ସପ୍ତମ ଦିନରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

author img

By

Published : Oct 11, 2021, 12:12 PM IST

ସପ୍ତମ ଦିନରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ । ଲଗାତାର ସପ୍ତମ ଦିନରେ ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲ ଦର। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା (104.44 / ଲିଟର) ଓ ଡିଜେଲ ଲିଟର ପିଛା ୩୫ ପଇସା (93.17 ଟଙ୍କା / ଲିଟର) ବଢାଇଛନ୍ତି ତୈଳ କମ୍ପାନୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ । ଲଗାତାର ସପ୍ତମ ଦିନରେ ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲ ଦର। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା (104.44 / ଲିଟର) ଓ ଡିଜେଲ ଲିଟର ପିଛା ୩୫ ପଇସା (93.17 ଟଙ୍କା / ଲିଟର) ବଢାଇଛନ୍ତି ତୈଳ କମ୍ପାନୀ । ଅକ୍ଟୋବର ଆରମ୍ଭରୁ ମାତ୍ର ଗୋଟିଏ ଦିନ ବ୍ୟତୀତ ବାକି ସବୁ ଦିନ ତୈଳ ଦର ବୃଦ୍ଧି ପାଇଛି । ଅର୍ଥାତ ଆଜିକୁ ମିଶାଇ ଗତ ୧୦ ଦିନରେ ପେଟ୍ରୋଲ ମୂଲ୍ୟରେ ୨ ଟଙ୍କା ୮୦ ପଇସା ବୃଦ୍ଧି ହୋଇଛି । ସେହିଭଳି ଗତ ୧୦ ଦିନରେ ଡିଜେଲ ମୂଲ୍ୟ ୩ ଟଙ୍କା ୩୦ ପଇସା ବଢିଛି । ଯାହା ସାଧାରଣ ଲୋକଙ୍କ ଉପରେ ବଡ ପ୍ରଭାବ ପକାଇଛି ।

ସେହିପରି ମୁମ୍ବାଇରେ ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ 110.41 / ଲିଟର (29 ପଇସା ବୃଦ୍ଧି) ଏବଂ ଡିଜେଲର ମୂଲ୍ୟ 101.03 / ଲିଟର (37 ପଇସା) ବୃଦ୍ଧି ପାଇଛି । ଏପଟେ ତୈଳ ଦର ବୃଦ୍ଧି ହେବା ଦ୍ବାରା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯଦି ଦରଦାମରେ ନିୟନ୍ତ୍ରଣ ନହୁଏ ତେବେ ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେବେ ଏଥିରେ କୌଣସି ସନ୍ଦେହ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.