ରେଟରେ ଲାଗୁନି ବ୍ରେକ୍, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

author img

By

Published : Oct 16, 2021, 10:24 AM IST

ରେଟରେ ଲାଗୁନି ବ୍ରେକ, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ମହଙ୍ଗା ମାଡରୁ ମିଳୁନି ନିସ୍ତାର । ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବେଲଗାମ୍ ତୈଳ ଦର । ମହଙ୍ଗା ମାଡରୁ ମିଳୁନି ନିସ୍ତାର । ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଥମିବାର ନାଁ ନେଉନି, ବରଂ ଦାମ ବଢିଚାଲିଛି । ଗତ କିଛି ଦିନ ହେଲା ପେଟ୍ରୋଲ-ଡିଜେଲ ଦାମ୍ ୩୦-୩୫ ପଇସା ବଢି ଚାଲିଥିବାବେଳେ ଆଜି ପେଟ୍ରୋଲ ୩୫ ପଇସା ମହଙ୍ଗା ହୋଇଛି । ଏଭଳି ନିରବଚ୍ଛିନ୍ନ ବୃଦ୍ଧି ସହ ଦେଶରେ ରେକର୍ଡ ସ୍ତରରେ ରହିଛି ତୈଳ ଦର ।

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆଜି(ଶନିବାର) ପେଟ୍ରୋଲ ଦାମ୍ ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ମଧ୍ୟ ୩୫ ପଇସା ବଢାଇଛନ୍ତି । କେବଳ ଅକ୍ଟୋବରରେ ହିଁ ପେଟ୍ରୋଲ ୩.୮୫ ଟଙ୍କା ଏବଂ ଡିଜେଲ ୪ ଟଙ୍କା ମହଙ୍ଗା ହୋଇଛି ।

ତାଜା ସୂଚନା ଅନୁଯାୟୀ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୯ ଟଙ୍କାରେ ପହଞ୍ଚିଛି । ସେପଟେ ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ତୈଳ ଦର ଯଥାକ୍ରମେ ୧୧୧.୪୩ ଏବଂ ୧୦୨.୧୫ ଟଙ୍କା ରହିଛି । ଦେଶର ଅନ୍ୟ ପ୍ରମୁଖ ସହର କୋଲକାତା ଏବଂ ଚେନ୍ନାଇ କଥା ଯଦି କହିବା, ତେବେ କୋଲକାତାରେ ପେଟ୍ରୋଲ-ଡିଜେଲ ୧୦୬.୧୦ ଟଙ୍କା ଏବଂ ୯୭.୩୩ ଟଙ୍କାରେ ବିକ୍ରି ହେଉଥିବାବେଳେ ଚେନ୍ନାଇରେ ଯଥାକ୍ରମେ ୧୦୨.୭୦ ଟଙ୍କା ଏବଂ ୯୮.୫୯ ଟଙ୍କା ରହିଛି ।

ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରୟ ହେଉଥିବାବେଳେ ଓଡିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରେଦଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ ଏବଂ ବିହାରରେ ଡିଜେଲ ଶତକ ପାର୍ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.