ଭାରତ ମହାସାଗରରେ ପଡିଲା ଚୀନ ରକେଟର ଭଗ୍ନାବଶେଷ

author img

By

Published : May 9, 2021, 11:13 AM IST

ଭାରତ ମହାସାଗରରେ ପଡିଲା ଚୀନର ରକେଟର ଭଗ୍ନାବଶେଷ

ଚୀନର 5ବି ରକେଟର ଭଗ୍ନାବଶେଷ ଭାରତ ମହାସାଗରରେ ପଡିଛି । ଅଧିକ ପଢନ୍ତୁ...

ବେଜିଂ: ମହାକାଶରେ ସ୍ପେଶ ଷ୍ଟେସନ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ଚୀନ ଏକ ରକେଟ ମହାକାଶକୁ ଉତକ୍ଷେପଣ କରିଥିଲା । ତେବେ ଏହି ରକେଟର ଭଗ୍ନାବଶେଷ ପୁଣି ପୃଥିବୀ ପୃଷ୍ଠରେ ପଡିବ ବୋଲି ଆମେରିକା ମହାକାଶ ଗବେଷଣା ସଂସ୍ଥା ସୂଚନା ଦେଇଥିଲା । ଏହି ରକେଟର ଭଗ୍ନାବଶେଷ ରବିବାର ଭାରତ ମହାସାଗର ମଧ୍ୟରେ ବିଚ୍ଛୁରିତ ହୋଇପଡିଥିବା ସୂଚନା ମିଳିଛି ।

ଚୀନର ରକେଟ ଚାଙ୍ଗ ଝେଙ୍ଗ 5ବି ରବିବାର ପ୍ରାୟ ସକାଳ 10ଟା 24 ମିନିଟରେ ପୃଥିବୀ ପୃଷ୍ଠକୁ ପୁଣି ପ୍ରବେଶ କରିଥିଲା । ରକେଟର ଅଧିକାଂଶ ଭଗ୍ନାବଶେଷ ପୃଥିବୀ ପୃଷ୍ଠକୁ ପ୍ରବେଶ କରିବାରେ ଜଳିଯାଇଥିବା ବେଳେ କିଛି ଅଂଶ ମହାସାଗରରେ ପଡିଥିଲା । ଗତ ବୁଧବାର ଆମେରିକାର ପ୍ରତିରକ୍ଷା ବିଭାଗ ମଧ୍ୟ ଏହି ରକେଟ ସମ୍ପର୍କରେ ସୂଚନା ଦେଇଥିଲା । ରକେଟର କିଛି ଭଗ୍ନାବଶେଷ ନିୟନ୍ତ୍ରଣରେ ନ ରହି ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ଏହି ସପ୍ତାହ ମଧ୍ୟରେ ପୃଥିବୀ ମଧ୍ୟକୁ ପ୍ରବେଶ କରିବ ବୋଲି ସୂଚନା ଦେଇଥିଲା ।

ଏହି ରକେଟର ଉଚ୍ଚତା 100 ଫୁଟ ରହିଥିବା ବେଳେ ଓଜନ 22 ଟନ ବୋଲି ଜଣାପଡିଛି । ମେ 8 ତାରିଖ ବା ଗତ ଶନିବାର ରକେଟର ଭଗ୍ନ ଅଂଶ ପୃଥିବୀ ପୃଷ୍ଠକୁ ପ୍ରବେଶ କରିବା ପାଇଁ ଆକଳନ କରାଯାଉଥିବା ବେଳେ ଏହା ରବିବାର ପ୍ରବେଶ କରିଛି । ସେପଟେ ଆମେରିକା ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ଲଗାତାର ଭାବେ ଭଗ୍ନାବଶେଷର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଥିଲା ।

ଭଗ୍ନାବଶେଷର ଅଧିକାଂଶ ଅଂଶ ପୃଥିବୀ ପୃଷ୍ଠକୁ ପ୍ରବେଶ କରିବା ପୂର୍ବରୁ ଜଳିଯାଇଥିବାରୁ ଏହା କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ଚୀନ ପକ୍ଷରୁ କୁହାଯାଇଥିଲା । ତେବେ ସୂଚନା ଥାଉ କି ଭବିଷ୍ୟତରେ ମହାକାଶରେ ଏକ ସ୍ପେଶଷ୍ଟେସନ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖି ଚୀନ ଏହି ରକେଟକୁ ମହାକାଶକୁ ଉତକ୍ଷେପଣ କରିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.