ପ୍ରେମିକ ସହ ମିଶି ଭାଇକୁ କାଟି ଫିଙ୍ଗିଦେଲା ଭଉଣୀ, ୮ ବର୍ଷ ପରେ ଦୁଇ ହତ୍ୟାକାରୀ ଗିରଫ

author img

By

Published : Mar 19, 2023, 8:51 AM IST

ପ୍ରେମିକ ସହ ମିଶି ଭାଇକୁ ହତ୍ୟା

ପ୍ରେମିକ ସହ ମିଶି ଭାଇକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲା ଭଉଣୀ । ୮ ବର୍ଷ ପରେ ଗିରଫ ହେଲେ ଦୁଇ ହତ୍ୟାକାରୀ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ପ୍ରେମରେ କଣ୍ଟା ସାଜିଲା ଭାଇ । ପରପୁରୁଷ ସାଙ୍ଗରେ ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଭାଇ ରକ୍ତରେ ହୋଲି ଖେଳିଲା ନିଷ୍ଠୁର ଭଉଣୀ । ପ୍ରେମିକ ସହ ମିଶି ନିଜ ଭାଇକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ଅଳିଆ ଗଦାରେ ଫିଙ୍ଗି ଦେଲା । ଏହାପରେ ପ୍ରେମିକ ସହ ଛୁ ମାରିଲା । ଶେଷରେ ୮ ବର୍ଷ ପରେ ଅଭିଯୁକ୍ତ ଭଉଣୀ ସହ ତା'ର ପ୍ରେମିକକୁ ଗିରଫ କରିଛି ପୋଲିସ । ୨୦୧୫ ମସିହାରେ ବେଙ୍ଗାଲୁରୁର ଜିଗନି ଅଞ୍ଚଳରେ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଥିଲା ।

ସୂଚନା ଅନୁସାରେ, କର୍ଣ୍ଣାଟକ ବିଜୟପୁରା ଅଞ୍ଚଳର ସୁପୁତ୍ର ଶଙ୍କରପ୍ପା ନାମକ ବ୍ୟକ୍ତି ବିବାହ ପରେ ନିଜ ସ୍ତ୍ରୀକୁ ଛାଡି ଚାକିରି ପାଇଁ ବେଙ୍ଗାଲୁରୁ ଆସିଥିଲେ । ସେ ଏଠାରେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ । ଏହିଠାରେ ଭାଗଶ୍ରୀ ନାମକ ମହିଳାଙ୍କ ସହ ତାଙ୍କର ଦେଖା ହୋଇଥିଲା । ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ । ସୁପୁତ୍ର ବିବାହିତ ଥିବା ସତ୍ତ୍ବେ ଭାଗଶ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ।

ଏହି ପ୍ରେମୀଯୁଗଳ ଜିଗାନି ଅଞ୍ଚଳରେ ଏକ ଭଡାଘରେ ଏକାଠି ରହୁଥିଲେ । ଥରେ ଭାଗ୍ୟଶ୍ରୀଙ୍କ ଭାଇ ନିଙ୍ଗାରାଜୁ ଭଉଣୀଙ୍କୁ ଦେଖା କରିବା ପାଇଁ ତା'ର ଘରେ ପହଞ୍ଚିଥିଲେ । ସୁପୁତ୍ର ଏବଂ ଭାଗଶ୍ରୀ ଏକାଠି ରହୁଥିବା ସେ ଦେଖିଥିଲେ । ସୁପୁତ୍ର ବିବାହିତ ଥିବାରୁ ନିଙ୍ଗାରାଜୁ ନିଜ ଭଉଣୀଙ୍କୁ ତାଙ୍କ ସହ ସମ୍ପର୍କ ନରଖିବାକୁ ତାଗିଦ୍ କରିଥିଲେ । ଏହାକୁ ନେଇ ଭାଇ-ଭଉଣୀଙ୍କ ଭିତରେ ଖୁବ୍ ପାଟିତୁଣ୍ଡ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା । ପ୍ରେମର ଅନ୍ଧ ସାଜିଥିବା ଭଉଣୀ ଭାଗ୍ୟଶ୍ରୀ ପ୍ରେମିକ ସହ ମିଶି ନିଜ ଭାଇକୁ ହତ୍ୟା କରିଥିଲା ।

ହତ୍ୟା ପରେ ଦୁହେଁ ନିଙ୍ଗାରାଜୁଙ୍କ ମୃତଦେହକୁ କାଟି ଖଣ୍ଡ ଖଣ୍ଡ କରିଦେଇଥିଲେ । ଏହାକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ୨୦୧୫ ଅଗଷ୍ଟ ୧୧ ତାରିଖ ଦିନ ଜିଗାନି ଶିଳ୍ପାଞ୍ଚଳ ଅନ୍ତର୍ଗତ KIADB ଅଞ୍ଚଳରୁ ଏକ ପ୍ଲାଷ୍ଟକ ବ୍ୟାଗ୍ ଭିତରୁ ଶରୀରର କିଛି କଟା ଅଂଶ ମିଳିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାଜାଣି ଅଭିଯୁକ୍ତ ଭାଗ୍ୟଶ୍ରୀ ଏବଂ ସୁପୁତ୍ର ଫେରାର୍ ହୋଇଯାଇଥିଲେ । ଏପରିକି ପୋଲିସ ହାତରେ ଧରାନପଡିବା ପାଇଁ ସେମାନେ ଆଧାର କାର୍ଡ କିମ୍ବା ମୋବାଇଲ ବ୍ୟବହାର କରୁନଥିଲେ ଏବଂ ନିଜ ପରିଚୟ ଗୋପନ ରଖିଥିଲେ । ହେଲେ ହତ୍ୟାକାଣ୍ଡର ୮ ବର୍ଷ ପରେ ଦୁଇ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର ନାଶିକ ଅଞ୍ଚଳରୁ ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.