କୌଣସି ମୂହୁର୍ତ୍ତରେ ମହାରାଷ୍ଟ୍ରରେ ଫଡନାସିଭ ସରକାର: ରାମଦାସ ଅଠାଓଲେ

author img

By

Published : Jun 23, 2022, 9:07 PM IST

କୌଣସି ମୂହୂର୍ତ୍ତରେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବେର ମହାରାଷ୍ଟ୍ରରେ ଗଠନ ହୋଇପାରେ ସରକାର: ରାମଦାସ ଅଠାଓଲେ

ମହାରାଷ୍ଟ୍ରରେ କୌଣସି ମୂହୂର୍ତ୍ତରେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବାଧୀନ ସରକାର ଗଠନ ନେଇ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓଲେଙ୍କ ସୂଚନା । ଆଜି ଏକନାଥ ସିନ୍ଧେଙ୍କୁ ନେତା ସ୍ବୀକାର କରିଛନ୍ତି ବିଦ୍ରୋହୀ ବିଧାୟକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ରହିଥିବା ମହାଡ୍ରାମା ମଧ୍ୟରେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓଲେ ମଧ୍ୟ ଏକ ଭିନ୍ନ ସଙ୍କେତ ସହ ସାମ୍ନାକୁ ଆସିଛନ୍ତି । ମହାରାଷ୍ଟ୍ରରେ କୌଣସି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବରେ ନୂଆ ସରକାର ଗଠନ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ଅଠାଓଲେ । ଆଜି ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ସେ ଏପରି ମନ୍ତବ୍ୟ ରଖିଛନ୍ତି ।

ତେବେ ପୂର୍ବରୁ ମଧ୍ୟ ଶିବସେନା ଏହି ବିଦ୍ରୋହକୁ ବିଜେପିର ଷଡଯନ୍ତ୍ର ତଥା ‘ଅପରେସନ ଲୋଟସ’ ବୋଲି କହିଆସୁଛି । ଶିବସେନା ନେତୃତ୍ବାଧୀନ ସରକାର ଭାଙ୍ଗିବା ପାଇଁ ବିଜେପି ପ୍ରାଣପଣେ ଚେଷ୍ଟା କରୁଥିବା ଶିବସେନା ଓ ଅନ୍ୟ ସହଯୋଗୀ ଦଳ ମଧ୍ୟ ଅଭିଯୋଗ କରି ଆସୁଛନ୍ତି । ଏହାକୁ ବିଜେପି ପକ୍ଷରୁ ଖଣ୍ଡନ କରାଯିବା ଘଟଣାରେ ଦଳ ନିରବ ରହିଛି । କିନ୍ତୁ ବିଦ୍ରୋହୀ ବିଧାୟକମାନେ ପ୍ରଥମେ ବିଜେପି ଶାସିତ ରାଜ୍ୟ ଗୁଜୁରାଟ ଓ ପରେ ଆସାମ ଗସ୍ତ କରିବା,ସେଠାରେ ବିଜେପି ନେତା ସେମାନଙ୍କୁ ସାକ୍ଷାତ କରିବା, ବିଜେପିର ଭୂମିକା ନେଇ ଉଠିଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଥିଲା ।

ଏହାରି ମଧ୍ୟରେ ଚିତ୍ର ମଧ୍ୟ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଏକନାଥ ସିନ୍ଧେଙ୍କୁ ବିଦ୍ରୋହୀ ବିଧାୟକମାନେ ନେତା ସ୍ବୀକାର କରିବା ପରେ ସିନ୍ଧେ ଏକ ନୂଆ ରାଜନୈତିକ ଦଳ ମଧ୍ୟ ଗଠନ କରିପାରନ୍ତି । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ତାଙ୍କ ଉପରେ ଦଳବଦଳ ନିରୋଧ ଆଇନ ମଧ୍ୟ ଲାଗୁ ହେବନାହଁ । ବିଜେପି ସିନ୍ଧେଙ୍କ ନୂଆ ଦଳ ସହଯୋଗରେ ସରକାର ଗଠନ କରିବା ସମ୍ଭାବନା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି ।

ବିଜେପି କିନ୍ତୁ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ । ଫ୍ଲୋର ଟେଷ୍ଟ ଆଧାରରେ ମହାରାଷ୍ଟ୍ରରେ ଉଦ୍ଧବଙ୍କ ସରକାରର ପତନ ହୋଇପାରେ ବୋଲି ମଧ୍ୟ ଆକଳନ କରାଯାଉଛି । ଏହାରି ମଧ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବା ଇସାରା ଦେଇଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଅଠାଓଲେ । 2019 ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହୋଇଥିବାବେଳେ ବିଜେପି ଏକକ ବୃହତ୍ତମ ଦଳ ଭାବେ 105 ଆସନ ପାଇଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.