ପାର୍ବଣରେ ମହଙ୍ଗା ମାଡ; ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

author img

By

Published : Oct 14, 2021, 9:50 AM IST

ଫିକା ପଡୁଛି ପାର୍ବଣ; ବଢୁଛି ଦରଦାମ୍, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ପାର୍ବଣ ଋତୁକୁ ଫିକା କରୁଛି ମହଙ୍ଗା ମାଡ । ଦୁଇ ଦିନର ବ୍ୟବଧାନ ପରେ ଦେଶରେ ପୁଣି ବଢିଲା ତୈଳ ଦର । ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲ ରେଟ୍...

ନୂଆଦିଲ୍ଲୀ: ଫିକା ପଡୁଛି ପାର୍ବଣ । ଦେଶରେ ବଢି ଚାଲିଛି ତୈଳ ତାତି । ପେଟ୍ରୋଲ-ଡିଜେଲ ଦରରେ ଲଗାଣ ବୃଦ୍ଧିରେ ହନ୍ତସନ୍ତ ସାଧାରଣ ଖାଉଟି । ଦୁଇ ଦିନର ସ୍ଥିରତା ପରେ ପୁଣି ମହଙ୍ଗା ହୋଇଛି ତୈଳ ଦର । ଆଜି(ଗୁରୁବାର) ଦେଶରେ ପେଟ୍ରୋଲ-ଡିଜେଲ ଦର ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।

ସୂଚନା ମୁତାବକ, ପେଟ୍ରୋଲ-ଡିଜେଲ ଦରରେ ୩୦-୩୫ ପଇସା ବୃଦ୍ଧି ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦାମ୍ ପ୍ରତି ଲିଟର ପିଛା ୧୦୪.୭୯ ଟଙ୍କା ଏବଂ ଡିଜେଲ ଦର ୯୩.୫୪ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୦.୭୪ ଟଙ୍କା ଏବଂ ଡିଜେଲ ୧୦୧.୪୦ ଟଙ୍କାରେ ବିକ୍ରି ହେଉଛି । ଯଦି ପାଟନା କଥା କହିବା ତାହାହେଲେ, ଏଠାରେ ଦର ଯଥାକ୍ରମେ ୧୦୮.୦୪ ଏବଂ ୧୦୦.୦୭ ଟଙ୍କା ରହିଛି ।

କୋଲକାତାରେ ପେଟ୍ରୋଲ ରେଟ୍ ଲିଟର ପିଛା ୧୦୫ ଟଙ୍କା ଏବଂ ଡିଜେଲ ୯୬.୬୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ୧୦୨.୧୦ ଟଙ୍କାରେ ମିଳୁଥିବାବେଳେ ଡିଜେଲ ମଧ୍ୟ ୯୭.୯୩ ଟଙ୍କା ସହ ଶତକ ମୁହାଁ ହୋଇଛି ।

ଦେଶର ପ୍ରମୁଖ ସହରଗୁଡିକୁ ବିଚାରକୁ ନେଲେ, ବାଣିଜ୍ୟ ନଗରୀ କୁହାଯାଉଥିବା ମୁମ୍ବାଇରେ ପେଟ୍ରୋଲ ସବୁଠୁ ଅଧିକ ୧୦୭ ଟଙ୍କା ଲିଟର ପିଛା ବିକ୍ରି ହେଉଛି । ଏହାବ୍ୟତୀତ ଅନେକ ରାଜ୍ୟରେ ମଧ୍ୟ ପେଟ୍ରୋଲ ଶତକ ପାର୍ କରିଥିବାବେଳେ ଡିଜେଲ ମଧ୍ୟ ଲିଷ୍ଟରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛି ।

ସହର ପେଟ୍ରୋଲ ଦର ଡିଜେଲ ଦର
ଦିଲ୍ଲୀ
₹104.79 ₹93.54
ମୁମ୍ବାଇ ₹110.75 ₹101.40
କୋଲକାତା
₹105.43 ₹96.63
ଚେନ୍ନାଇ ₹102.10 ₹97.93
ବେଙ୍ଗାଲୁରୁ ₹108.44 ₹99.26
ଭୋପାଳ ₹117.52 ₹113.37
ଲକ୍ଷ୍ନୌ ₹101.81 ₹93.96
ପାଟନା ₹108.04 ₹100.07
ଚଣ୍ଡୀଗଡ
₹100.86
₹93.34

ତେବେ ଆପଣ ନିଜ ସହରର ପେଟ୍ରୋଲ-ଡିଜେଲ ଦର ଜାଣିବାକୁ ଚାହୁଁଥିଲେ, ଘରେ ବସି ମଧ୍ୟ ଏ ସମ୍ପର୍କରେ ଜାଣିପାରିବେ । ଏଥିପାଇଁ ଆପଣକୁ ଇଣ୍ଡିଆନ ଅଏଲ ୱେବସାଇଟକୁ ଯିବାକୁ ପଡିବ । ଏହାପରେ ଆପଣଙ୍କୁ RSP ଏବଂ ନିଜ ସହରର କୋଡ୍ ଲେଖି 9224992249 ନମ୍ବରରେ ପଠାଇବାକୁ ହେବ । ସବୁ ସହରର କୋଡ୍ ଭିନ୍ନ ଭିନ୍ନ ହୋଇଥାଏ, ଯାହା IOCL ୱେବସାଇଟରେ ଆପଣ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.