ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଅତିଷ୍ଠ ଖାଉଟି

author img

By

Published : Oct 5, 2021, 8:57 AM IST

ଆକାଶ ଛୁଆଁ ତୈଳ ଦର; ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଆଉଟୁପାଉଟୁ ଖାଉଟି

ମହଙ୍ଗା ମାଡରେ ଅତିଷ୍ଠ ଖାଉଟି । ଆଜି ପୁଣି ପେଟ୍ରୋଲ-ଡିଜେଲ ଦର ବଢାଇଲେ ତୈଳ କମ୍ପାନୀ । ଜାଣନ୍ତୁ ଆଜି କ'ଣ ରହିଛି ଦର...

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗୁଛି ତୈଳ ଦର । ଇନ୍ଧନ ଦରରେ ଲଗାଣ ବୃଦ୍ଧି ଥମିବାର ନାଁ ଧରୁନି । ଅନ୍ତରାଷ୍ଟ୍ରୀୟ ବଜାରରେ ଯେଉଁ ମାତ୍ରାରେ ଅଶୋଧିତ ତୈଳ ଦାମ ବଢୁଛି ସେହିଭଳି ଭାବେ ଘରୋଇ ବଜାରରେ ମଧ୍ୟ ମହଙ୍ଗା ହେଉଛି ପେଟ୍ରୋଲ-ଡିଜେଲ । ଗୋଟିଏ ଦିନର ସ୍ଥିରତା ପରେ ଆଜି ପୁଣି ସରକାରୀ ତୈଳ କମ୍ପାନୀଗୁଡିକ ଦର ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ୩୦ ପଇସା ବଢିଛି ।

ଇଣ୍ଡିଆନ ଅଏଲ କର୍ପୋରେସନ(IOCL) ଅନୁସାରେ, ଇନ୍ଧନ ଦାମରେ ତାଜା ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦୨.୬୪ ଟଙ୍କା ଏବଂ ଡିଜେଲ ୯୧.୦୭ ଟଙ୍କାରେ ପହଞ୍ଚିଛି । ଦେଶର ଚାରି ମହାନଗରକୁ ଯଦି ବିଚାରକୁ ନିଆଯାଏ, ତେବେ ବାଣିଜ୍ୟ ନଗର ମୁମ୍ବାଇରେ ଦର ସବୁଠୁ ଉଚ୍ଚା ରହିଛି ।

ଗତ ଜୁଲାଇ ଏବଂ ଅଗଷ୍ଟ ମାସରେ ଅଶୋଧିତ ତୈଳ ମୂଲ୍ୟରେ ଏତେଟା ପରିବର୍ତ୍ତନ ଆସିନଥିଲା । ଯେଉଁ କାରଣରୁ ତୈଳ କମ୍ପାନୀମାନେ ଜୁଲାଇ ୧୮ରୁ ୨୩ ସେପ୍ଟେମ୍ବର ଯାଏଁ ତୈଳ ଦର ଅପରିବର୍ତ୍ତିତ ରଖିଥିଲେ । ଏହି ସମୟରେ ପେଟ୍ରୋଲ ଲିଟର ପିଛା ୦.୬୫ ପଇସା ଏବଂ ଡିଜେଲ ଲିଟର ପ୍ରତି ୧.୨୫ ଟଙ୍କା ଶସ୍ତା ହୋଇଥିଲା । ହେଲେ ଅନ୍ତରାଷ୍ଟ୍ରୀୟ ବଜାରରେ ଲଗାତାର ଦର ବୃଦ୍ଧି ସହ ପୁଣି ସେପ୍ଟେମ୍ବର ୨୮ ପରଠାରୁ ଦେଶର ଘରୋଇ ବଜାରରେ ପେଟ୍ରୋଲ-ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.