Congress President Election: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

author img

By

Published : Sep 22, 2022, 12:39 PM IST

Updated : Sep 22, 2022, 12:54 PM IST

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି(Congress issues notification for the party president Polls) । ଦଳର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ଦ୍ବାରା ପରିଚାଳିତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ଆଜି(ଗୁରୁବାର) ବିଜ୍ଞପ୍ତି ଜାରି ହୋଇଛି । ଏହାସହିତ ଦଳୀୟ ହାଇକମାଣ୍ଡ ଚୟନ ପାଇଁ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଯାଇଛି । ସଭାପତି ପଦ ଲାଗି ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ । ଅକ୍ଟୋବର ୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ । ଯଦି ଏକାଧିକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରନ୍ତି, ତେବେ ଅକ୍ଟୋବର ୧୭ରେ ସଭାପତି ପଦ ପାଇଁ ମତଦାନ ହେବ । ଏହା ପରେ ଅକ୍ଟୋବର ୧୯ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ ।

ଦଳୀୟ ହାଇକମାଣ୍ଡ ପାଇଁ କିଏ ନିର୍ବାଚନୀ ମୈଦାନକୁ ଓହ୍ଲାଉଛନ୍ତି ତାହା ନାମାଙ୍କନ ପରେ ସ୍ପଷ୍ଟ ହେବ । କିନ୍ତୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ଦିନକ ପୂର୍ବରୁ ଗାନ୍ଧୀ ପରିବାରର ଅନୁଗତ କୁହାଯାଉଥିବା କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ବରିଷ୍ଠ ନେତା ଶଶି ଥରୁର ନିର୍ବାଚନ ଲଢିବାକୁ ଥିବା ଚର୍ଚ୍ଚା ଜୋର ଧରିଛି । ଶଶୀ ଥରୁର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ତାଙ୍କ ପ୍ରାର୍ଥୀତ୍ବକୁ ଗ୍ରୀନ ସିଗନାଲ ମିଳିଥିବା ଚର୍ଚ୍ଚା ହେଉଛି ।

ଏହାମଧ୍ୟ ପଢନ୍ତୁ: ଘୃଣ୍ୟ ମନ୍ତବ୍ୟ ନେଇ ନ୍ୟୁଜ ଚ୍ୟାନେଲଗୁଡିକ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଗେହଲଟ କହିଛନ୍ତି ଯେ, ''ପାର୍ଟି ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବି । କିନ୍ତୁ ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି ହେବାକୁ ମନାଇବା ପାଇଁ ଶେଷ ପ୍ରୟାସ ମଧ୍ୟ କରିବି ।'' ଅନ୍ୟପଟେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ସଙ୍କେତ ଦେଇଥିବା ଲୋକସଭା ସାଂସଦ ଶଶି ଥରୁର ବୁଧବାର କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୂସୁଦନ ମିସ୍ତ୍ରୀଙ୍କ ସହ ସାକ୍ଷତ କରିବା ସହ ନାମାଙ୍କନ ପ୍ରକ୍ରିୟା ସମ୍ପର୍କରେ ସୂଚନା ହାସଲ କରିଛନ୍ତି । ତେବେ ରାହୁଲ ଗାନ୍ଧୀ(Rahul Gandhi) ସଭାପତି ପଦ ପାଇଁ ମନା କରିବା ପରେ ଏହି ଦୁଇ ବରିଷ୍ଠ ନେତାଙ୍କ ବ୍ୟତୀତ ଅନ୍ୟ କିଛି ନେତା ମଧ୍ୟ ନିର୍ବାଚନ ଲଢିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।

ଏହାମଧ୍ୟ ପଢନ୍ତୁ: Congress President Poll: ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ଗେହେଲଟ, ପୂର୍ବରୁ ଭେଟି ସାରିଛନ୍ତି ଥରୁର

Last Updated :Sep 22, 2022, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.