ୟାସିନକୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ NIA, ୨୯ରେ ଶୁଣାଣି

author img

By

Published : May 26, 2023, 9:18 PM IST

Etv Bharat

ଆତଙ୍କବାଦୀ ପାଣ୍ଠି ଯୋଗାଡ଼ ମାମଲା । ଆତଙ୍କବାଦୀ ୟାସିନକୁ ମୃତ୍ୟୁଦଣ୍ଡ ଦେବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ NIA । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କାଶ୍ମୀର ବିଚ୍ଛିନତାବାଦୀ ତଥା ଆତଙ୍କବାଦୀ ପାଣ୍ଠି ଯୋଗାଡ଼ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାସିନ ମଲ୍ଲିକ ବିରୋଧରେ ମୃତ୍ୟୁ ଦଣ୍ଡ ଦେବା ଲାଗି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) । ଏନେଇ ଆସନ୍ତା ୨୯ ତାରିଖରେ ଶୁଣାଣି ହେବ । ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ତଲୱାନ୍ତ ସିଂଙ୍କ ୨ ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ ।

ଆତଙ୍କବାଦୀ ପାଣ୍ଠି ଯୋଗାଡ଼ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ତିହାର ଜେଲରେ ଆଜୀବନ କାରାଦଣ୍ଡ ସଜା କାଟୁଛି ୟାସିନ । ଏହି ସମୟରେ ୟାସିନକୁ ସର୍ବୋଚ୍ଚ ଦଣ୍ଡ ବିଧାନ ବା ଫାଶୀ ଦଣ୍ଡ ଦେବା ଲାଗି NIA ଦ୍ବାରା ଆବେଦନ କରାଯାଇଥିଲା । ମାତ୍ର ଏହାକୁ ସ୍ପେଶାଲ କୋର୍ଟ ଖାରଜ କରିଥିଲେ ଏବଂ କହିଥିଲେ ଯେଉଁ ଘଟଣା ସମାଜର ଏକ ବୃହତ ଅଂଶକୁ ଦୋହଲାଇ ଦେଇଥାଏ, ଉକ୍ତ ଘଠଣାରେ ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଏ । ୟାସିନ ବିରୋଧରେ ଅପରାଧିକ ମାମଲା ପାଇଁ ଆଇପିସି ଧାରାର ସେକ୍ସନ ୧୨୦ବି, ୧୨୧,୧୨୧ଏ ସମେତ ସେକ୍ସନ ୧୩, ୧୫ ଲାଗୁ କରାଯାଇଛି ।

ଏହା ବି ପଢନ୍ତୁ- 1990 IAF personnel killings case: ଆତଙ୍କବାଦୀ ୟାସୀନ ମଲ୍ଲିକ ବିରୋଧରେ ଜାରି ହେଲା ନୂଆ ଓ୍ବାରେଣ୍ଟ

ୟାସିନ ସମେତ ତାର ସହଯୋଗୀ ହାଫିଜ ମହମ୍ମଦ ସଇଦ, ଶବିର ଅହମ୍ମଦ ଶାହ, ହିଜବୁଲ ମୁଜାଉଦ୍ଦିନ, ରଶିଦ, ଜହୁର ଅହମ୍ମଦ ଶାହ, ଶାହିଦ-ଉଲ-ଇସଲାମ, ଅତଲଫ ଅହମ୍ମଦ ଶାହ, ନୟିମ ଖାନ ଓ ଫରୁକ ଅହମ୍ମଦ ଦର ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଛି । ଏମାନେ ଆତଙ୍କବାଦୀ କାର୍ଯ୍ୟରେ ୟାସିନକୁ ସହଯୋଗ କରୁଥିଲେ । ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ୨୦୧୭ ମସିହାରେ କାଶ୍ମୀର ଉପକଣ୍ଠରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ମାମଲାରେ ୨୦୧୯ରେ ୟାସିନକୁ ଗିରଫ କରିଥିଲା ଏନଆଇଏ । ୨୦୨୨ ମେ ୧୯ ତାରିଖରେ ଆତଙ୍କବାଦୀ ପାଣ୍ଠି ଯୋଗାଡ଼ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛି ୟାସିନ । ଏବେ ୟାସିନକୁ ମୃତ୍ୟୁଦଣ୍ଡ ଦେବା ଲାଗି NIA ଦ୍ବାରା ଆବେଦନ କରାଯାଇଛି ।

ସୂଚନା ଥାଉ କି ୧୯୯୦ ଜାନୁଆରୀ ୨୫ ତାରିଖରେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିବା ସ୍କ୍ବାର୍ଡନ ଲିଡର ରବି ଶର୍ମାଙ୍କ ସମେତ ୪ ବାୟୁସେନା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସିଧାସଳଖ କାଶ୍ମୀର ମୁକ୍ତି ସଂଗଠନ (JKLF) ଚଳାଉଥିବା ୟାସିନ ମଲ୍ଲିକର ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡିଥିଲା । ସେହିବର୍ଷ ତାକୁ ଗିରଫ କରିଥିଲା ପୋଲିସ । ତେବେ ଏହି ଘଟଣାରେ ତାକୁ ଉପଯୁକ୍ତ ପ୍ରମାଣ ଅଭାବରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇପାରିନାହିଁ । ଗତବର୍ଷ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହତ୍ୟା ମାମଲାରେ NIA ନୂଆ ୱାରେଣ୍ଟ ଜାରି କରିଥିଲା । ଅନ୍ୟପଟେ ୟାସିନ ବିରୋଧରେ ଏକାଧିକ ଅପରାଧିକ ମାମଲା ମଧ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.