ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପାରା-ଆଥଲେଟ ଟିମ

author img

By

Published : Sep 7, 2021, 8:16 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟୋକିଓ ପାରାଲିମ୍ପକ୍ସରେ ଭାରତ ଦମଦାର ପ୍ରଦର୍ଶନ କରିଛି । ଆଜି (ମଙ୍ଗଳବାର)ସମସ୍ତ ପାରା-ଆଥଲେଟ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପକ୍ସରେ ଭାରତ ଦମଦାର ପ୍ରଦର୍ଶନ କରିଛି । ୧୯ଟି ପଦକ ସହିତ ଐତିହାସିକ ସଫଳତା ହାସଲ କରିଛି ଭାରତ । ପାରାଅଲିମ୍ପିୟାନଙ୍କ ଏହି ସଫଳତା ପାଇଁ ଦେଶ ଗର୍ବିତ । ଆଜି (ମଙ୍ଗଳବାର)ସମସ୍ତ ପାରା-ଆଥଲେଟ ଟିମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ।

ରବିବାର ଟୋକିଓ ପାରାଲିମ୍ପିକ୍ସ ଶେଷ ହୋଇଛି । ଏହା ପରେ ଗତକାଲି ଭାରତର ଶେଷ ଭାଗ ଦଳ ସ୍ବଦେଶ ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେମାନଙ୍କ ଅବିଶ୍ବସନୀୟ ପ୍ରଦର୍ଶନ ପାଇଁ ଆଜି ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବେ । ଏ ନେଇ ଅନେକ କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ପାରାଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତ ପାରା ଆଥଲେଟଙ୍କ ସହିତ କଥା ହୋଇଥିଲେ । ଖେଳ ପାଇଁ ସସସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପାରାଲିମ୍ପିକ୍ସରେ ପଦକ ବିଜେତାଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଥିଲେ । ଆଜି ସେମାନଙ୍କ ସହିତ ସିଧାସଳଖ ଭେଟିବେ ପ୍ରଧାନମନ୍ତ୍ରୀ ।

ସଦ୍ୟ ଶେଷ ହୋଇଥିବା ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପ୍ରତିଯୋଗୀ ୨ଟି ବିଶ୍ବ ରେକର୍ଡ ଓ ୨ଟି ପାରାଲିମ୍ପିକ୍ସ ରେକର୍ଡ ଏବଂ ୨ଟି ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି । ଭାରତ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଚ ପଦକ ହାସଲ କରିଛି । ଏହା ସହିତ ପଦକ ତାଲିକାରେ ୨୪ତମ ସ୍ଥାନରେ ରହିଛି ଭାରତ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.