ଗାନ୍ଧୀ ପରିବାରରୁ କେହି ସଭାପତି ହେବେନି, ସ୍ପଷ୍ଟ କଲେ ଗେହଲଟ

author img

By

Published : Sep 23, 2022, 2:05 PM IST

ଗାନ୍ଧୀ ପରିବାରରୁ କେହି ସଭାପତି ହେବେନି, ସ୍ପଷ୍ଟ କଲେ ଗେହଲଟ

ଗାନ୍ଧୀ ପରିବାରରୁ କେହି ପରବର୍ତ୍ତୀ ସଭାପତି ହେବେ ନାହିଁ । କେରଳରେ ରାହୁଲଙ୍କ ଦେଖା କରିବା ପରେ ଏନେଇ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ଗାନ୍ଧୀ ପରିବାରରୁ କେହି ପରବର୍ତ୍ତୀ ସଭାପତି ହେବେ ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଭାପତି ନିର୍ବାଚନ ଦୌଡରେ ନାହାନ୍ତି । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ(Chief Minister Ashok Gehlot) । ଗେହଲଟ କହିଛନ୍ତି,‘‘ ମୁଁ ସଭାପତି ପଦ ପାଇଁ ରାହୁଲ ଗାନ୍ଧୀଙ୍କୁ ବହୁବାର ଅନୁରୋଧ କରିଲି । କିନ୍ତୁ ଗାନ୍ଧୀ ପରିବାରରୁ କେହି ବି ଏହି ପଦରେ ବସିବେ ନାହିଁ ବୋଲି ସେ ସଫା ସଫା କହିଛନ୍ତି । କିଛି କାରଣକୁ ନେଇ ରାହୁଲ ଏହି ନିଷ୍ପତ୍ତି ନେଇଛନ୍ତି । ''

ସୂଚନାଯୋଗ୍ୟ, ଭାରତ ଯୋଡୋ ଯାତ୍ରା ପାଇଁ ରାହୁଲ ଗାନ୍ଧୀ ବର୍ତ୍ତମାନ କେରଳରେ ଅଛନ୍ତି । ଏହି ଯାତ୍ରାରେ ସାମିଲ ହେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ସଭାପତି ନିର୍ବାଚନ ଦୌଡରେ ସବୁଠୁ ଆଗରେ ଥିବା ଗେହଲଟ ମଧ୍ୟ କେରଳରେ ରହିଛନ୍ତି । ସେଠାରେ ସେ ରାହୁଲଙ୍କୁ ସହ ସଭାପତି ପଦ ପାଇଁ ଆଲୋଚନା କରିବା ପରେ ଗାନ୍ଧୀ ପରିବାରରୁ କେହି ସଭାପତି ହେବେ ନାହିଁ(no member of the Gandhi family) ବୋଲି ଗଣମାଧ୍ୟମକୁ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Congress President Election: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ରାହୁଲ ମନା କରିବା ପରେ କିଏ ହେବ କଂଗ୍ରେସ ହାଇକମାଣ୍ଡ ସେନେଇ ଚର୍ଚ୍ଚା ଲାଗି ରହିଛି । ଏହି ରେସ୍‌ରେ ହେଭିୱେଟ ନେତା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସାଂସଦ ଶଶୀ ଥରୁର, ଦିଗ୍‌ବିଜୟ ସିଂ ରହିଥିବା ଚର୍ଚ୍ଚା ହେଉଛି । ନିକଟରେ ଗେହଲଟ ଦିଲ୍ଲୀରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ପ୍ରାର୍ଥୀ ଭାବେ ଅନ୍ୟତମ ଦାବିଦାର ଶଶୀ ଥରୁର ମଧ୍ୟ ସୋନିଆଙ୍କୁ ଭେଟିି ଆଲୋଚନା ସାରିଛନ୍ତି ।

ସଭାପତି ନିର୍ବାଚନ(Congress President Election) ପାଇଁ ଆସନ୍ତା ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ ହେବ । ଅକ୍ଟୋବର ୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ । ଯଦି ଏକାଧିକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରନ୍ତି, ତେବେ ଅକ୍ଟୋବର ୧୭ରେ ସଭାପତି ପଦ ପାଇଁ ମତଦାନ ହେବ । ଏହା ପରେ ଅକ୍ଟୋବର ୧୯ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.