ମିଛର ସଉଦା କରୁଛନ୍ତି କେଜ୍ରିୱାଲ: ସିଦ୍ଧୁ

author img

By

Published : Jan 13, 2022, 12:03 PM IST

ପଞ୍ଜାବରେ ସରଗରମ ରହିଛି ରାଜନୈତିକ ପାଣିପାଗ

ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ପଞ୍ଜାବରେ ସରଗରମ ରହିଛି ରାଜନୈତିକ ପାଣିପାଗ । ଲୋକଙ୍କ ମନ ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ବିଭିନ୍ନ ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ପଞ୍ଜାବରେ ସରଗରମ ରହିଛି ରାଜନୈତିକ ପାଣିପାଗ । ଲୋକଙ୍କ ମନ ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ବିଭିନ୍ନ ଦଳ । ନିର୍ବାଚନୀ ଇସ୍ତାହାରକୁ ନେଇ ଦିଆ ହୋଇଛି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ଏହି ପ୍ରରିପେକ୍ଷୀରେ ଆପ୍ ପକ୍ଷରୁ ପ୍ରକାଶ ପାଇଥିବା ଇସ୍ତାହାରକୁ ନେଇ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଟାର୍ଗେଟ କରିଛନ୍ତି । ଆମ ଆଦିମ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ମିଛର ସଉଦା କରୁଛନ୍ତି ଯାହା ଏଠି ପର୍ଦ୍ଦାଫାସ ହୋଇଛି ବୋଲି କହିଛନ୍ତି ସିଦ୍ଧୁ (Navjot Singh Sidhu accuses Kejriwal of selling lies in Punjab) ।

ସେ ଆହୁରି କହିଛନ୍ତି ଆପ ଭଳି କଂଗ୍ରେସ ଏକଛତ୍ରବାଦୀ ଦଳ ନୁହେଁ । ପଞ୍ଜାବରେ କେଜ୍ରିୱାଲ ଡ୍ରଗସ୍‌ ବିରୋଧରେ ମୁହଁ ଖୋଲିବେ ନାହିଁ। କାରଣ ସେ ନିଜେ ଡ୍ରଗ୍ସ ମାଫିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି କହିଛନ୍ତି ସିଦ୍ଧୁ । ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରେନ୍ଦର ସିଂଙ୍କୁ ନେଇ ସିଦ୍ଧୁ କହିଛନ୍ତି କଂଗ୍ରେସକୁ କ୍ୟାପ୍ଟେନ ଆବଶ୍ୟକ ନାହିଁ। ମୋ ଜୀବନକାଳ ଭିତରେ ଏମିତି ବେସରମ ରାଜନେତା ଦେଖି ନାହିଁ ।

ଶେଷ ଥର ପାଇଁ ପାର୍ଟିକୁ ଆସିଥିଲା କ୍ୟାପଟେନ ୮୦୦ ଭୋଟ୍‌ ପାଇ ନଥିଲେ। ଅତୀତରୁ ହିଁ ଭବିଷ୍ୟତ ଆକଳନ କରିହୁଏ ବୋଲି କହିଛନ୍ତି ସିଦ୍ଧୁ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ସିଦ୍ଧୁ କହିଛନ୍ତି ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଫ୍ଲପ ହେବା ପରେ ଧ୍ୟାନ ହଟାଇବା ପାଇଁ ବିଜେପିକୁ ଏକ ଡ୍ରାମା କରିଥିଲା । ସେ କହିଛନ୍ତି ଯେ, ପଞ୍ଜାବର ପ୍ରଧାନମନ୍ତ୍ରୀଙ୍କ ରାଲିରେ ଲୋକଙ୍କୁ ଦେଖିବାକୁ ମିଳିଲା ନାହିଁ।

ପ୍ରକାଶ ଥାଉ କି ପଞ୍ଜାବରେ ୧୧୭ଟି ବିଧାନସଭା ଆସନ ପାଇଁ ହେବ କଡା ଟକ୍କର । ଫେବୃଆରୀ ୧୪ରେ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ରେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.