ନିୟମିତ ବ୍ୟାୟାମ କରୁଥିବା ଲୋକେ କୋଭିଡକୁ ହରାଇବା ସମ୍ଭାବନା ଅଧିକ

author img

By

Published : Apr 16, 2021, 12:59 PM IST

ନିୟମିତ ବ୍ୟାୟାମ କରୁଥିବା ଲୋକେ କୋଭିଡକୁ ହରାଇବା ସମ୍ଭାବନା ଅଧିକ

ନିୟମିତ ବ୍ୟାୟାମ ବା ସାମାଜିକ ଦୂରତା ରକ୍ଷା କରି ସପ୍ତାହରେ ୫ ଦିନ ୩୦ ମିନିଟ୍ ଲେଖାଏଁ ଦ୍ରୁତ ଭାବେ ଚାଲିବା ଦ୍ୱାରା ଆପଣ କୋଭିଡ-୧୯ ମହାମାରୀ ବିରୋଧରେ ଲଢେଇ ଜିତିବା ସମ୍ଭାବନା ଅଧିକ । ୪୮ ହଜାର ୪୪୦ କୋଭିଡ ପଜିଟିଭ ଲୋକଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଏହି ତଥ୍ୟ ମିଳିଛି । ଅଧିକ ପଢନ୍ତୁ...

ନିୟମିତ ବ୍ୟାୟାମ ବା ସାମାଜିକ ଦୂରତା ରକ୍ଷା କରି ସପ୍ତାହରେ ୫ ଦିନ ୩୦ ମିନିଟ୍ ଲେଖାଏଁ ଦ୍ରୁତ ଭାବେ ଚାଲିବା ଦ୍ୱାରା ଆପଣ କୋଭିଡ-୧୯ ମହାମାରୀ ବିରୋଧରେ ଲଢେଇ ଜିତିବା ସମ୍ଭାବନା ଅଧିକ । ଏନେଇ କରାଯାଇଥିବା ଏକ ଗବେଷଣାରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ୪୮ ହଜାର ୪୪୦ କୋଭିଡ ପଜିଟିଭ ଲୋକଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଏହି ତଥ୍ୟ ମିଳିଛି ।

ଅନ୍ୟପକ୍ଷରେ, ଯେଉଁ ରୋଗୀମାନେ ନିୟମିତ ଭାବେ ପ୍ରାୟ ନିଷ୍କ୍ରିୟ ରହନ୍ତି, ସେମାନେ ଆଇୟିୟୁରେ ଭର୍ତ୍ତି ହେବା ଆଶଙ୍କା ଅଧିକ ରହିଥାଏ । ଏପରି ଲୋକଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ବି ସର୍ବାଧିକ । ୬୦ ବର୍ଷରୁ ଅଧିକ ବୟସ ହୋଇଥିଲେ ଓ ଅଙ୍ଗ ପ୍ରତିରୋପଣ କରିଥିବା ଲୋକଙ୍କୁ ଛାଡିଦେଲେ , କୌଣସି ବ୍ୟାୟାମ ନ କରି ପ୍ରାୟତଃ ନିଷ୍କ୍ରିୟ ରହୁଥିବା ଲୋକଙ୍କ କୋଭିଡ-୧୯ରେ ମୃତ୍ୟୁ ହେବା ଆଶଙ୍କା ଅଧିକ ରହିଥାଏ ।

ଏପରିକି ଅନିୟମିତ ଭାବେ ସକ୍ରିୟ ରହୁଥିବା ରୋଗୀମାନେ ବି କୋଭିଡ-୧୯ ତୀବ୍ରତା କମ୍ ଦେଖାଯିବା ସମ୍ଭାବନା ରହିଛି ।ଏଥିରୁ ସ୍ପଷ୍ଟ ଅନୁମେୟ ଯେ, କିଛି ପରିମାଣର ଶାରୀରିକ କାର୍ଯ୍ୟକଳାପ ଦ୍ୱାରା ବି କୋଭିଡ ତୀବ୍ରତାରୁ ଆଶ୍ୱସ୍ତି ଦେଇପାରିବ । ଏହି ଗବେଷଣା ସଂପର୍କିତ ରିପୋର୍ଟ ବ୍ରିଟିଶ ଜର୍ଣ୍ଣାଲ ଅଫ୍ ସ୍ପୋର୍ଟସ ମେଡିସିନରେ ପ୍ରକାଶିତ ହୋଇଛି ।

