Surya Namaskar On Makar Sankranti: ସୂର୍ଯ୍ୟ ନମସ୍କାର କରିବେ କୋଟିଏରୁ ଊର୍ଦ୍ଧ୍ବ ଲୋକ

author img

By

Published : Jan 13, 2022, 10:30 AM IST

ଆସନ୍ତାକାଲି ମକର ସଂକ୍ରାନ୍ତି,  ୧କୋଟିରୁ ଉର୍ଦ୍ଧ୍ବ ଲୋକ କରିବେ ସୂର୍ଯ୍ୟ ନମସ୍କାର

ମକର ସଂକ୍ରାନ୍ତି ଅବସରରେ ଆସନ୍ତାକାଲି ଆୟୁଷ ମନ୍ତ୍ରଣାଳୟ ତରଫରୁ ବିଶ୍ବସ୍ତରୀୟ ସୂର୍ଯ୍ୟ ନମସ୍କାରର ଆୟୋଜନ କରାଯାଇଛି । ସାମିଲ ହେବେ ୧ କୋଟିରୁ ଅଧିକ ଲୋକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲି ମକର ସଂକ୍ରାନ୍ତି । ଏହି ଅବସରରେ 'ଆଜାଦି କା ଅମୃତ ମହୋତ୍ସବ' ଉତ୍ସବର ଏକ ଅଂଶ ଭାବରେ ଆୟୁଷ ମନ୍ତ୍ରଣାଳୟ (Ministry of ayush) ତରଫରୁ ବିଶ୍ବସ୍ତରୀୟ ସୂର୍ଯ୍ୟ ନମସ୍କାର (Global Surya Namaskar on Makar Sankranti) ଆୟୋଜନ କରାଯିବ । ଯେଉଁଥିରେ କି ସମଗ୍ର ବିଶ୍ବରୁ ଏକ କୋଟିରୁ ଊର୍ଦ୍ଧ୍ବ ଲୋକ ସାମିଲ ହେବେ । ଏନେଇ ଆରମ୍ଭ ହୋଇଯାଇଛି ପଞ୍ଜିକରଣ । ଏଥିରେ ପ୍ରାୟ ୭୫ଲକ୍ଷ ଲୋକ ସାମିଲ ହେବା ନେଇ ମନ୍ତ୍ରଣାଳୟ ଟାର୍ଗେଟ ରଖିଥିବା ବେଳେ ପଞ୍ଜିକରଣ ଅନୁଯାୟୀ ୧ କୋଟିରୁ ଅଧିକ ଲୋକ ସାମିଲ ହେବା ନେଇ ଆଶା କରାଯାଉଥିବା ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗତକାଲି ସୂଚନା ଦେଇଛନ୍ତି ।

ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିବା ଅନୁଯାୟୀ, ମକର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହେବାକୁ ଥିବା ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କୋରୋନା ମହାମାରୀ ସମୟରେ ଅଧିକ ପ୍ରାସଙ୍ଗିକ ଅଟେ । ଏହା ଏକ ଜୀବନ୍ତ ଶକ୍ତି ଓ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇଥାଏ । ଯାହା ମନୁଷ୍ୟକୁ କୋରୋନା ମହାମାରୀଠୁ ଦୂରେଇ ରଖିବାରେ ସକ୍ଷମ ହୋଇଥାଏ । ସୂର୍ଯ୍ୟଙ୍କ କିରଣକୁ କୃତଜ୍ଞତା ଜଣାଇବା ପାଇଁ ସୂର୍ଯ୍ୟ ନମସ୍କାର କରାଯାଇଥାଏ, ଯେହେତୁ ଏହା ସମସ୍ତ ଜୀବଜନ୍ତୁଙ୍କ ପୋଷଣ କରିଥାଏ ।

ଆୟୁଷ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ବିଷୟରେ ବାର୍ତ୍ତା ଦେବା । ଏଥିସହ, ଏହି କାର୍ଯ୍ୟକ୍ରମ ଆମର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ମକର ସଂକ୍ରାନ୍ତି ଗୁରୁତ୍ୱକୁ ସୂଚିତ କରିବ । ସୂର୍ଯ୍ୟ ନମସ୍କାର ଶରୀର ଏବଂ ମନର ସମନ୍ୱୟ ସହିତ 12ଟି ପର୍ଯ୍ୟାୟରେ କରାଯାଇଥିବା ଆଠଟି ଆସନର ଏକ ଗୋଷ୍ଠୀ ।ଏହା ସକାଳ ସମୟରେ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.