋଧ କରିଛି ପିଏଫଆଇ । ଦଳର ସଦସ୍ୟଙ୍କୁ ଗିରଫ କରିବା ପ୍ରାୟୋଜିତ ଆତଙ୍କବାଦ ବୋଲି କହିଛି ପିଏଫଆଇ । ସ୍ବର ଚାପିବା ପାଇଁ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ହେଉଥିବା କହିଛନ୍ତି ପିଏଫଆଇ ରାଜ୍ୟ ସାଧାରଣ ସମ୍ପାଦକ ଏ. ଅବଦୁଲା ସଥାର ।

Last Updated :Sep 23, 2022, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.