ସୁସ୍ଥ ଜୀବନଶୈଳୀ ବିଶେଷକରି ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ୱ ଦୃଷ୍ଟିରୁ ଏହା ଏକ ସତର୍କବାଣୀ ସଦୃଶ ବୋଲି ଆମେରିକାର କାଇଜର ଫୋଂଟାନା ମେଡିକାଲ ସେଂଟରର ଡାକ୍ତର ରବର୍ଟ ଇ.ସାଲିସ କହିଛନ୍ତି । ସେ ଆହୁରି ବି କହିଛନ୍ତି ଯେ, ନିୟମିତ ବ୍ୟାୟାମ କରୁଥିବା ଲୋକେ କୋଭିଡ-୧୯କୁ ହରାଇବା ସମ୍ଭାବନା ଅଧିକ । କିନ୍ତୁ ଯେଉଁମାନେ ସକ୍ରିୟ ନୁହନ୍ତି, ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ । ଅଧ୍ୟୟନ ପାଇଁ ୪୮ ହଜାର ୪୪୦ ଲୋକଙ୍କୁ ସାମିଲ କରାଯାଇଥିଲା, ଯେଉଁମାନେ କି କୋଭିଡ ପଜିଟିଭ ଥିଲେ ।

୨୦୨୦ ଜାନୁଆରୀ ପହିଲାରୁ ୨୦୨୦ ଅକ୍ଟୋବର ୨୧ ତାରିଖ ମଧ୍ୟରେ ପଜିଟିଭ ଚିହ୍ନଟ ଲୋକଙ୍କୁ ଏହି ଅଧ୍ୟୟନେ ସାମିଲ କରାଯାଇଥିଲା । ଗବେଷକମାନେ ଜାଣିପାରିଥିଲେ ଯେ, ଅଧ୍ୟୟନ ପାଇଁ ପରୀକ୍ଷଣରେ ସାମିଲ ପଜିଟିଭ ଲୋକଙ୍କ ମଧ୍ୟରୁ ୬ ଦଶମିକ ୪ ପ୍ରତିଶତ ନିୟମିତ ଭାବେ ସକ୍ରିୟ ରହୁଥିଲେ । ୧୪ ଦଶମିକ ୪ ପ୍ରତିଶତ ହିଁ ନିଷ୍କ୍ରିୟ ଥିଲେ । ଅବଶିଷ୍ଟ ଅନିୟମିତ ଭାବେ ସକ୍ରିୟ ଶ୍ରେଣୀରେ ଆସୁଥିଲେ । ସବୁ କୋଭିଡ-୧୯ ରୋଗୀଙ୍କ ମଧ୍ୟରୁ ୮ ଦଶମିକ ୬ ପ୍ରତିଶତ ହସପିଟାଲ ଯାଇଥିଲେ । ୨ ଦଶମିକ ୪ ପ୍ରତିଶତ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ୧ ଦଶମିକ ୬ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ନିଷ୍କ୍ରିୟତା ଓ କୋଭିଡ-୧୯ରୁ ଦୁର୍ବଳ ଫଳାଫଳ ମଧ୍ୟରେ ରହିଥିବା ସଂପର୍କର ଦୃଢତା ଆଶ୍ଚର୍ଯ୍ୟର ବିଷୟ ବୋଲି ଦେବରୋ ରୋହମ ୟଙ୍ଗ ନାମ୍ନୀ ଜଣେ ଗବେଷିକା କହିଛନ୍ତି । ମେଦବହୁଳତା ଓ ଧୂମ୍ରପାନ ଭଳି ଭେରିଏବଲକୁ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ନିଷ୍କ୍ରିୟତା ହିଁ କୋଭିଡ-୧୯ ଆକ୍ରାନ୍ତଙ୍କ ପାଇଁ ସବୁଠୁ ବଡ ବିପଦର କାରଣ ହୋଇଥିଲା । ନିଷ୍କ୍ରିୟ ରହୁଥିବା, କୌଣସି ଶାରୀରିକ କାର୍ଯ୍ୟ କରୁ ନ ଥିବା ଲୋକଙ୍କ ପାଇଁ କୋଭିଡ-୧୯ରୁ ସୁରକ୍ଷା ପାଇବା କଷ୍ଟକର । ଅଧ୍ୟୟନ ଅନୁସାରେ ଶାରୀରିକ କାର୍ଯ୍ୟକଳାପ ସହ ନିୟମିତ ବ୍ୟାୟାମ କୋଭିଡ-୧୯ର ଗମ୍ଭୀରତାରୁ ଆପଣଙ୍କୁ ସୁରକ୍ଷା ଦେଇପାରିବ । ଏପରିକି ସପ୍ତାହରେ ୫ ଦିନ ୩୦ ମିନିଟ ଲେଖାଏଁ ଦ୍ରୁତ ଗତିରେ ଚାଲିଲେ ବି ଫାଇଦା ମିଳିଥାଏ । ବ୍ୟାୟାମ ହେଉଛି ଏକ ଔଷଧ । ଆଉ ସମସ୍ତେ ଏହି ଔଷଧ ନେବା ଦରକାର ବୋଲି ଗବେଷିକା ସାଲିସ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.