ଦିଲ୍ଲୀ ଜାମା ମସଜିଦକୁ ଏକୁଟିଆ ଯାଇପାରିବେ ନାହିଁ ଯୁବତୀ !

author img

By

Published : Nov 23, 2022, 10:44 PM IST

ଜାମା ମସଜିଦକୁ ଏକୁଟିଆ ଯାଇପାରିବେ ନାହିଁ ଯୁବତୀ

ଦିଲ୍ଲୀ ଜାମା ମସଜିଦକୁ ଏକୁଟିଆ ଯିବାକୁ ଯୁବତୀଙ୍କୁ ବାରଣ । ମସଜିଦ କାନ୍ଥରେ ଲାଗିଛି ଏପରି ଏକ ନିର୍ଦ୍ଦେଶବଳୀ । ଯୋଗଯୋଗ କଲେ ମଧ୍ୟ ମୁହଁ ଖୋଲୁନାହିଁ ମସଜିଦ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀର ଜାମା ମସଜିଦ ମଧ୍ୟକୁ ଏକୁଟିଆ ପ୍ରବେଶ କରିପାରିବେ ନାହିଁ ଯୁବତୀ । ଏପରି ଏକ ନିର୍ଦ୍ଦେଶନାମା ମସଜିଦ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଇଛି । ମସଜିଦ କାନ୍ଥରେ ମସଜିଦ କର୍ତ୍ତୃପକ୍ଷ ଉଲ୍ଲେଖ ଥାଇ ଏକ ନିର୍ଦ୍ଦେଶାବଳୀ ଲଗାଯାଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀର ଜାମା ମସଜିଦ ପରିଦର୍ଶନ କରିବା ପାଇଁ ବହୁ ସଂଖ୍ୟକ ଅଣଇସଲାମୀୟ ପର୍ଯ୍ୟଟକ ମଧ୍ୟ ଯାଇଥାନ୍ତି । ତେବେ ସେଠାରେ ମହିଳାଙ୍କ ପ୍ରବେଶ ନେଇ କଟକଣା ଜାରି କରାଯିବା ପରେ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଯିବାରେ ଲାଗିଛି ।

ଜାମା ମସଜିଦକୁ ଏକୁଟିଆ ଯାଇପାରିବେ ନାହିଁ ଯୁବତୀ
ଜାମା ମସଜିଦକୁ ଏକୁଟିଆ ଯାଇପାରିବେ ନାହିଁ ଯୁବତୀ

ମସଜିଦ କାନ୍ଥରେ ଏପରି ଏକ ନିର୍ଦ୍ଦେଶନାମା ଲଗାଯାଇଛି । ଯେଉଁଥିରେ ଉଭୟ ହିନ୍ଦୀ ଓ ଉର୍ଦ୍ଧୁ ଭାଷାରେ ଯୁବତୀ କିମ୍ବା ଯୁବତୀମାନେ ଏକୁଟିଆ ମସଜିଦ ପରିସରରେ ପ୍ରବେଶ କରିପାରିବେ ନାହିଁ ବୋଲି ଉଲ୍ଲେଖ କରାଯାଇଛି । ତେବେ ଅନ୍ୟପଟର ମସଜିଦ ଦ୍ବାରରେ ବାରଣ କରିବା ସେପରି କିଛି ବ୍ୟବସ୍ଥା, ସୁରକ୍ଷାକର୍ମୀ କିମ୍ବା ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଦେଖିବାକୁ ମିଳିନି । ତେବେ କିଏ ଏପରି ଏକ ସୂଚନାଫଳକ ଲଗାଇଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ସମ୍ପର୍କରେ ମସଜିଦ ଲୋକସମ୍ପର୍କ ବିଭାଗର ଅଧିକାରୀଙ୍କ ସଙ୍ଗେ ଯୋଗାଯୋଗ କାରଯାଇଥିଲେ ମଧ୍ୟ ସେ ଘଟଣା ନେଇ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.